World Laughter Day 2025: ବିଶ୍ୱ ହସ ଦିବସ; ୧୫ ମିନିଟ୍‌ ହସ ଦହନ କରିଥାଏ ୪୦ କ୍ୟାଲୋରି, ଜାଣନ୍ତୁ…

୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ଡା. ମଦନ କାଟାରିଆଙ୍କ ତତ୍ତ୍ୱାବଧାନରେ ପ୍ରଥମେ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ପ୍ରଥମ ରବିବାରକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ସ୍ବାସ୍ଥ୍ୟ, ଶାନ୍ତି ଏବଂ ଖୁସି ପାଇଁ ହସ’। ୧୫ ମିନିଟ୍‌ର ହସ ୪୦ କ୍ୟାଲୋରି ପର୍ଯ୍ୟନ୍ତ ଦହନ କରିଥାଏ ଏବଂ ଏହା ଶାରୀରିକ ଓଜନ କମାଇବା ତଥା ସୁସ୍ଥ ରହିବାରେ ସହାୟକ ହୋଇଥାଏ।

ପ୍ରଖ୍ୟାତ ହାସ୍ୟାଭିନେତା ଚାର୍ଲି ଚାପଲିନ୍‌ କହିଥିଲେ, ‘ଯେଉଁଦିନ ମୁଁ ହସି ନ ଥାଏ, ସେ ଦିନ ମୋର ବେକାର ଗଲା ପରି ମନେକରେ।’ ବାସ୍ତବରେ ‘ହସ’ ଏପରି ଏକ ଅମୂଲ୍ୟ କାର୍ଯ୍ୟ ଯାହା ପ୍ରତ୍ୟେକ ମଣିଷ ପାଇଁ ଅଶେଷ ହିତକାରୀ। ଏଥିସହ ଏହା ଅନେକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାରରୁ ମୁକ୍ତି ଦେଇଥାଏ।

ମଣିଷ ବିଷାଦଗ୍ରସ୍ତ ହେଲେ ତା’ର ଉପକାରୀ ହରମୋନ୍‌ ଓ ରାସାୟନିକ ତତ୍ତ୍ୱ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ। ମନ ଓ ମାନସିକ ଅବସ୍ଥାକୁ ସନ୍ତୁଳନ କରୁଥିବା ରାସାୟନିକ ପଦାର୍ଥ ଯଥା- ଗାବା, ସିରୋଟୋନିନ୍‌, ଆଡ୍ରେନାଲିନ୍‌ ଓ ଡୋପାମିନ୍‌ଗୁଡ଼ିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆମର ଦୁଃଖ, ବ୍ୟାକୁଳତା, ଆନନ୍ଦ ଓ ହସ ସହିତ ଜଡ଼ିତ ଥାଆନ୍ତି। ଡୋପାମିନ କମ୍‌ ହେଲେ ବିଷାଦ ଆସିଥାଏ ଓ ଆଡ୍‌ରେନାଲିନ୍‌ ଅଧିକ ହେଲେ ଉନ୍ମାଦନା ଓ ଚଞ୍ଚଳତା ଆସିଥାଏ। ମଣିଷ ଚାପଗ୍ରସ୍ତ, ବିଷାଦଗ୍ରସ୍ତ ଓ ଆତୁର ନ ରହିଲେ ତା’ର ଆଭ୍ୟନ୍ତରୀଣ ଶରୀରର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ଚାଲିଥାଏ, ନଚେତ୍‌ ସବୁ କାର୍ଯ୍ୟ ଶିଥିଳ ହୋଇଯାଏ। ଅଧିକାଂଶ ରୋଗ ମନ ସହିତ ଜଡ଼ିତ ଓ ଖାଲି ଶାରୀରିକ ରୋଗର ଚିକିତ୍ସା କଲେ ସେସବୁ ଭଲ ହୋଇ ନ ଥାଏ। ବରଂ ଉଭୟ ଶାରୀରିକ ଓ ମାନସିକ ବ୍ୟତିକ୍ରମର ଚିକିତ୍ସା କଲେ ରୋଗୀଟି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ।

ହସ ଓ କାନ୍ଦ ଦୁଇଟି ମଧ୍ୟରୁ ହସ ପାଇଁ ଅଧିକ ମାଂସପେଶୀ କାର୍ଯ୍ୟ କରିଥାଆନ୍ତି। କାନ୍ଦ ଯଦିଓ ମଣିଷର ଅନ୍ତରରୁ ଅନେକ ଦୁଃଖ ଓ କଷ୍ଟ ଧୋଇଦେଇଥାଏ। ହସ ମଣିଷକୁ ପ୍ରଫୁଲ୍ଲତା ପ୍ରଦାନ କରିଥାଏ। ଗୋଟିଏ ହସ କୋଟିଏଙ୍କ ମନରେ ପୁଲକ ଭରି ଦେଇଥାଏ, ମାତ୍ର ଏହା ଆକ୍ଷେପପୂର୍ଣ୍ଣ, ଅପମାନିତ କରିବା ଭଳି ହେବା ଉଚିତ ନୁହେଁ।
-ଡା. ରାମଚନ୍ଦ୍ର ରାଉତ, ପୂର୍ବତନ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ:୮୨୪୯୦୮୭୯୯୮


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri