ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ ଥାଏ। ଯାହା ହୃଦରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।…
ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର
ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ରଫିକୁଲ ଆଲାମ…
ଜଙ୍ଗଲରେ ଚରୁଥିବା ବେଳେ ହଠାତ୍ ଟଳିପଡ଼ିଲେ ୧୫ ଛେଳି, ମାଲିକ ଅଚେତ
ଢେଙ୍କାନାଳ,୧୪ା୩(ରତନ ନାୟାର): ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କ ଅକସ୍ମାତ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପଟେ ଛେଳି ମଡ଼କ…
‘ସବୁ କ୍ରେଡିଟ୍ ଭାରତକୁ ଯାଉଛି…’, ମିଚେଲ ଷ୍ଟାର୍କଙ୍କ ପରେ ଗ୍ଲେନ ମ୍ୟାକଗ୍ରା ଟିମ ଇଣ୍ଡିଆକୁ କଲେ ପ୍ରଶଂସା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୩: ନିକଟରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। କିନ୍ତୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଜୟ ଉପରେ ଲଗାତାର ପ୍ରଶ୍ନ ଉଠାଯାଉଛି। ବିଶେଷକରି, ପାକିସ୍ତାନ ଏବଂ ଇଂଲଣ୍ଡର ପୂର୍ବତନ କ୍ରିକେଟରମାନେ ଅଭିଯୋଗ କରିଥିଲେ…
ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ
ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ଜିଲା ସଦର ମହକୁମାର ପି ମୁରଲୀଙ୍କ ପୁଅ ପି.…
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର,୧୪।୩: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଯୋଜନା ଏବଂ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…
ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା, ୮ମ ବେତନ ଲାଗୁହେଲେ କେତେ ବଢିଯିବ ଦରମା, ଜାଣନ୍ତୁ
ନୂଆଦିଲ୍ଲୀ,୧୪।୩: ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ କରନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କର ଦରମା ନିର୍ଣ୍ଣୟ କରନ୍ତି। ତଥାପି, ଆଜିକାଲି ଦେଶରେ…
ଆସନ୍ତାମାସରୁ ଏଲିଭେଟେଡ୍ କରିଡର କାମ, ବ୍ୟୟ ହେବ ଏତିକି କୋଟି…
ଭୁବନେଶ୍ୱର,୧୪ା୩: ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ କରିଡର୍। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ଏଲିଭେଟେଡ୍ ରୋଡ୍ ହେବ। ୨୭୦୦ କୋଟି ଟଙ୍କା ବ୍ୟୟବରାଦରେ ଏଲିଭେଟେଡ…
ପୁଣି ବନ୍ଧା ହେବେ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ!
ନୂଆଦିଲ୍ଲୀ,୧୪।୩: ଦିଲ୍ଲୀ ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ତଦନ୍ତକୁ ଅନୁମୋଦନ କରିଛନ୍ତି। ଭାଜପା କର୍ମୀ ହରିଶ…
ଭୁବନେଶ୍ୱରରେ ଖୁବ୍ଶୀଘ୍ର ଆରମ୍ଭ ହେବ ରେଡିଓ ଷ୍ଟେଶନ
ଭୁବନେଶ୍ୱର,୧୪ା୩: ଭୁବନେଶ୍ୱରରେ ଖୁବ୍ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଭୁବନେଶ୍ୱର ୮୯.୨ ଏଫ୍ଏମ୍- ଦ ଟେମ୍ପଲ ସିଟି ରେଡିଓ’। ଏଫ୍ଏମ୍ ବ୍ୟାଣ୍ଡ୍ର ୮୯.୨ ମେଗାହର୍ଜରେ ଏହି ଷ୍ଟେଶନଟି ଶୁଣାଯାଇପାରିବ ବୋଲି ଏହାର ପ୍ରତିଷ୍ଠାତା ସୁବ୍ରତ କୁମାର ପତି…
‘ସୋସିଆଲ୍ ମିଡିଆରୁ ଦୂରରେ ରହି କଠିନ ପରିଶ୍ରମ’: ଜାଣନ୍ତୁ OJS ପରୀକ୍ଷାରେ କେମିତି ସଫଳତା ହାସଲ କଲେ ରାଜଶ୍ରୀ ପ୍ରିୟଦର୍ଶିନୀ
ଭୁବନେଶ୍ୱର,୧୪।୩: ତୃତୀୟ ପ୍ରୟାସରେ OJS ପରୀକ୍ଷାରେ ସଫଳ ହୋଇଥିବା ରାଜଶ୍ରୀ ପ୍ରିୟଦର୍ଶିନୀ ୯ମ ରାଙ୍କ ହାସଲ କରିଛନ୍ତି। ଏଥିସହିତ ରାଜଶ୍ରୀ ଓଡ଼ିଶାର ଅନେକ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଙ୍କର ସଫଳତାର କାହାଣୀ…
ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ
ଜଲଗାଁଓ,୧୪।୩: ଶୁକ୍ରବାର ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଅମରାବତୀ ଏକ୍ସପ୍ରେସ ଜଳଗାଁଓର ବୋଡୱାଡ ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଏକ…
Archives


