ଶ୍ରୀକୃଷ୍ଣ ଶରଣପୁର ଶାସନରେ ନିଆରା ଢଙ୍ଗରେ ଗହ୍ମାପୂର୍ଣ୍ଣିମା

ଖଲ୍ଲିକୋଟ,୯ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଶାସନରେ କୃଷିଭିତ୍ତିକ ପର୍ବ ଗହ୍ମାପୂର୍ଣ୍ଣିମା ଓ ଗୋପୂଜନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ  ୮୦ ବର୍ଷରୁ ଊଦ୍ଧର୍‌ବ ବୟସ୍କଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଶାସନ ଯୁବକମାନଙ୍କ ନିଜସ୍ବ ଚେଷ୍ଟାରେ ଗ୍ରାମରେ ଥିବା ଚନ୍ଦ୍ରଶେଖର ଓ ମା’ ଦୁର୍ଗାଦେବୀଙ୍କ ମନ୍ଦିର ନିକଟରେ ନୂତନ ଭାବେ ନିର୍ମିତ ଗୋ’ଶାଳାର ଶୁଭାରମ୍ଭ ହୋଇଛି। ପ୍ରାତଃ ସମୟରେ ଗାଈ ବାଛୁରୀଙ୍କୁ ସ୍ନାନ କରାଇ ହଳଦୀ, ଚନ୍ଦନ, ସିନ୍ଦୂର, ଫୁଲରେ ସଜାଇ ପୂଜକ ସନ୍ତୋଷ ଦାଶ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ।

ସେଠାରେ ଶାସନର ୮୦ ବର୍ଷରୁ ଊଦ୍ଧର୍‌ବ ବୟସ୍କ ବ୍ରାହ୍ମଣ ଗୋସାଇଁ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ରଥ, ଗୋଦାବରୀଶ ପଣ୍ଡା, ସୁବାସ ରଥ, ପଦ୍ମନାଭ ରଥ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏଠାରେ ପଶୁ ବିଭାଗର(ଏଲଆଇ) ମନୋଜ କୁମାର ସାହୁ, (ମୟତ୍ରୀ) ପ୍ରବୀଣ କୁମାର ବେହେରା ଉପସ୍ଥିତ ଥିଲେ।

ସେହିପରି ଗ୍ରାମର ହେମନ୍ତ କୁମାର ରଥ, ପ୍ରଭାତ ଶିଶିର ପଣ୍ଡା, ଲକ୍ଷ୍ମଣ କୁମାର ରଥ, ସାରଦା ପ୍ରସାଦ ନନ୍ଦ, ଶେଖର ତରେଇ, ଅନାଥ ଗୌଡ଼ ,ସୈରା ଗୌଡ଼, ରାଘବ ଗୌଡ଼, ସୁଦର୍ଶନ ସାହୁ ପ୍ରମୁଖ ଏହାର ପରିଚାଳନା କରିଥିଲେ। କେଶପୁର କାମଧେନୁ ସେବା ଆଶ୍ରମର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଗୋରୁଙ୍କ ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା। ସେହିପରି ମଧ୍ୟାହ୍ନରେ ଗହ୍ମାଖଳାରେ ବଳଭଦ୍ରଙ୍କ ମୃଣୟ ମୂର୍ତ୍ତିଙ୍କୁ ପଣ୍ଡିତ ଶରତ ଚନ୍ଦ୍ର ରଥ ପାରମ୍ପରିକ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?