Home Left

ଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଧାମନଗର , ୨୯।୩ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୯ ତାରିଖ ଦିନ ସାରା ଓଡିଶାରେ ଓକିଲ ସଂଘର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଓକିଲ…

ବାର ଆସୋସିଏଶନର ନିର୍ବାଚନ: ଚନ୍ଦ୍ରଶେଖର ସଭାପତି, ବୀରେନ୍ଦ୍ର ସମ୍ପାଦକ

ଫୁଲବାଣୀ, ୨୯ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ବାର ଆସୋସିଏଶନର ନିର୍ବାଚନ ଶନିବାର ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ରଶେଖର ପରିଡା, ଉପସଭାପତି ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର କାନ୍ତ…

ରାୟଗଡା ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ରାୟଗଡା, ୨୯।୩(ଭାଗ୍ୟଶ୍ରୀ ମିଶ୍ର): ୨୦୨୫-୨୬ ନିର୍ବାଚନ ପାଇଁ ରାୟଗଡା ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଶନିବାର ଦିନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହା ସଂଧ୍ୟା ୩ଟା ପର୍ଯ୍ୟନ୍ତ ଚାଲିବ l ଏଥିରେ ୫ଟି ପଦବୀ ପାଇଁ ୧୦ଜଣ…

ପଦ୍ମପୁର ଓକିଲ ସଂଘ ନିର୍ବାଚନ: ରାମରତନ ସଭାପତି, ଚିନ୍ମୟ ସମ୍ପାଦକ ଭାବେ ନିର୍ବାଚିତ

ପଦ୍ମପୁର,୨୯ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁନିଲ କୁମାର ପାଣିଗ୍ରାହୀ ଉପସଭାପତି, ଚିନ୍ମୟ କୁମାର…

ଧୋନୀଙ୍କୁ ଯୋଗୁ ହାରିଲା CSK: ବର୍ଷିଲେ ପୂର୍ବତନ ଖେଳାଳି

ଚେନ୍ନାଇ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗସକୁ ୫୦ ରନରେ ପରାସ୍ତ କରିଥିଲା। ଏହି ମୁକାବିଲାରେ CSK ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଆଗୁଆ ବ୍ୟାଟିଂ କରିବାକୁ ପଠାଇଥିଲାଲା। ସୋସିଆଲ ମିଡିଆରେ ବ୍ୟାଟିଂ କ୍ରମକୁ ନେଇ ଏକ…

ଓକିଲ ସଂଘ ନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା କୋର୍ଟ ପରିସରରେ ଖୋର୍ଦ୍ଧା ଜିଲା ଓକିଲ ସଂଘର ମତାମତ ଚାଲିଛି। ୩୬୧ ମତଦାତା ରହିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ବିଜୟ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଶନିବାର କୋର୍ଟ…

୧୯ ପଦବୀ ପାଇଁ ମଇଦାନରେ ୩୬ ପ୍ରାର୍ଥୀ

ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ ପାଇଁ କେଶବ କୁମାର ଆଚାର୍ଯ୍ୟ, ମନୋଜ କୁମାର…

ଭୁବନେଶ୍ୱର ବାର୍‌ କାଉନସିଲ ନିର୍ବାଚନ ପାଇଁ ଚାଲିଛି ମତଦାନ: ୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୧୦୫ ଭୋଟର

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି। ଶନିବାର ସକାଳ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇଯାଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଭୁବନେଶ୍ୱର ବାର୍‌ ଆସୋସିଏଶନଠାରେ ପ୍ରବଳ…

ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲ ଦେଖିଲେ ତ୍ରିପୁରାର ୩୦ ଜଣିଆ ଟିମ୍‌: କଲେ ପ୍ରଶଂସା

ଛତ୍ରପୁର, ୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାକୁ ତ୍ରିପୁରା ରାଜ୍ୟର ୩୦ ଜଣିଆ ସଦସ୍ୟଙ୍କ ଟିମ ବୁଲିବାକୁ ଆସିଥିଲେ। ବିଶେଷକରି ଗଞ୍ଜାମ ଜିଲାରେ ଚାଲିଥିବା ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲକୁ ଦେଖିବା ସହ ତ୍ରିପୁରା ଟିମ ଏହାର ପ୍ରଶଂସା କରିଥିଲେ। ଏହି ପରିଦର୍ଶନବେଳେ…

ସୌନ୍ଦର୍ଯ୍ୟ ହରାଉଛି ହିଲ୍‌ଭିୟୁ ଘାଟି, କୁଢ଼କୁଢ଼ ଆର୍ବଜନା ଦେଖି ପର୍ଯ୍ୟଟକ କ୍ଷୁବ୍ଧ

ଦାରିଙ୍ଗବାଡ଼ି,୨୯ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ଦାରିଙ୍ଗବାଡ଼ି ଦେଶ ଓ ବିଦେଶରେ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ କୁଢ଼କୁଢ଼ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ିଛି…

IPL 2025 ପ୍ରଥମ ସପ୍ତାହରେ viewership ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୨୯।୩: IPL ସିଜିନ ୧୮ ଚମତ୍କାର ଭାବରେ ଆରମ୍ଭ ହୋଇଛି। କେବଳ ଗୋଟିଏ ସପ୍ତାହ ମଧ୍ୟରେ ଆମେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିଛୁ। ଏହି ମ୍ୟାଚ୍‌ଗୁଡ଼ିକରେ ଅନେକ ରେକର୍ଡ ହୋଇଛି ଏବଂ ଭାଙ୍ଗିଛି କିନ୍ତୁ ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଗୋଟିଏ…

ବିଭିନ୍ନ ଦାବି ନେଇ ଡିଏଭି ମହାବିଦ୍ୟାଳୟର ତାଲା ପକାଇଲେ କର୍ମଚାରୀ

ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ଫଳରେ ଅଧ୍ୟାପକ ତଥା ଅନ୍ୟ କର୍ମଚାରୀ ପ୍ରବେଶ ବାଟ ବନ୍ଦ ସହ ଶିକ୍ଷାଦାନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri