Home Left

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପଦ୍ମିନୀ ଗଡ଼ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପରୀକ୍ଷାଫଳକୁ ପ୍ରକାଶ କରାଯାଇଥିଲା।…

Ghibli ଚୋରାଉଛି କି ଆପଣଙ୍କ ଚେହେରା? ଅରବ ଡଲାରରେ ବିକ୍ରି ହେଉଛି…

ନୂଆଦିଲ୍ଲୀ,୩୦।୩: ଆଜିକାଲି, ସୋସିଆଲ ମିଡିଆ OpenAIର ChatGPT 4.o ବ୍ୟବହାର କରି ସୃଷ୍ଟି ହୋଇଥିବା ଘିବଲି ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫେସବୁକ, ଇନଷ୍ଟାଗ୍ରାମ କିମ୍ବା X, ଲୋକମାନେ ସବୁଠି ସେମାନଙ୍କର ଘିବଲି ଫଟୋ ଶେୟାର କରୁଛନ୍ତି। ଲୋକମାନେ…

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ।…

କୋକସରା: ମନୋଜ ସଭାପତି, ଲଳିତ ସମ୍ପାଦକ

କୋକସରା,୩୦।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମନୋଜ କୁମାର ନାଏକ, ଉପସଭାପତି ଲକ୍ଷ୍ମୀକାନ୍ତ ଖମାରୀ, ସମ୍ପାଦକ ଲଳିତ କୁମାର ଦାସ, ସହସମ୍ପାଦକ ଜଗା ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ ବିଭାଗ)ର ପିଜି ୨ୟ ବର୍ଷର ଛାତ୍ର ତାପସ ନାୟକ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ…

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମ୍ୟାନ୍‌ମାରର ସାମରିକ ସରକାରଙ୍କ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସୁଧାଂଶୁ ପୁଣି ସଭାପତି ନିର୍ବାଚିତ

ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଅଶୋକ କୁମାର ପଟ୍ଟନାୟକ, ଉପସଭାପତି ଗଣେଶ୍ୱର ପଟ୍ଟନାୟକ, ସହକାରୀ…

ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି…

ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍‌ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ ନାମକ ଜଣେ ବୟଫ୍ରେଣ୍ଡଙ୍କ ସହ ସେ ଲିଭ୍‌-ଇନ୍‌ରେ ରହୁଥିବା ଅମିତ ଥାନାରେ ଅଭିଯୋଗ କରିଥିଲେ।…

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲାର ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣୁପୁରର ବଙ୍ଗଳା ପଡ଼ା ଠାରେ…

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର ତାଲିକା ପ୍ରସ୍ତୁତ କରିଥାଏ। ସେହି ସବୁ ରାଷ୍ଟ୍ରକୁ ‘କଣ୍ଟ୍ରିଜ ଅଫ୍‌ ପର୍ଟିକୁଲାର କନସର୍ନ’(ସିପିସି) ବା…

୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍‌ଶେଦପୁର ଅଞ୍ଚଳରେ ଚହଳ ପକାଇ ଦେଇଛି। ୭ ବର୍ଷ ଧରି ହଜିଯାଇ ମୟୂରଭଞ୍ଜ ଜିଲା ଶିଶୁ ଯନତ୍ ଅନୁଷ୍ଠାନରେ…

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ ଦିବସ ନାହିଁ, ୨୦୧୦ରୁ ଏହା ଓଡ଼ିଶା ଦିବସ ହୋଇସାରିଲାଣି। ସରକାର ଓଡ଼ିଶା ଦିବସ ପାଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri