କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି: ବସିଲା ସ୍ବତନ୍ତ୍ର ବଜାର

ଭବାନୀପାଟଣା,୨ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ମଙ୍ଗଳବାର ଜିଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ମଙ୍ଗଳବାର ସକାଳେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଗଡ଼ଜାତ ଅଞ୍ଚଳର ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, ମହୁଲପାଟଣା, କର୍ଲାପାଟ ଓ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ନୂଆଖାଇ ପାଳନ ହେବ। ଏଥିପାଇଁ ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି।
ସାଧାରଣତଃ ଗଣେଶ ପୂଜା ପରଦିନ ଅର୍ଥତ୍‌ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ। କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ମଙ୍ଗଳବାର ସକାଳ ୮ଟା ୪୫ରୁ ୯ଟା ୦୫ ମଧ୍ୟରେ ବିଧି ଅନୁଯାୟୀ ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ୯ଟା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ରହିବ। ସକାଳ ୧୦ଟା ୫୫ରୁ ଅପରାହ୍ନ ୧ଟା ମଧ୍ୟରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ। ଏଥିଲାଗି ସୋମବାର ଗଡ଼ଜାତ ଅଞ୍ଚଳରେ ଲୋକେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ନୂଆ ସାମଗ୍ରୀ ବ୍ୟବହାର ହେବା ପରମ୍ପରା ରହିଥିବାରୁ ଭବାନୀପାଟଣାରେ ବସିଛି ସ୍ବତନ୍ତ୍ର ନୂଆଁଖାଇ ବଜାର। ନୂଆଁଧାନ, ଚୂଡା, ବିଭିନ୍ନ ପତ୍ର ସମେତ ସାମଗ୍ରୀ କିଣିବାରେ ସଭିଏଁ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ନୂଆଁଖାଇକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ ଖୁସି ଅଛନ୍ତି। ଏ ନେଇ ଭବାନୀପାଟଣା ବାସିନ୍ଦା ରାମ ଲିଙ୍ଗା ଆଚାରି କହନ୍ତି, ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ ହୋଇଥିବା ବେଳେ ଦଶମୀ ତିଥିରେ ଭବାନୀପାଟଣାରେ ନୂଆଁଖାଇ ପାଲନ ହେବ। ଏଥିପାଇଁ ଆମେ ନୂଆଁଧାନ, ଚୂଡା ସହ ବିଭିନ୍ନ ପନିପରିବା ନେଉଛୁ। ମା’ ମାଣିକେଶ୍ୱରୀଙ୍କ ନୀତିନିୟମ ଅନୁଯାୟୀ ଆମେ ନୂଆଁ ଖାଇବୁ। ସମସ୍ତେ ଏକାଠି ବସି ନୂଆଁ ଖାଇବାର ମଜା ନେବୁ ବୋଲି କହିଛନ୍ତି। ଭବାନୀପାଟଣାର ଅନ୍ୟଜଣେ ବାସିନ୍ଦା ନରେନ୍ଦ୍ର ଦାସ କହିଛନ୍ତି ଯେ, ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ। ଆମେ ଦଶମୀ ତିଥିରେ ନୂଆଁଖାଇ ପାଳନ କରୁଛୁ। ଆମର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବାକୁ ଥିବାରୁ ସୋମବାର ଆମେ ବଜାରରୁ ସମସ୍ତ ସାମଗ୍ରୀ କିଣାକିଣି କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri