କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି: ବସିଲା ସ୍ବତନ୍ତ୍ର ବଜାର

ଭବାନୀପାଟଣା,୨ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ମଙ୍ଗଳବାର ଜିଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ମଙ୍ଗଳବାର ସକାଳେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଗଡ଼ଜାତ ଅଞ୍ଚଳର ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, ମହୁଲପାଟଣା, କର୍ଲାପାଟ ଓ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ନୂଆଖାଇ ପାଳନ ହେବ। ଏଥିପାଇଁ ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି।
ସାଧାରଣତଃ ଗଣେଶ ପୂଜା ପରଦିନ ଅର୍ଥତ୍‌ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ। କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ମଙ୍ଗଳବାର ସକାଳ ୮ଟା ୪୫ରୁ ୯ଟା ୦୫ ମଧ୍ୟରେ ବିଧି ଅନୁଯାୟୀ ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ୯ଟା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ରହିବ। ସକାଳ ୧୦ଟା ୫୫ରୁ ଅପରାହ୍ନ ୧ଟା ମଧ୍ୟରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ। ଏଥିଲାଗି ସୋମବାର ଗଡ଼ଜାତ ଅଞ୍ଚଳରେ ଲୋକେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ନୂଆ ସାମଗ୍ରୀ ବ୍ୟବହାର ହେବା ପରମ୍ପରା ରହିଥିବାରୁ ଭବାନୀପାଟଣାରେ ବସିଛି ସ୍ବତନ୍ତ୍ର ନୂଆଁଖାଇ ବଜାର। ନୂଆଁଧାନ, ଚୂଡା, ବିଭିନ୍ନ ପତ୍ର ସମେତ ସାମଗ୍ରୀ କିଣିବାରେ ସଭିଏଁ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ନୂଆଁଖାଇକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ ଖୁସି ଅଛନ୍ତି। ଏ ନେଇ ଭବାନୀପାଟଣା ବାସିନ୍ଦା ରାମ ଲିଙ୍ଗା ଆଚାରି କହନ୍ତି, ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ ହୋଇଥିବା ବେଳେ ଦଶମୀ ତିଥିରେ ଭବାନୀପାଟଣାରେ ନୂଆଁଖାଇ ପାଲନ ହେବ। ଏଥିପାଇଁ ଆମେ ନୂଆଁଧାନ, ଚୂଡା ସହ ବିଭିନ୍ନ ପନିପରିବା ନେଉଛୁ। ମା’ ମାଣିକେଶ୍ୱରୀଙ୍କ ନୀତିନିୟମ ଅନୁଯାୟୀ ଆମେ ନୂଆଁ ଖାଇବୁ। ସମସ୍ତେ ଏକାଠି ବସି ନୂଆଁ ଖାଇବାର ମଜା ନେବୁ ବୋଲି କହିଛନ୍ତି। ଭବାନୀପାଟଣାର ଅନ୍ୟଜଣେ ବାସିନ୍ଦା ନରେନ୍ଦ୍ର ଦାସ କହିଛନ୍ତି ଯେ, ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ। ଆମେ ଦଶମୀ ତିଥିରେ ନୂଆଁଖାଇ ପାଳନ କରୁଛୁ। ଆମର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବାକୁ ଥିବାରୁ ସୋମବାର ଆମେ ବଜାରରୁ ସମସ୍ତ ସାମଗ୍ରୀ କିଣାକିଣି କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri