Home Left

ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଊଦ୍ଧର୍‌ବ ଗାଁ

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲାରୁ ୧୦୦ରୁ ଊଦ୍ଧର୍‌ବ ଗ୍ରାମ ଚିହ୍ନଟ କରାଯିବ। ଏଥିପାଇଁ ଆଇ୍‌ଏନ୍‌ସିିଓଆଇଏସ୍‌ ପକ୍ଷରୁ ବୈଷୟିକ ସହାୟତା ନିଆଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ…

୨୦୨୬ ସୁଦ୍ଧା ମିଳିମିଳା-ରୁବେଲାମୁକ୍ତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୩୦।୪(ବନ୍ଦନା ସେଠୀ):୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ। ସେହିପରି ଟିକାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ଅନୁଯାୟୀ ଓଡ଼ିଶା ୯୦.୫% ଟିକାକରଣ…

ଫେଡେରେଶନ୍‌ କପ୍‌ ସିନିୟର କବାଡ଼ି ପ୍ରତିଯୋଗିତା ପାଇଁ ଟେକ୍ନିସିଆନ୍‌ ଅଫିସିଆଲଙ୍କ ନାମ ଘୋଷଣା: ଓଡ଼ିଶାରୁ ରଞ୍ଜିତା ମିଶ୍ର ମନୋନୀତ

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ମହାରାଷ୍ଟ୍ର ଅମରାବତୀର ଗଡଗେବାବା ସମାଧି ମନ୍ଦିର ଖେଳପଡିଆଠାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଫେଡେରେଶନ କପ୍‌ ସିନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର…

ବର୍ଷକରେ ଅଢ଼େଇ କୋଟି ଲିଟର ଦେଶୀମଦ ପିଇଛନ୍ତି

ଭବାନୀପାଟଣା,୩୦ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଜିଲାର ସହର ସମେତ ଅଧିକାଂଶ ଗାଁରେ ଏବେ ମଦକୋଠି ଛତୁ ଫୁଟିଲା ଭଳି ଖୋଲିଛି। ଅନେକ ନିରୀହ ଗରିବ ଲୋକ ମଦ ନିଶାରେ ପଡ଼ି…

ବଢୁଛି ଜଳକଷ୍ଟ, ଅସ୍ତିତ୍ୱ ହରାଉଛି ଜଳାଶୟ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ୧୯ୱାର୍ଡକୁ ନେଇ ଗଠିତ। ଏକଦା ପ୍ରତି ୱାର୍ଡରେ ଏକାଧିକ ଜଳାଶୟ(ବନ୍ଧ,କଟା) ରହିଥିଲା। ପୂର୍ବପୁରୁଷମାନେ ଶ୍ରମଦାନ କରି ଏଠାରେ ଅନେକ ଜଳାଶୟ ଖୋଳିଥିଲେ ଏବଂ ସେଗୁଡ଼ିକର ପୃଥକ୍‌ ନାମକରଣ କରିଥିଲେ। ବରଗଡ଼ ସହରରେ ପୂର୍ଣ୍ଣିବନ୍ଧ, ମଝଲି ବନ୍ଧ,…

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଆମେରିକା…

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଏହି ପରୀକ୍ଷା ପାଇଁ ଓ୍ବେବ୍‌ସାଇଟ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଫର୍ମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ ସହ ‘ଗାଏବ’ ଶବ୍ଦ ବ୍ୟବହାର କରାଯାଇଥିଲା। ଏହି ପୋଷ୍ଟକୁ ନେଇ ତୀବ୍ର ବିବାଦ ଓ…

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧ ଦିନ ବ୍ୟାପୀ ଚନ୍ଦନ ମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହିବ। ଚନ୍ଦନ…

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ…

ପାକିସ୍ତାନୀ କଳାକାରଙ୍କୁ ରୋକଠୋକ୍‌ ଶୁଣାଇଦେଲେ ଜାଭେଦ ଅଖତର, ସମସ୍ତେ କାବା

ନୂଆଦିଲ୍ଲୀ,୨୯।୪: ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିଲା। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ନିଷେଧ କରିବା ପାଇଁ ଦାବି ଜୋର ଧରିଛି। ଏହି ପ୍ରସଙ୍ଗରେ ବରିଷ୍ଠ ଗୀତିକାର ତଥା…

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୨୯।୪: ପାକିସ୍ତାନ ସହିତ ଚାଲିଥିବା ରାଜନୈତିକ ଏବଂ ସୀମା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ନୂଆଦିଲ୍ଲୀସ୍ଥିତ ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସଏସ)ର ସରସଙ୍ଘଚାଳକ ମୋହନ ଭାଗବତଙ୍କୁ ଭେଟିଛନ୍ତି। ସୂତ୍ରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri