Posted inଜାତୀୟ

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କ୍ଷମତାରୁ ହଟାଯିବ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଶପଥ ନେଇଛନ୍ତି।
ରାମଲୀଲା ମଇଦାନରେ ଆୟୋଜିତ ‘ଭୋଟ ଚୋର ଗଦ୍ଦି ଛୋଡ୍‌’ ରାଲିକୁ ସମ୍ବୋଧିତ କରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର (ଇସି) ସୁଖବୀର ସିଂ ସାନ୍ଧୁ ଓ ବିବେକ ଜୋଷୀ ଭାଜପା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ ସତ୍ୟ ସହ ଛିଡ଼ା ହୋଇ ରହିଛୁ। ଆମେ ମୋଦି-ଆର୍‌ଏସ୍‌ଏସ୍‌କୁ କ୍ଷମତାରୁ ହଟାଇଦେବୁ। ସେମାନଙ୍କ ପାଖରେ କ୍ଷମତା ରହିଛି। ସେମାନେ ଭୋଟ ଚୋରିରେ ସମ୍ପୃକ୍ତ। ସତ୍ୟ କଂଗ୍ରେସ ବିଚାରଧାରାର ଡିଏନ୍‌ଏରେ ମୂଳରୁ ପ୍ରବାହିତ। ଆପଣମାନେ ଆଦୌ ଭୟଭୀତ ହେବା ଅନୁଚିତ। ଶେଷରେ ଆମର ହିଁ ବିଜୟ ହେବ। ସତ୍ୟପଥର ପଥିକ ହୋଇ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଆର୍‌ଏସ୍‌ଏସ୍‌ ସରକାରକୁ ଆମେ ହଟାଇଦେବା। ରାହୁଲଙ୍କ ସହ ଉକ୍ତ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ପରେ ରାହୁଲ Xରେ ପୋଷ୍ଟ କରିଥିଲେ, କଂଗ୍ରେସ ସାରା ଦେଶର କୋଣଅନୁକୋଣରେ ଦସ୍ତଖତ ଅଭିଯାନ ଚଳାଇଛି। ୬ କୋଟି ଲୋକଙ୍କ ସ୍ବାକ୍ଷର ସମ୍ବଳିତ ଭୋଟ ଚୋରି ଅଭିଯୋଗପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ।
ସଭାକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ଭୋଟ ଚୋରିରେ ସମ୍ପୃକ୍ତ ଲୋକେ ହେଉଛନ୍ତି ବିଶ୍ୱାସଘାତକ। ଭୋଟ ଅଧିକାର ଓ ସମ୍ବିଧାନକୁ ସୁରକ୍ଷା ଦେବାକୁ ହେଲେ ସେମାନଙ୍କୁ କ୍ଷମତାରୁ ହଟାଇବାକୁ ପଡ଼ିବ। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ପୂର୍ବତନ ସରସଂଘ ଚାଳକ ଏମ୍‌.ଏସ୍‌. ଗୋଲଓ୍ବାଲକର ଓ ମନୁସ୍ମୃତି ବିଚାରଧାରା ଦେଶକୁ ନଷ୍ଟ କରିଦେବ। କେବଳ କଂଗ୍ରେସ ହିଁ ଏହାକୁ ବଞ୍ଚାଇପାରିବ। ଭାଜପା-ଆର୍‌ଏସ୍‌ଏସ୍‌ ଲୋକେ ସମ୍ବିଧାନକୁ ଧ୍ୱଂସ କରିବାରେ ଲାଗିଛନ୍ତି। ହିନ୍ଦୁତ୍ୱ ନାମରେ ଏହି ଲୋକେ ଗରିବମାନଙ୍କୁ ପୁନର୍ବାର ଦାସ କରିବାକ୍‌ୁ ଚାହୁଁଛନ୍ତି। କିନ୍ତୁ ଦେଶକୁ ସ୍ବାଧୀନ କରିଥିଲା, ଯେତେବେଳେ କି ମୋଦି ଓ ଶାହା ଜନ୍ମ ହୋଇ ନ ଥିଲେ। ଏମାନେ ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡକରଙ୍କ ବିରୋଧୀ। ସେମାନେ ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ବିଚାରଧାରାରେ ଫାଟ ଦେଖାଇ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ ଚଳାଉଛନ୍ତି ବୋଲି ଖାର୍ଗେ ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷେ କଂଗ୍ରେସର ଭୋଟ ଚୋରି ରାଲିକୁ ଭାଜପା କହିଛି, ମୁଖ୍ୟ ବିରୋଧୀ ଦଳ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସ୍ଥାନିତ କରିବା ପାଇଁ ଏଭଳି ଉଦ୍ୟମ କରୁଛି। ରାହୁଲଙ୍କ ଅଧୀନରେ କଂଗ୍ରେସ ଇତିହାସରେ ସମାଧି ନେବାକୁ ଯାଉଛି। ଔରଙ୍ଗଜେବଙ୍କ ନେତୃତ୍ୱରେ ମୋଗଲମାନଙ୍କ ଅବସ୍ଥା ଯାହା ହୋଇଥିଲା, ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଅବସ୍ଥା ସେପରି ହେବ ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଜବାବ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?