Posted inରାଜ୍ୟ

ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ ଜଳାଶୟଗୁଡିକ ଶୁଷ୍କ ହେବାକୁ ବସିଲାଣି। ଏଥିଯୋଗୁ ଗ୍ରାମାଞ୍ଚଳ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଏପରି କି ସ୍ନାନ ପାଇଁ ଗୋଟିଏ ପୋଖରୀ ଉପରେ ଗୋରୁ ଓ ମଣିଷଙ୍କୁ ନିର୍ଭା କରିବାକୁ ପଡୁଛି। ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତର ୧୯ନଂ. ୱାର୍ଡ ଚୈତନ୍ୟପୁର ମୌଜା ଗହୀରରେ ୩ଶହ ଏକରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି ା ଏହି ଜମିଗୁଡିକୁ ଆବଶ୍ୟକ ପାଣି ଯୋଗାଇବା ପାଇଁ କୌଣସି ସୁବିଧା ନ ଥିବାରୁ ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରିଥାନ୍ତି ା ବର୍ଷର ଅନ୍ୟ ସମୟରେ ଜମି ପଡିଆ ପଡିଥାଏ ା ରବି ଋତୁରେ ରବି ଫସଲ, ପନିପରିବା ଓ ଅଧିକ ଅମଳକ୍ଷମ ଧାନଚାଷ କରାଯାଇଥାଏ ା କୃଷକମାନଙ୍କ ଅର୍ଥନୈତିକ ଅବସ୍ଥା ସୁଧାରିବା ପାଇଁ ୧୯୩୦ ମସିହା ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ା ରାଜୁଡା ଶାସନ ଅମଳରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଅଞ୍ଚଳର ପ୍ରଜାମାନଙ୍କୁ ବେଠିରେ ଖଟାଯାଇ ଚୈତନ୍ୟପୁର ମୌଜା ଗହୀରରେ ୨ ଏକର ୪ ଡେସିମିଲ ପରିମିତ କନିଅର ବନ୍ଧ, ୨ ଏକର ପରିମିତ ମାଟିଆବନ୍ଧ ଓ ୪ ଏକର ୩୦ ଡେସିମିଲ ପରିମିତ ବଡ଼ବନ୍ଧ ଖନନ କରାଯାଇଥିଲା। ଏହି ବନ୍ଧଗୁଡିକରେ ଅଞ୍ଚଳର ଜନସାଧାରଣଙ୍କ ସହ ଗୋରୁ ମଧ୍ୟ ଗାଧୋଉଥିଲେ ା ଏହାଛଡା ଆବଶ୍ୟକ ସମୟରେ ଏହି ବନ୍ଧର ହୁଡାକାଟି ଜମିକୁ ପାଣି ମଡାଯାଉଥିଲା। ଫଳରେ ବର୍ଷା ଅଭାବରେ ଏହି ବନ୍ଧ ପାଣିକୁ ବ୍ୟବହାର କରାଯାଇ ଜମିରୁ ଫସଲ ଉପତ୍ାଦନ ହୋଇପାରୁଥିଲା ା କାଳକ୍ରମେ ୨ଟି ବନ୍ଧକୁ ବାଣପୁର ପଞ୍ଚାୟତ ନିଜ ଅଧୀନକୁ ଆଣି ମାଛ ଚାଷ ଉଦ୍ଦେଶ୍ୟରେ ପ୍ରତିବର୍ଷ ନିଲାମ ଦିଆଯାଉଥିଲା। ହେଲେ ଗତ ବର୍ଷଠାରୁ ଏହି ବନ୍ଧଗୁଡିକରେ ପାଣି ନ ଥିବାରୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଇନାହିଁ ବୋଲି ସରପଞ୍ଚ ପ୍ରଦୀପ କୁମାର କର ସୂଚନା ଦେଇଥିଲେ ା ଅନ୍ୟ ଏକ ବନ୍ଧକୁ କେତେକ ବ୍ୟକ୍ତି ଦଖଲ କରି ଚାଷଜମିରେ ପରିଣତ କଲେଣି। ଜଳ ଅଭାବ ଯୋଗୁ ଲୋକେ ବାଧ୍ୟହୋଇ ଅଳ୍ପ ପାଣି ଥିବା ମାଟିଆବନ୍ଧ ଉପରେ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଛନ୍ତି। ଆଖପାଖରେ ଅନ୍ୟ ଜଳାଶୟ ନ ଥିବାରୁ ଗାଈ, ବଳଦ, ମଇଁଷି ଆଦି ଗୃହପାଳିତ ପ୍ରାଣୀ ମଧ୍ୟ ଉକ୍ତ ପୋଖରୀରେ ଗାଧୋଉଥିବା ପରିଲକ୍ଷିତ ହେଉଛି ା ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଦୁଇ ପୋଖରୀର ରକ୍ଷଣାବେକ୍ଷଣ ସହ ପାଣି ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଆମେ ଓ ଆମର ଗୃହପାଳିତ ପ୍ରାଣୀ ଉକ୍ତ ପ୍ରଦୂଷିତ ପୋଖରୀରେ ସ୍ନାନ ଶୌଚାଦି ସାରୁଛୁ ବୋଲି ଗ୍ରାମର କେଶବ ନାୟକ, ଚନ୍ଦ୍ରମଣି ନାୟକ, କୀର୍ତ୍ତନ ସ୍ବାଇଁ, ବସନ୍ତ ନାୟକ, ମଧୁସୂଦନ ସ୍ବାଇଁ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ବାଧ୍ୟ ହୋଇ ଅନ୍ଦୋଳନାମତ୍କ ପନ୍ଥା ଆପଣେଇବୁ ବୋଲି ସେମାନେ ସୂଚନା ଦେଇଛନ୍ତି ା ଅପରପକ୍ଷେ ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ୨୦୧୮ ଜୁନ ୩୦ ତାରିଖରେ ୩୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ା ତେବେ ଦୀର୍ଘ ଏକବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସମ୍ପ୍ରତି ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବାଣପୁର ସରପଞ୍ଚ କର କହନ୍ତି, ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପ ହସ୍ତାନ୍ତର ହେବା ପରେ ଆମେ ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?