ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ

ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍‌ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ ସଭ୍ୟତାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନୂତନ ସଭ୍ୟତା ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ସଂଗ୍ରହାଳୟଗୁଡ଼ିକ ସୌନ୍ଦର୍ଯ୍ୟ ସହ ବହୁ ମୂଲ୍ୟବାନ୍‌ ସାମଗ୍ରୀ ହରାଇଲା। ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସମସ୍ତ ପ୍ରମୁଖ ସଂଗ୍ରହାଳୟ ରହିଥିବା ବେଳେ ଏଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସଂଗ୍ରହାଳୟରୁ ଆରମ୍ଭ କରି ଜନଜାତି ସଂଗ୍ରହାଳୟ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଆଦି ନଷ୍ଟଭ୍ରଷ୍ଟ ହୋଇଯାଇଛି। କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
ସୌନ୍ଦର୍ଯ୍ୟ ହରାଇଛି ରାଜ୍ୟ ସଂଗ୍ରହାଳୟ
ଫନୀରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ଏବେ ନିଜର ସୌନ୍ଦର୍ଯ୍ୟ ହରାଇଛି। ପରିସରସ୍ଥ ଉଦ୍ୟାନ, ସୌନ୍ଦର୍ଯ୍ୟକରଣ, ଝରକା ରେଲିଂ ସହ କେତେକ ଗ୍ୟାଲେରି ଗୁରୁତର ପ୍ରଭାବିତ ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ କିଛିଦିନ ତଳେ ନୂଆରୂପ ନେଇଥିବା ସଂଗ୍ରହାଳୟର ବଗିଚା ସର୍ବାଧିକ ନଷ୍ଟ ହୋଇଛି। ଏଠାରେ ଲାଗିଥିବା ବିଭିନ୍ନ ଗଛଲତା ଓ ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଯାଇଛି। ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍‌ ସଂଯୋଗ କ୍ଷତିଗ୍ରସ୍ତ ହେବା ସହିତ ଏସିଗୁଡ଼ିକ କାର୍ଯ୍ୟ କରୁନି। ଏଭଳିସ୍ଥଳେ ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ଜନଜାତି ସଂଗ୍ରହାଳୟର ଗ୍ରାମସଭା, ଜନଜାତି ଗୃହ କ୍ଷତିଗ୍ରସ୍ତ
ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜୁଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମ୍ୟୁଜିୟମ୍‌ର ସବୁଜିମା ପରିପୂର୍ଣ୍ଣ କ୍ୟାମ୍ପସ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ସଂଗ୍ରହାଳୟ ପ୍ରକୋଷ୍ଠ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବେଶଦ୍ୱାରରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବା ସହ ବିଭିନ୍ନ ଜନଜାତି ସମ୍ପ୍ରଦାୟ ଗୃହ ଓ ଗ୍ରାମସଭା ଭାଙ୍ଗରୁଜି ଯାଇଛି। ଅଧିକାଂଶ ଘର ଛପର ଉଡ଼ିଯାଇଥିବା ବେଳେ ବିରଳ ସଲପ ଗଛ ସହ ଏକାଧିକ ନଡ଼ିଆ ଗଛ ଭାଙ୍ଗିଯାଇଛି। ତେବେ ବାତ୍ୟାପରଠୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ଏବେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି।
ଦୋହଲିଯାଇଛି ‘କଳାଭୂମି’ର ଭିତ୍ତିଭୂମି
ମ୍ୟୁଜିୟମ୍‌ ଓ୍ବାକ୍‌ରୁ ଆରମ୍ଭ କରି ବିଭିନ୍ନ ଓ୍ବାର୍କଶପ୍‌ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ବର୍ଷତମାମ୍‌ ଏଭଳି ଭିନ୍ନସ୍ବାଦର କାର୍ଯ୍ୟକ୍ରମ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ ବାତ୍ୟାରେ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନରୁ ଏଠାରେ ୧କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। ଓ୍ବାର୍କଶପ୍‌ ହଲ୍‌, ହସ୍ତଶିଳ୍ପ ଓ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପ୍‌ହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିବା ବେଳେ ବିଜୁଳି ଖୁଣ୍ଟ, ଲ୍ୟାମ୍ପ୍‌ ଲାଇଟ୍‌, ବାହାରେ ଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହସ୍ତଶିଳ୍ପ କଳାକୃତି ଏବଂ ଜଳ ଉତ୍ସଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।
ଅନ୍ୟପକ୍ଷରେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଥିବା ବହୁ ମୂଲ୍ୟବାନ୍‌ ଓ ବିରଳ ଔଷଧୀୟ ବୃକ୍ଷ ଭାଙ୍ଗିଯିବା ସହ ଉପୁଡ଼ି ଯାଇଛି। କାଚ ଝରକାଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ସ୍ଥାନରେ ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି। ସଂଗ୍ରହାଳୟ ଅଡିଟୋରିୟମ୍‌ରେ ବର୍ଷାଜଳ ପଶିଯାଇଥିବାରୁ ବହୁ ଟଙ୍କାର କ୍ଷୟକ୍ଷତି ହୋଇଛି।
ଅଣ୍ଟା ସଳଖିବାକୁ ଲାଗିିଯିବ ବହୁ ସମୟ ସଂଗ୍ରହାଳୟ ପର୍ଯ୍ୟଟନ ଧୀରେ ଧୀରେ ରାଜ୍ୟ ପର୍ଯ୍ୟଟନର ଏକ ଫୋକସ୍‌ ସେଣ୍ଟରରେ ହେଉଥିଲା। ସଂଗ୍ରହାଳୟଗୁଡ଼ିକରେ ମ୍ୟୁଜିୟମ୍‌ ଓ୍ବାକ୍‌, ଓ୍ବାର୍କଶପ୍‌, ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଆଦି ଆୟୋଜନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା ପର୍ଯ୍ୟଟନ ବିଭାଗ। ୮ରୁ ଅଧିକ ବଡ଼ ସଂଗ୍ରହାଳୟ ରହିଥିବାରୁ ଏହା ମାଧ୍ୟମରେ ଭୁବନେଶ୍ୱରକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ରହିଥିଲା। ହେଲେ ବାତ୍ୟାରେ ଏତେ ପରିମାଣର କ୍ଷୟକ୍ଷତି ହେଲା ଯେ ଅଣ୍ଟା ସଳଖିବାକୁ ଆଉ କେତେଦିନ ଲାଗିବ, ତାହା କହିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri