ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଖୋର୍ଦ୍ଧା ଅଫିସ/ବାଲୁଗାଁ, ୧୫ା୬(ଡି.ଏନ୍.ଏ.): ବାଲୁଗାଁ ଥାନା ନାଭାଲ ଫାଣ୍ଡିର କୋଲକତା-ମାଡ୍ରାସ୍ ୧୬ ନଂ. ଜାତୀୟ ରାଜପଥର ସରନଈ ଓଭର ବ୍ରିଜ ତଳେ ଥିବା ଏକ ବଗିଚାରେ ଜଣେ ମହିଳାଙ୍କ ହାତଗୋଡ଼ା ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି। ମୃତକଙ୍କ…
ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ମନ୍ଦିର ଭକ୍ତମୟ
ଆରଡ଼ି, ୧୫।୬(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ରଜ ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁମାନଙ୍କ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଲାଗି ଭିଡ଼ ଲାଗିଛି। ଭକ୍ତମାନେ…
ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର…
ମହିଳାଙ୍କୁ ରାସ୍ତାରେ ପିଟିଲେ କଂଗ୍ରେସ ନେତାଙ୍କ ଭାଇ: ଭିଡ଼ିଓ ଭାଇରାଲ
ଚଣ୍ଡିଗଡ଼,୧୫।୬: ନେତା ତ ନେତା ତାଙ୍କ ଭାଇଙ୍କ ପାଓ୍ବାର ମଧ୍ୟ ଅଧିକ। ବେଳ ପଡ଼ିଲେ ସେ ଆଇନକୁ ମଧ୍ୟ ହାତକୁ ନେଇ ପାରିବେ। ପଞ୍ଜାବ ମକ୍ତସର ଜିଲାରେ ଘଟିଛି ଏଭଳି ଏକ ଘଟଣା। ଏଠାରେ କଂଗ୍ରେସ ପାର୍ଷଦ ରାକେଶ ଚୌଧୁରୀଙ୍କ ଭାଇ…
ଏସ୍ସିବିରେ ଶଢୁଛି ମୃତଦେହ
କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ ରହିଛି,…
ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ
କଟକ ରୋଡ,୧୫ା୬(ଡି.ଏନ୍.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର ଆଭାସ…
ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍ଏଚ୍ଆର୍ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍ପି
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍ଏସ୍ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ସଂଯୁକ୍ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି…
ନକଲି ପରିଚୟ ପତ୍ର ତିଆରିକରି ଏମ୍ବିଏ ହେଲେ ଆଇପିଏସ୍ ଅଫିସର: ଫେସବୁକ୍ ବାନ୍ଧବୀଙ୍କୁ ବଳାତ୍କାର ଅଭିଯୋଗ
ନୂଆଦିଲ୍ଲୀ,୧୫।୬: ନକଲି ପରିଚୟ ପତ୍ର ତିଆରି କରି ନିଜକୁ ଆଇପିଏସ୍ ଅଫିସର କହୁଥିବା ଜଣେ ଏମ୍ବିଏ ପାସ୍ କରିଥିବା ଯୁବକଙ୍କୁ ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ ଗିରଫ କରିଛି। ନକଲି ଆଇପିଏସ୍ ଅଫିସର ପୀୟୂଷଙ୍କୁ ସ୍ଥାନୀୟ ନ୍ୟୁ ଅଶୋକ ନଗରସ୍ଥିତ…
ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍
ବାଲିଅନ୍ତା,୧୫ା୬(ଡି.ଏନ୍.ଏ.): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳୀ ମାଧବ ରାସ୍ତାର ନଖରାସ୍ଥିତ ଖାରବେଳ ଇଷ୍ଟେଟର ଏକ ନିଛାଟିଆ ସ୍ଥାନରୁ ଶୁକ୍ରବାର ଅପରାହ୍ନରେ ବଡଧରଣର ଡକାୟତି ହୋଇଛି। ୫ରୁ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପ୍ରାୟ ୩୫ଲକ୍ଷ…
ଏସ୍ପ୍ଲାନେଡ୍ ଓ୍ବାନ୍ରେ ଦୋଳି, ପିଠା, ପାନର ପସରା
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ରସୁଲଗଡ଼ସ୍ଥିତ ଓଡ଼ିଶାର ବଡ଼ ମଲ୍ ଏସ୍ପ୍ଲାନେଡ୍ ଓ୍ବାନ୍ରେ ରଜ ମହୋତ୍ସବ ‘ଖୁସିର ରଜ’ ଆରମ୍ଭ ହୋଇଯାଇଛି। ରଜ ପାଇଁ ମଲ୍ରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ପୂରା ମଲ୍କୁ ଆଲୋକରେ ସୁସଜ୍ଜିତ କରାଯିବା ସହ ବିଭିନ୍ନ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।…
ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା
ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରିରେ ତିନି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ହୋଇଥିଲା। ବଳକା ୩୬…
ଜୟ ଶ୍ରୀରାମ ସ୍ଲୋଗାନ ମୌଳିକ ଅଧିକାର ହେଉ
କୋଲକାତା,୧୫ା୬(ପି.ଟି.): ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ମୌଳିକ ଅଧିକାର କରିବା ଲାଗି କାଲକାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏଥିରେ ହସ୍ତକ୍ଷେପ କରିବା ନିମନ୍ତେ…

