Home Left

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଛି।…

ପାଲିଙ୍କିରେ ବୁହାହେଲେ ବାବୁ

ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲା ଉନ୍ନୟନ କମିଶନର ଶୌକତ୍‌ ଅଜାଜ୍‌ଙ୍କୁ କେତେଜଣ ଲୋକ ଏକ ପାଲିଙ୍କିରେ ବସାଇ ନେଉଛନ୍ତି।…

ହାଫିଜ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବଢ଼ିଲା

ଲାହୋର,୨୫ା୭(ପି.ଟି.): ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବୃଦ୍ଧି କରାଯାଇଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ଗତ ୧୭ ତାରିଖରେ ହାଫିଜ୍‌ଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନର ଗୁଜରାନଓ୍ବାଲାସ୍ଥିତ ଆତଙ୍କବାଦ…

ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ୧୯୭୮ ବ୍ୟାଚ୍‌ର ହରିୟାଣା କ୍ୟାଡର୍‌ ଆଇଏଏସ୍‌ ଅଫିସର କୋଠାରୀଙ୍କ କାର୍ଯ୍ୟକାଳ…

ଭାରତୀୟ ହକି: ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ

ବେଙ୍ଗାଲୁରୁ, ୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ବ ଆରମ୍ଭ ହେବାପାଇଁ ଠିକ୍‌ ୧ ବର୍ଷ ବାକିଥିବାବେଳେ ଆରମ୍ଭ ହୋଇଯାଇଛି ଅବଗଣନା। ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ…

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତି ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ରହିବା ଲାଗି ନିଷ୍ପତ୍ତି ନେଇଛି। ଆସେସରୁ ଆରମ୍ଭ ହେବାକୁ ଥିବା ଏହି ଚାମ୍ପିୟନଶିପ ୨୦୨୧…

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ କୁଜଙ୍ଗ ବ୍ଲକ ତାଳପଡ଼ା ଗ୍ରାମର ଜଣେ ଆଦିବାସୀ ବିଧବା…

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ ପରିବେଶ ବିଗିଡିଯାଇଛି। ପାର୍କିଂ, ଭୋଗ ଓ ଦୀପ ଦୋକାନୀମାନେ ମନ୍ଦିର ରାଜସ୍ବ ଲୁଟି ଚାଲିଛନ୍ତି।…

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ବୋଲଗଡ଼,୨୫ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ କଡ଼ବ ଗ୍ରାମର ଜଣେ ଯୁବକଙ୍କ ସାପ କାମୁଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନିସ ରହମନ ଖଁ।(୨୪)। ପରିବାର ସୂତ୍ରରୁ ଜଣାପଡ଼େ, ସେ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ କୌଣସି ବିଷାକ୍ତ…

ଅଟୋ ଚଳାଇବେ, ପେଟ୍ରୋଲ ପମ୍ପରେ ରହିବେ ମହିଳା

ଛତ୍ରପୁର,୨୫ା୭(ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ସହ ମହିଳା ସଂଘ ସଦସ୍ୟାମାନଙ୍କୁ ଆମତ୍ନିର୍ଭରଶୀଳ କରାଯିବ। ବୁଧବାର ଏ ନେଇ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୨୫।୭: ମଧ୍ୟପ୍ରଦେଶ ରତ୍‌ଲାମ୍‌ର ତାଲ୍‌ ଅଞ୍ଚଳରେ ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପ୍ରଚାରିତ ହେବା ପରେ ଆଣ୍ଠୁଆ ଗୋପାଳ ଥିବା ପରିବାରଙ୍କ ଘରେ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?