Posted inଖେଳ

ଭାରତୀୟ ହକି: ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ

ବେଙ୍ଗାଲୁରୁ, ୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ବ ଆରମ୍ଭ ହେବାପାଇଁ ଠିକ୍‌ ୧ ବର୍ଷ ବାକିଥିବାବେଳେ ଆରମ୍ଭ ହୋଇଯାଇଛି ଅବଗଣନା। ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ ଭାରତୀୟ ହକି ଦଳର ପ୍ରିଲିମିନାରି ରାଉଣ୍ଡ ଜୁଲାଇ ୨୫ରେ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ କରିଛି।
”ଅଲିମ୍ପିକ୍ସ ଯୋଗ୍ୟତାକୁ ଆମେ ପ୍ରାଥମିକତା ଦେଉଛୁ। ତେଣୁ କ୍ୱାଲିଫାଇଂ ଇଭେଣ୍ଟ ଏବଂ ୨୦୨୦ ଅଲିମ୍ପିକ୍ସ ଆଉ କେତେଦିନ ରହିଲା ତା ଉପରେ ସ୍ବାଭାବିକଭାବେ ଦୃଷ୍ଟି ରଖିଛୁ। ଏହାଦ୍ୱାରା ପ୍ରତି ଖେଳାଳି ନିଜ ଗେମ୍‌ରେ ଉନ୍ନତି ଆଣିବା ସହ ଦେଶପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ“ ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂ ପ୍ରକାଶ କରିଛନ୍ତି। କେବଳ ଖେଳାଳିମାନେ ନୁହନ୍ତି କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ମାନେ ମଧ୍ୟ ଆମକୁ ଅଲିମ୍ପିକ୍ସ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହି ମେଗା ଇଭେଣ୍ଟ ପୂର୍ବରୁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାର ଅଛି ବୋଲି ମନେ ପକାଇ ଦେଉଛନ୍ତି। ଦଳର ଦୁର୍ବଳ ଦିଗ ଉପରେ କାମ କରାଯାଉଛି। ଆଗାମୀ ଦିନରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ, ବେଲଜିୟମ ଟୁର୍‌, ନଭେମ୍ବରରେ ହେବାକୁଥିବା କ୍ୱାଲିଫାଇଂ ଇଭେଣ୍ଟରେ ପ୍ରତିପକ୍ଷ ଦଳ ଉପରେ ନଜର ରଖି ମଧ୍ୟ ଆମେ ପ୍ରସ୍ତୁତ ହେଉଛୁ। ମୋଟାମୋଟି ଭାବେ ସବୁକିଛିକୁ ନଜରରେ ରଖାଯାଇ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ଏବଂ ଆମେ ଉନ୍ନତ ପ୍ରଦର୍ଶନ କରିବା ଦିଗରେ ଧ୍ୟାନ ଦେଉଛୁ ବୋଲି ମନପ୍ରୀତ କହିଛନ୍ତି। ଅଲିମ୍ପିକ୍ସ ବେଳକୁ ଖେଳାଳିମାନେ ଇଞ୍ଜୁରିମୁକ୍ତ ରହିବା ଗୁରୁତ୍ୱପୂର୍ଣ୍ଣ। ଖେଳାଳିମାନେ ବ୍ୟକ୍ତିଗତଭାବେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମନପ୍ରୀତ ମତ ଦେଇଛନ୍ତି।
ଭାରତୀୟ ମହିଳା ଦଳର ଅଧିନାୟିକା ରାଣୀ ରାମପାଲ କିନ୍ତୁ ଦଳର ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ବେଶ୍‌ ଆଶାବାଦୀ। ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ଆମେ ୨୦୧୬ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଆକସ୍ମିକ ନ ଥିଲା ବୋଲି ପ୍ରମାଣିତ କରିଦେବୁ ବୋଲି ସେ କହିଛନ୍ତି। ”ଏଥିପାଇଁ ଆମେ ସମସ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ କରିଛୁ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଆମର ଏକମାତ୍ର ଲକ୍ଷ୍ୟ“ ବୋଲି ସେ କହିଛନ୍ତି। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଏକ ଆକସ୍ମିକ ଘଟଣା ନ ଥିଲା ବୋଲି ପ୍ରମାଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ମହିଳା ହକି ଦଳ ବଡ଼ ଟୁର୍ନାମେଣ୍ଟରେ ଭଲ ଫଳାଫଳ ପାଇବାରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ତେଣୁ ଆମକୁ ସେମାନଙ୍କ ଭରସା ରଖିବାକୁ ହେବ ବୋଲି ରାଣୀ କହିଛନ୍ତି।
ନିକଟରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସଫଳତା ପାଇଥିବା ଆଥଲେଟ୍‌ ହିମା ଦାସ ଓ ଦୂତୀ ଚାନ୍ଦଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରାଣୀ। ବିଶ୍ୱସ୍ତରରେ ଏବେ ଭାରତୀୟ ମହିଳାମାନେ ଚମକ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ହିମା ପୋଲାଣ୍ଡ ଓ ଚେକ୍‌ ରିପବ୍ଲିକ୍‌ରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ ୨୦ ଦିନ ମଧ୍ୟରେ ୨୦୦ ଓ ୪୦୦ ମିଟର ରେସ୍‌ରେ ୫ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଦୂତୀ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ”ଭାରତୀୟ ମହିଳା ଶକ୍ତିର ଉତ୍‌ଥାନ ହେଉଛି ଏବଂ ବିଶ୍ୱସ୍ତରରେ ଭାରତ ଆଗକୁ ବଢ଼ୁଛି ବୋଲି ହିମା ଓ ଦୂତୀ ପ୍ରମାଣିତ କରିଛନ୍ତି। ସେମାନଙ୍କ ପ୍ରଦର୍ଶନ ଆମକୁ ଉତ୍ସାହିତ କରିଛି। ଆଗାମୀ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟରେ ସେପରି ପ୍ରଦର୍ଶନ କରିବା ଆମପାଇଁ ଅତି ଗୁରୁତ୍ୱପୂର୍ଣ୍ଣ“ ବୋଲି ରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri