Home Left

ନୀତି ଆୟୋଗର ଏସିଆଇସି ସେଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର: ସୃଜନଶୀଳତା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର (ଏସିଆଇସି) ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟର ଏପରି ଏକ ମଞ୍ଚ ଯେଉଁଠି ଏକ ପରମ୍ପରାଗତ ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍‌…

ଓୟୁଏଟିରେ ସମୀକ୍ଷା ବୈଠକ: ଜଳବାୟୁକୁ ସୁହାଇଲା ଭଳି ବିହନ ସୃଷ୍ଟି କର

ଭୁବନେଶ୍ୱର,୧।୮(ବ୍ୟୁରୋ): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ କୃଷି କାର୍ଯ୍ୟରେ ମଧ୍ୟ ତଦ୍‌ନୁଯାୟୀ ପରିବର୍ତ୍ତନ ଆଣିବା ଆବଶ୍ୟକ। ଗବେଷଣା ଦ୍ବାରା ନୂଆ କିସମର ବିହନ ସୃଷ୍ଟି କରିବା ଓ ଏହାକୁ ବ୍ୟବହାର କରିବା ଦିଗରେ କୃଷକମାନଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକ ରହିଛି। ଜଳବାୟୁକୁ ଖାପଖୁଆଇବା…

୨୦୨୧ ନିର୍ବାଚନ: ଦିଦିଙ୍କ ରାଗ ଶାନ୍ତ କରିବାକୁ ଚେଷ୍ଟା କରିବେ ପ୍ରଶାନ୍ତ କିଶୋର

କୋଲକାତା,୧।୮: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ସଜବାଜ ହେଲାଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସ। ତେବେ ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ…

ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ପିପୁଲ୍ସ ଚଏସ୍‌ ଆୱାର୍ଡ’ ଲାଭ କରିଛନ୍ତି। ଭାରତ ସହ ସମଗ୍ର ଏସିଆ ମହାଦେଶରୁ ଏକମାତ୍ର…

ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଦାବି

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜଧାନୀବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲା ପକ୍ଷରୁ ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା।…

ଭିଲ୍ଲା ଛକ ଖୋଲା ଡ୍ରେନ୍‌ରେ ଭାସି ବୃଦ୍ଧାଙ୍କ ମୃତ୍ୟୁ ଘଟଣା: ସ୍ଲାବ୍‌ ପକାଇଲା ବିଏମ୍‌ସି

ଭୁବନେଶ୍ୱର,୧।୮(ବ୍ୟୁରୋ): ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗତ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ଉକ୍ତ ଡ୍ରେନରେ ସ୍ଲାବ୍‌ ପଡ଼ିଛି। ଡ୍ରେନର ଚତୁଃପାର୍ଶ୍ୱରେ ବାଉଁଶ ବନ୍ଧାଯିବା ନେଇ ଖବର ପ୍ରକାଶ ପାଇବା…

ଆତଙ୍କବାଦ ପ୍ରଭାବିତ ଅଞ୍ଚଳରେ ଟ୍ରେନିଂ ଆରମ୍ଭ କଲେ ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ…

ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ: ୧୪୪ ଧାରାରେ କାର୍ଯ୍ୟ ବନ୍ଦ କଲା ପୋଲିସ

ପୁରୁଣା ଭୁବନେଶ୍ୱର,୧।୮(ଡି.ଏନ.ଏ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ନୂଆଗଁ। ମୌଜାରେ ଥିବା ୨.୦୭୦ ଏକର ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କିଛି ବ୍ୟକ୍ତି ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଥିଲେ। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୪୪…

ନଭେମ୍ବରରେ ସୁସ୍ମିତାଙ୍କ ବାହାଘର

ମୁମ୍ବାଇ: ହିନ୍ଦୀ, ତାମିଲ, ବେଙ୍ଗଲୀ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ଆସନ୍ତା ନଭେମ୍ବରରେ ତାଙ୍କ ବୟ ଫ୍ରେଣ୍ଡ୍‌ ତଥା ମଡେଲ୍‌ ରହମନ୍‌ ଶଲ୍‌ଙ୍କୁ ବିବାହ କରିବେ।…

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶର। ଗତ ୩ ବର୍ଷରେ ଭାରତରେ ବର୍ଷା, ବାତ୍ୟା, ବନ୍ୟା ଓ ଭୂସ୍ଖଳନ…

ନାବାଳକ ପାଟିରେ ୫୨୬ ଦାନ୍ତ

ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ ଦାନ୍ତ ସମସ୍ୟା ଥିବା ପରିବାର ଲୋକେ ଭାବିଥିଲେ। ହସ୍ପିଟାଲ ନେବା ପରେ ତାଙ୍କର ତଳ…

ପିଲାଙ୍କୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ମାଓବାଦୀ

ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍‌ବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଭଳି ଆତଙ୍କବାଦୀ ସଙ୍ଗଠନ ଏବଂ ଭାରତର ଅନ୍ୟ କେତେକ ଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?