ନଭେମ୍ବରରେ ସୁସ୍ମିତାଙ୍କ ବାହାଘର

ମୁମ୍ବାଇ: ହିନ୍ଦୀ, ତାମିଲ, ବେଙ୍ଗଲୀ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ଆସନ୍ତା ନଭେମ୍ବରରେ ତାଙ୍କ ବୟ ଫ୍ରେଣ୍ଡ୍‌ ତଥା ମଡେଲ୍‌ ରହମନ୍‌ ଶଲ୍‌ଙ୍କୁ ବିବାହ କରିବେ। ସୁସ୍ମିତାଙ୍କ ଭାଇ ରାଜୀବ ସେନ୍‌ଙ୍କ ବିବାହ ପରେ ଏଦୁହେଁ ନୂଆ ଜୀବନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ରହମନ୍‌ ଏନେଇ ସୁସ୍ମିତାଙ୍କୁ ପ୍ରପୋଜ୍‌ କରି ସଫଳ ହୋଇସାରିଛନ୍ତି। ସୁସ୍ମିତା ମଧ୍ୟ ଏନେଇ ବେଶ୍‌ ଖୁସି ଅଛନ୍ତି। ୨୦୧୮ରୁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାରିକୁ ଅଛପା ନାହିଁ। କେବଳ ତାରିଖକୁ ଅପେକ୍ଷା। ସୁସ୍ମିତା ଶୀତଦିନକୁ ଅପେକ୍ଷା କରିଥିବାବେଳେ ନଭେମ୍ବର କିମ୍ବା ଡିସେମ୍ବରରେ ରହମନ୍‌ଙ୍କ ସହ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ମଝିରେ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଭିନ୍ନକଥା ଶୁଣିବାକୁ ମିଳିଥିଲା। ଏମିତି
କି ସେମାନଙ୍କ ସମ୍ପର୍କରେ ବିଚ୍ଛେଦ କଥା ମଧ୍ୟ ଉଠିଥିଲା। ହେଲେ ଇନ୍‌ଷ୍ଟାଗ୍ରାମରେ ଏହି ଯୋଡ଼ିଙ୍କ ରୋମାଣ୍ଟିକ୍‌ ଫଟୋ ଆସିବା ପରେ ସବୁ ଆଶଙ୍କା ଦୂର ହୋଇଥିଲା। ୪୩ ବର୍ଷୀୟ ସୁସ୍ମିତା ୨୮ ବର୍ଷର ରହମନ୍‌ଙ୍କୁ ଜୀବନସାଥୀ କରିବା ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଥିବାବେଳେ କେବଳ ସମୟକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri