୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଘୋଷଣା ହୋଇଥିବା ୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ଆସନ୍ତା ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨୮ରେ ଭୋଟ ଗଣତି କରାଯିବ। ୪ଟି ରାଜ୍ୟ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ଗୋଟିଏ ଆସନ ପାଇଁ କୌଣସି ମୁହୂର୍ତ୍ତରେ କରାଯାଇପାରେ ବୋଲି ରାଜନୈତିକ ଦଳଗୁଡିକ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଜେପୁର ଆସନରେ ହେବାକୁ ଥିବା ନିର୍ବାଚନ ରାଜ୍ୟର ପ୍ରମୁଖ ଦଳଗୁଡିକ ପାଇଁ ସମ୍ମାନର ପ୍ରସଙ୍ଗ ଅଟେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଏବଂ ପଶ୍ଚିମଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ବିଜୟୀ ହେବାପରେ ନବୀନ ଗତ ଜୁନ୍‌ ୨ ତାରିଖ (ରବିବାର) ଦିନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ନିୟମାନୁଯାୟୀ ଏହି ଆସନରେ ୬ ମାସ ମଧ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍‌ ଡିସେମ୍ବର ୨ ସୁଦ୍ଧା ଉପନିର୍ବାଚନ କରାଯିବ। ଏହାର ୪୫ ଦିନ ପୂର୍ବରୁ ଏଥିପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରିବେ। ଏଥିପାଇଁ ଆହୁରି ୩ ମାସ ରହିଛି, ତେଣୁ ବର୍ତ୍ତମାନ ଉପନିର୍ବାଚନ ତାରିଖ ଘୋଷଣା ନ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ବିଜେପୁର ଆସନ ହାତେଇବା ଲାଗି ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛି। କଂଗ୍ରେସ କିଛିଦିନ ତଳେ ଏକ ବୈଠକ କରି ପ୍ରାର୍ଥୀ ଚୟନ ଲାଗି ଉଦ୍ୟମ ଆରମ୍ଭ କରିଛି। ଏହି କମିଟି ଅଧ୍ୟକ୍ଷ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ରଖାଯାଇଛି। ଗତ ୧୬ ତାରିଖରେ ଏନେଇ କଂଗ୍ରେସ ପ୍ରଥମ ବୈଠକ ମଧ୍ୟ କରି ଉପନିର୍ବାଚନ ନେଇ ଆଲୋଚନା କରିଥିଲା। ଭାଜପା ଗତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଛି। ବରଗଡ ଲୋକସଭା ଆସନରେ ଭାଜପା ବିଜୟୀ ହେଇଥିବାରୁ ଏହି ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନକୁ ହାତେଇବାକୁ ଦଳ ଜୋରସୋର ଉଦ୍ୟମ ଆରମ୍ଭ କରିଛି । କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ। ତେଣୁ ଏହି ଆସନରେ ଭାଜପା ମଧ୍ୟ କଡ୍ଡା ଟକ୍କର ଦେବ ବୋଲି ଜଣାପଡିଛି। ଭାଜପାରୁ ପ୍ରାର୍ଥୀ ହେବା ସକାଶେ ବହୁ ନେତା ବର୍ତ୍ତମାନଠାରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତିି। ଗତ ଏକ ମାସ ତଳେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୪ ଦିନ ମଧ୍ୟରେ ଆଉ ଏକ ପ୍ରସ୍ତୁତି ବୈଠକ ବସିବ ବୋଲି ଜଣାପଡିଛି। ଭାଜପା ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଭାଜପା ବିଜେପୁର ଉପନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଠି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଜନମତ ରହିଛି। ଏଥର ଭାଜପା ଏହି ଉପନିର୍ବାଚନରେ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ସେ କହିଛନ୍ତି। ସେହିଭଳି ବିଜେଡି ରାଜ୍ୟରେ ପଞ୍ଚମ ଥର ଲାଗି ସରକାରରେ ଥିବାବେଳେ ଉପନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯିବାର ଆଶା ଅଧିକା। ନିକଟରେ ଶେଷ ହୋଇଥିବା ପାଟକୁରା ଆସନର ନିର୍ବାଚନରେ ଏକଥା ସ୍ପଷ୍ଟ ହୋଇସାରିଛି। ହେଲେ ଦଳ ବିଜେପୁର ପାଇଁ କାହାକୁ ପ୍ରାର୍ଥୀ କରିବ ସେନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ମାତ୍ର ଦଳ ପକ୍ଷରୁ ବର୍ତ୍ତମାନ ପୁନର୍ବାର ରୀତା ସାହୁଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ସପକ୍ଷରେ ନିର୍ଦ୍ଦିଷ୍ଟଭାବେ କିଛି ଭୋଟ ରହୁଥିବାରୁ ରୀତାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ବିଚାର କରିଥିବା ଚର୍ଚ୍ଚା ଧରିଛି। ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛନ୍ତି, ବିଜେଡି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ହେଲେ ସେଥିଲାଗି ଆମେ ପ୍ରସ୍ତୁତ ଅଛୁ। ଉପନିର୍ବାଚନ ନେଇ ଖୁବ୍‌ଶୀଘ୍ର ବୈଠକ ବସିବ। ଏଠାରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri