କ୍ରିକେଟରେ ଦେଶକୁ ଚାମ୍ପିଅନ୍ କରିବା ପରେ ଗଲ୍ଫରେ ବି କମାଲ୍ କଲେ ଏହି ଖେଳାଳି
ପୁନେ,୨୨।୯: ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ କ୍ରିକେଟ୍ ଦୁନିଆରେ କମାଲ କରିବା ପରେ ଏବେ ଗଲ୍ଫରେ ବି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି। ୧୯୮୩ରେ ଟିମ୍ ଇଣ୍ଡିଆ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ କରାଇଥିବା କପିଳ ଏଭିଟି ଗଲ୍ଫ ଟୁର୍ନାମେଣ୍ଟ…
ବାବରୀ ମସଜିଦ୍ ମାମଲା: କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟର ସମନ ଜାରି; ସେପ୍ଟମ୍ବର ୨୭ରେ କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ,୨୨।୯: ବାବରୀ ମସଜିଦ୍ ମାମଲାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ସେ ସେପ୍ଟମ୍ବର ୨୭ରେ କୋର୍ଟରେ ହାଜର ହେବେ। ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍ ଧ୍ୱଂସ ମାମଲାରେ…
ସୁନିଦ୍ରା ପାଇଁ….
* ପ୍ରତ୍ୟେକ ଦିନ ଶୋଇବା ଏବଂ ଉଠିବାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ଦିନକୁ ଅନ୍ତତଃ ୬ ରୁ ୭ ଘଣ୍ଟା ଶୋଇବା ଜରୁରୀ। * ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲ, ଲ୍ୟାପଟପ ଭଳି ଗ୍ୟାଜେଟକୁ ସ୍ବିଚ୍ ଅଫ୍ କରିଦିଅନ୍ତୁ।…
ବୃଦ୍ଧାଙ୍କୁ ଧକ୍କାଦେଇ ଭାରସାମ୍ୟ ହରାଇଲା ବାଇକ୍: ଆରୋହୀ ଗୁରୁତର
ହାଡଡିହୀ,୨୨।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣାଛକଠାରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ ଥିବା ବେଳେ ଜଣେ ବୃଦ୍ଧା ସାମାନ୍ୟ ଆହତ ହୋଇଛନ୍ତି। ତେବେ ଉଭୟଙ୍କ ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ,…
ଚଳଚ୍ଚିତ୍ର ‘ଲଭ୍ ଟ୍ବିଷ୍ଟ’ରେ ଦେବ୍ଙ୍କୁ ମିଳିଛି ମନଲାଖି ଭୂମିକା, ନାୟିକା ସାଜିଛନ୍ତି ମନସ୍ମିତା
ଜଣେ ଯାହା ଚାହେଁ ତାହା ଅନେକ ସମୟରେ ସହଜରେ ପୂରଣ ହୋଇ ନ ଥାଏ। ଅନ୍ୟପକ୍ଷରେ ଏପରି ସ୍ବପ୍ନ ସାକାର ହେବାକୁ ଅଳ୍ପ ସମୟ ଲାଗିଥାଏ। ଠିକ୍ ସେହିପରି ନିଜର ପ୍ରଥମ ଚଳଚ୍ଚିତ୍ରକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ନବାଗତ ଦେବ୍।…
ଏଥର ପର୍ଯ୍ୟଟନରେ ‘ଦୁଧ୍ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’
ଉତ୍ତରପ୍ରଦେଶର ଲକ୍ଷିମପୁର ଖେରୀ ଜିଲା ଅନ୍ତର୍ଗତ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଦୁଧ୍ଓ୍ବା ରାଷ୍ଟ୍ରୀୟ ଉଦ୍ୟାନର ବେଶ୍ ନାଁ ରହିଛି। ଏହି ଉଦ୍ୟାନଟି ଭାରତ ଓ ନେପାଳ ସୀମାକୁ ଲାଗି ପ୍ରାୟ ୪୯୦.୩ ବର୍ଗ କି.ମି.ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଉପରେ…
ବାଇକ୍ରେ ମଦ ଚୋରାଚାଲାଣ ବେଳେ ଦୁର୍ଘଟଣା: ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ
ବାହାନଗା,୨୨।୯(ଡି.ଏନ୍.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ବାଲେଶ୍ବର -ବାସୁଦେବପୁରକୁ ସଂଯୋଗ କରୁଥିବା ରାସ୍ତରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛିି। ୩ଟି ବାଇକ୍ ଯୋଗେ ବାସୁଦେବପୁରରୁ ଅନନ୍ତପୁର ଅଭିମୁଖେ ଯାଉଥିବା ୬ ଚୋରାମଦ ବେପାରୀ ଗୋଟିଏ ଷଣ୍ଢକୁ ଧକ୍କା ଦେଇ…
୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ
ଲାସିଙ୍ଗ୍,୨୨।୯: ଆମେରିକା ମିସିଗାନ୍ରେ ୨ ଶହ ଫୁଟ ପାଣି ତଳୁ କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ ୨ଟି ନିଖୋଜ ହୋଇଯାଇଥିଲେ। ଜାହାଜ ଗୁଡ଼ିକର ସନ୍ଧାନ ପାଇଁ ଗତ ୧୦ ବର୍ଷ ଧରି…
ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା ସମାଗ୍ରୀ ତଳେ ପଡ଼ିବାକୁ ଆରମ୍ଭ କରିଥିଲା। ଏନେଇ ବିମାନରେ ଥିବା ୧୭୨ ଯାତ୍ରୀଙ୍କ ମଧ୍ୟରେ…
ଇଡ୍ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି
ଆଜିର ଏହି ଦରଦାମ୍ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ ପଇସା ଲାଭ ପାଇବାକୁ କାହାର ବା ଇଚ୍ଛା ନୁହେଁ। ହେଲେ କିଛି ଲୋକ ଅଛନ୍ତି,…
ରେଳ ଷ୍ଟେଶନରେ ନାଁକୁ ମାତ୍ର ପ୍ଲାଷ୍ଟିକ ବର୍ଜନ ଶପଥ, ବ୍ୟବହାର ହେଉନି କ୍ରସିଂ ମେଶିନ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଟ୍ରେନ, ଷ୍ଟେଶନ ପରିସର ଓ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିଛି ରେଳ ବିଭାଗ। ୨୧ ଅଗଷ୍ଟରେ ରେଲ୍ଓ୍ବେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ କିଛ ଷ୍ଟେଶନକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ଆଗକୁ ସମସ୍ତ ଷ୍ଟେଶନରେ ପ୍ଲାଷ୍ଟିକ…
ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍ପାସ୍ ବୁକର୍ ପୁରସ୍କାର’
ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍ପାସ୍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ…

