ରେଳ ଷ୍ଟେଶନରେ ନାଁକୁ ମାତ୍ର ପ୍ଲାଷ୍ଟିକ ବର୍ଜନ ଶପଥ, ବ୍ୟବହାର ହେଉନି କ୍ରସିଂ ମେଶିନ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଟ୍ରେନ, ଷ୍ଟେଶନ ପରିସର ଓ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିଛି ରେଳ ବିଭାଗ। ୨୧ ଅଗଷ୍ଟରେ ରେଲ୍‌ଓ୍ବେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ କିଛ ଷ୍ଟେଶନକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ଆଗକୁ ସମସ୍ତ ଷ୍ଟେଶନରେ ପ୍ଲାଷ୍ଟିକ ପାଣି ବୋତଲ କ୍ରସିଂ ମେଶିନ ଲଗାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ବିଭିନ୍ନ ସମୟରେ ପ୍ଲାଷ୍ଟିକ ବର୍ଜନ ପାଇଁ କର୍ମଚାରୀଙ୍କୁ ଶପଥପାଠ କରାଯାଉଛି। କିନ୍ତୁ ଏଥିପ୍ରତି କେହି ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହାର କିଛି ବି ସୁଫଳ ମିଳିପାରୁନି। ଅନ୍ୟପକ୍ଷେ ସଚେତନତା ଅଭାବରୁ ଭୁବନେଶ୍ୱର ରେଳ ଷ୍ଟେଶନରେ ଲାଗିଥିବା ପ୍ଲାଷ୍ଟିକ ବୋତଲ କ୍ରସିଂ ମେଶିନ କୌଣସି କାର୍ଯ୍ୟରେ ଆସିପାରୁନି। ଷ୍ଟେଶନରର ପ୍ଲାଟଫର୍ମ ନଂ.୧ ଓ ନଂ. ୬ରେ ଦୁଇଟି କ୍ରସିଂ ମେଶିନ ଲଗାଯାଇଛି। ଏହା କିଛି ଦିନ ପର୍ଯ୍ୟନ୍ତ ଠିକ୍‌ ଚାଲିଥିଲା। ଲୋକଙ୍କୁ ସଚେତନତା ସହ ପ୍ରୋତ୍ସାହିତ କରାଯାଉଥିଲା। କ୍ରସିଂ ମେଶିନରେ ବୋତଲ ପକାଇବା ଲାଗି ଯାତ୍ରୀଙ୍କୁ ଉତ୍ସାହିତ କରିବାକୁ ଯାତ୍ରୀଙ୍କୁ ମୋବାଇଲ ଟକ୍‌ଟାଇମ ମିଳୁଥିଲା। ଏବେ ନା ସଚେତନତା ଅବା ପ୍ରୋତ୍ସାହନ ସବୁକିଛି ବନ୍ଦ। ଏଥିସହ ପ୍ରାୟତଃ ବନ୍ଦ ହୋଇଯାଇଛି ମେଶିନ ବ୍ୟବହାର। କାରଣ ଯାତ୍ରୀମାନେ ଏହି କ୍ରସିଂ ମେଶିନ ବିଷୟରେ ସମ୍ପୂଣ୍ଣ ଅଜଣା ରହିଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, କ୍ରସିଂ ମେଶିନରେ ୨ ଲିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ ବୋତଲ ପକାଇଲେ ତାହା ଗୁଣ୍ଡ ହୋଇଯାଇଥାଏ। ପରେ ଏଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ସାମଗ୍ରୀ ଓ ଟି-ଶାର୍ଟ ପ୍ରସ୍ତୁତ କରାଯାଏ। ଭୁବଶ୍ୱେର ରେଳ ଷ୍ଟେଶନର ପ୍ଲାଟଫର୍ମ.୧ରେ ଥିବା ମେଶିନଟି ଅଧିକାଂଶ ସମୟ ଅଚଳ ହୋଇଯାଉଛି। ଗତ ସୋମବାର ମେଶିନ ମରାମତି ହୋଇଥିବାବେଳେ ଶୁକ୍ରବାରଠାରୁ ପୁଣି ଖରାପ ହୋଇଛି। ମେଶିନ ଚାଲୁଛି, କିନ୍ତୁ ବୋତଲ ପକାଇଲେ ଭିତରକୁ ଯାଉନି। ମେଶିନ ଅଚଳ ହୋଇପଡିଥିବା ନେଇ କୋଚିଙ୍ଗ ଡିପୋ ଅଫିସର ସାକ୍ୟ ଆଚାର୍ଯ୍ୟ ଜାଣି ନ ଥିବା କହିବା ସହ ଷ୍ଟେଶନ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି ସଫେଇ ଦେଇଛନ୍ତି। ସେହିପରି ପ୍ଲାଟଫର୍ମ ନଂ.୬ରେ ଥିବା ମେଶିନ ମଧ୍ୟ ଖରାପ ହୋଇପଡ଼ିଛି। ବୋତଲ ପକାଇବାମାତ୍ରେ ମେଶିନରୁ ଜୋର୍‌ରେ କର୍କଶ ଶବ୍ଦ ବାହାରୁଛି। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡୁଛନ୍ତି। ଜଣେ ବୋତଲ ପକାଇମାତ୍ରେ ଶବ୍ଦଶୁଣି ଆଖପାଖରେ ଥିବା ଯାତ୍ରୀ କ’ଣ ହେବା ଭାବି ସେଠାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ୬ମାସ ହେବ ମେଶିନଟି ସ୍ଥାପନ ହେବା ସତ୍ତ୍ୱେ ଏଯାଏ ଲୋକେ ଜାଣି ନ ପାରି ପାଣି ଓ ଅନ୍ୟ ବୋତଲ କିମ୍ବା ପ୍ଲାଷ୍ଟିକକୁ ଡଷ୍ଟବିନ୍‌ ଏବଂ ଏଠିସେଠି ଫିଙ୍ଗୁଛନ୍ତି। ଅନ୍ୟପକ୍ଷରେ ୧.୮ କିଲୋଓ୍ବାଟର ମେଶିନଗୁଡ଼ିକ ୨୪ ଘଣ୍ଟା ଧରି ଚାର୍ଜ ହୋଇ ଅଯଥା ଅର୍ଥ ଓ ଶକ୍ତି ଅପଚୟ ହେଉଛି। ଏପରିସ୍ଥିତିରେ ରେଲ୍‌ଓ୍ବେର ପ୍ଲାଷ୍ଟିକମୁକ୍ତ ଷ୍ଟେଶନ ଅଭିଯାନର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri