ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ଦେବ୍‌ଙ୍କୁ ମିଳିଛି ମନଲାଖି ଭୂମିକା, ନାୟିକା ସାଜିଛନ୍ତି ମନସ୍ମିତା

ଜଣେ ଯାହା ଚାହେଁ ତାହା ଅନେକ ସମୟରେ ସହଜରେ ପୂରଣ ହୋଇ ନ ଥାଏ। ଅନ୍ୟପକ୍ଷରେ ଏପରି ସ୍ବପ୍ନ ସାକାର ହେବାକୁ ଅଳ୍ପ ସମୟ ଲାଗିଥାଏ। ଠିକ୍‌ ସେହିପରି ନିଜର ପ୍ରଥମ ଚଳଚ୍ଚିତ୍ରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ନବାଗତ ଦେବ୍‌। ସେ ଅଭିନୟ କରିଥିବା ଓଡିଆ ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ତାଙ୍କୁ ମିଳିଛି ମନଲାଖି ଭୂମିକାଟିଏ। ‘ଏପରି ଏକ ସୁନ୍ଦର ଭୂମିକାଟିଏ ଯେ ମୋତେ ମିଳିଯିବ ତାହା ମୁଁ କେବେ କଳ୍ପନା କରି ନ ଥିଲି। କାହାଣୀ ଅନୁସାରେ ମୁଁ ଏଥିରେ ଜଣେ ବସ୍ତି ପିଲା ଭୂମିକାରେ ଅଭିନୟ କରିଛି। ପିଲାଟି ଘଟଣାଚକ୍ରରେ ପଡି ଅପରାଧ ଦୁନିଆରେ ଫସି ଯାଉଛି। ଆଉ ତା’ପରେ କ’ଣ ଘଟୁଛି ଏବଂ ସେ ଯାହାକୁ ମନପ୍ରାଣ ଦେଇ ଭଲ ପାଉଛି ତାକୁ ନିଜର କରିପାରୁଛି କି ନାହିଁ ତାହା ଫିଲ୍ମ ଦେଖିଲେ ହିଁ ଜାଣିପାରିବେ ବୋଲି ସେ କହନ୍ତି ।’ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟରେ ଡିିଗ୍ରୀ ହାସଲ ପରେ ସେ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ତାଙ୍କର ନାୟିକା ସାଜିଥିବା ମନସ୍ମିତା ମଧ୍ୟ ନବାଗତା। ଅନନ୍ତ ଭାରତୀ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ‘ଲଭ୍‌ ଟ୍ବିଷ୍ଟ’ର ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଅନନ୍ତ କୁମାର ସାମଲ। କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ପରି ଗୁରୁଦାୟିତ୍ୱ ତୁଲାଇଛନ୍ତି ନବାଗତ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ସାମଲ। ନବାଗତ ସ୍ବର ସଂଯୋଜକ ସୁଶୀଲ ଦଳାଇ ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଦେବ୍‌-ମନସ୍ମିତାଙ୍କ ବ୍ୟତୀତ ମିହିର ଦାସ, ପୁଷ୍ପା ପଣ୍ଡା, କାଳୀଚରଣ ଆଚାର୍ଯ୍ୟ, ପିଣ୍ଟୁ ନନ୍ଦ, ହାସ୍ୟାଭିନେତା ପ୍ରଜ୍ଞାଙ୍କୁ ଏଥିରେ ମଧ୍ୟ ଦେଖିବାକୁ ମିଳିବ। ତେବେ ଡେବ୍ୟୁ ଫିଲ୍ମଟି ଦେବ୍‌ଙ୍କୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri