ଚାନ୍ଦା ନ ଦେବାରୁ ପିଟି ହତ୍ୟା
କଟିହାର,୧୪ା୧୧(ପି.ଟି.): ପଶ୍ଚିମବଙ୍ଗର ଏକ ହାଟକୁ ଗୋରୁ ବିକିବା ପାଇଁ ନେଉଥିବା ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲାରେ କିଛି ଦୁର୍ବୃତ୍ତ ପିଟିପିଟି ମାରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ମହମ୍ମଦ ଜମାଲ ବୋଲି ଜଣାପଡିଛି। ପୋଲିସ କହିବା…
ଜଗତ୍ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ
ଜଗତ୍ସିଂହପୁର ଅଫିସ,୧୪ା୧୧: ଜଗତ୍ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି। ବିଶେଷକରି ଯୌତୁକ ନିର୍ଯାତନା ଓ ଧମକ ଆଦି ଅଭିଯୋଗ ରହିଛି। ଏହାବାଦ୍ ଦୁର୍ଘଟଣା, ଗାଳିଗୁଲଜ,…
ଶିବସେନା ଦାବି ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ସଙ୍କଟକୁ ନେଇ ବୁଧବାର ପ୍ରଥମଥର ପାଇଁ ମୁହଁ ଖୋଲି ଏପରି ସ୍ପଷ୍ଟବାଣୀ ଶୁଣାଇଛନ୍ତି ଭାଜପା…
କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ
ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦ ମିଟର ପରିଧିରେ ୨୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରାୟ ୫୦୦ରୁ ଅଧିକ ଜାମୁଗଛ ରହିଛି।…
ଛାଡ଼ଖାଇରେ ଡାହୁକା ଡ୍ୟାମରେ ମାଛ ଧରିବାକୁ ନାହିଁ କଟକଣା
ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଡାହୁକା ଡ୍ୟାମରେ ବୁଧବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଛ ଧରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଯିଏ ଯେଉଁଠି ପାରିଲା ଡ୍ୟାମରେ ପଶି ଜାଲ ଓ ମଶାରି ପକାଇ ଡାହୁକା…
ବୋଇତ ବନ୍ଦାଣ ମହୋତ୍ସବ ଉଦ୍ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ
ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ ଏହାର ବିକାଶ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ…
ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ
ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍ନେଶ, ମନୋରଞ୍ଜନ, ସ୍ପୋଟର୍ସ, ରାଜନୀତି, ସ୍ବାସ୍ଥ୍ୟ ଓ ବିଜ୍ଞାନ କ୍ଷେତ୍ରରେ ସକ୍ରିୟଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏହି…
କୋସକା ଆୟୁର୍ବେଦିକ ଚିକିତ୍ସାଳୟ: ସ୍ଥାୟୀ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ
ଖଣ୍ଡପଡ଼ା,୧୪ା୧୧ (ସ୍ବ.ପ୍ର.): ଲୋକମାନଙ୍କୁ ଅଳ୍ପ ମୂଲ୍ୟରେ ପ୍ରାକୃତିକ ଉପଚାର ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୧୯୬୮ ମସିହାରୁ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ ଖଣ୍ଡପଡା ବ୍ଲକ କୋସକାଠାରେ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଛି।…
ନଷ୍ଟ ହେଉଛି ହେଲିପ୍ୟାଡ୍, ଗଦା ହେଉଛି ଚିପ୍ସ, ବାଲି
ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍ରେ ଚିପ୍ସ ଓ ବାଲି ଗଛିତ କରି ରଖାଯାଉଛି । ଚିପ୍ସ ବୋଝେଇ ଟିପର ଯିବା ଆସିବା ଫଳରେ ଏହା…
ବେଲଟିକିରିରେ ବଜବଜିଆ ରୋଗ ଆତଙ୍କ: ବାଛୁରି ମୃତ, ୧୨ ଗୋରୁ ଆକ୍ରାନ୍ତ
ଢେଙ୍କାନାଳ ଅଫିସ, ୧୪।୧୧ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ କୈଳାସ ସାମଲଙ୍କ ଗୋଟିଏ ବାଛୁରିର ମୃତ୍ୟୁ ଘଟିଛି। ୧୨ରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ଦେଢ଼ବର୍ଷ ହେଲା…
ମା’ ଲୋଭୀଙ୍କ ଯାତ୍ରାର ଦ୍ୱିତୀୟ ଦିବସ: ଧାଡ଼ିରେ ଦର୍ଶନ କଲେ, ଅଧିଆ ପଡ଼ିଲେ
ବଅଁରପାଳ,୧୪ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀଠାରେ ଚାଲିଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରାର ବୁଧବାର ଥିଲା ଦ୍ୱିତୀୟ ଦିବସ। ପ୍ରଥମ ଦିନ ପରି ମା’ଙ୍କ ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଭିଡ଼ ଲଗାଇଥିଲେ। ସକାଳେ…
ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ
ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ ବାତ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା…

