କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦ ମିଟର ପରିଧିରେ ୨୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରାୟ ୫୦୦ରୁ ଅଧିକ ଜାମୁଗଛ ରହିଛି। ପୂର୍ବେ ଠେଙ୍ଗାପାଳି କରି ଲୋକେ ଏହି ଜଙ୍ଗଲ ଜଗି ଆସୁଥିଲେ। ବର୍ତ୍ତମାନ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିକଟରେ ଥିବା ଡାହୁକା ନଦୀ କୂଳ ଲଙ୍ଘିବା ଓ ଗଛଗୁଡ଼ିକ ଭାଙ୍ଗିଯିବା କାରଣରୁ ଏହା ଅବକ୍ଷୟ ଆଡ଼କୁ ଗତି କରୁଛି। ବର୍ଷକ ବାରମାସ ଏଠାରେ ଲୋକଙ୍କ ଆଗମନ ହୋଇଥାଏ। ଖରାଦିନେ ଟିକେ ଛାଇ ଲାଗି ବାଟୋଇମାନେ ସେଠାରେ ବସି ସୁଲୁସିଲିଆ ପବନର ମଜା ନିଅନ୍ତି। ବର୍ଷା ଦିନେ ଲୋକମାନେ ଜାମୁ କୋଳି ତୋଳିବାକୁ ଆସନ୍ତି । ସେହିଭଳି ଶୀତଦିନ ଏଠାରେ ବଣଭୋଜି ମଧ୍ୟ ହୁଏ। କିଛି ବର୍ଷ ହେଲାଣି ନିକଟରେ ଜଳସେଚନ ବିଭାଗ ତରଫରୁ ଡାହୁକା ଡ୍ୟାମଠାରେ ଛୋଟ ପିଲାଙ୍କ ପାଇଁ ପାର୍କ ଓ ଆନିକଟ ଥିବାରୁ ବିଭିନ୍ନ ସମୟରେ ମଧ୍ୟ ଏଠାରେ ଲୋକଙ୍କ ଭିଡ଼ ଜମୁଛି।
ଗ୍ରାମରେ ଥିବା ଏହି ଜାମୁ ଜଙ୍ଗଲଟି ପାଇଁ ଲୋକମାନେ ଉପକୃତ ହେଉଛନ୍ତି। ୨୦୦ ପରିବାରକୁ ନେଇ ଗଠିତ ଯଦୁପୁର ଗ୍ରାମ । ପୂର୍ବରୁ ଏହି ଜାମୁ ଜଙ୍ଗଲ ବୃକ୍ଷଶୂନ୍ୟ ହୋଇ ପଡ଼ିଥିଲା। ଗ୍ରାମର ମୋଚି ମହାପାତ୍ର ଏହି ଉଜୁଡି ପଡିଥିବା ଜଙ୍ଗଲକୁ ୧୯୫୫ ମସିହାରୁ ଠେଙ୍ଗାପାଳି କରି ଜଗାରଖା କରିଥିବାରୁ ଉକ୍ତ ଜଙ୍ଗଲ ଜିଲାର ବୃହତ୍‌ ଜାମୁ ଜଙ୍ଗଲରେ ପରିଣତ ହୋଇଛି। ମୋଚି ମହାପାତ୍ର ଆଉ ନାହାନ୍ତି ସତ ହେଲେ ତାଙ୍କ ରକ୍ଷଣାବେକ୍ଷଣରେ ହୋଇଥିବା ଏହି ବୃହତ୍‌ ଜାମୁ ଜଙ୍ଗଲ ଆଜି ସବୁଦିନ ପାଇଁ ଅମର କରି ରଖିଛି। ସେହିପରି ଖାଲିଥିବା ଅନ୍ୟ ସ୍ଥାନରେ ଗ୍ରାମବାସୀ ଆମ୍ବ ଓ ଅନ୍ୟାନ୍ୟ ଜାତିର ଗଛ ଲଗାଇଛନ୍ତି। ଗ୍ରାମବାସୀଙ୍କ କହିବା କଥା ପୂର୍ବରୁ ରାତି ଅଧରେ ଶବ ଦାହ ପାଇଁ କାଠ ଖୋଜା ପଡ଼ୁଥିବାବେଳେ ଏହି ସମସ୍ୟା ଆଉ ଦେଖା ଯାଉ ନାହିଁ। ବର୍ତ୍ତମାନ ଜାମୁ ଜଙ୍ଗଲକୁ ବିପଦ ସାଜିଛି ନିକଟରେ ବହି ଯାଇଥିବା ଡାହୁକା ନଦୀ। ନଦୀ ବନ୍ଧ ଦୁର୍ବଳ ଯୋଗୁଁ କୂଳ ଖାଇ ଗଛଗୁଡ଼ିକ ନଷ୍ଟ ହୋଇଗଲାଣି। ପ୍ରଶାସନ ଜାମୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାରଙ୍କ ତରଫରୁ ଜଙ୍ଗଲ ବ୍ୟାପୀ ରହିଥିବା ନଦୀ କୂଳରେ ପଥର ପ୍ୟାକିଂ କରାଗଲେ ମୃତ୍ତିକା ସଂରକ୍ଷଣ ହେବା ସହ ଗଛଗୁଡ଼ିକ ନଷ୍ଟ ହୁଅନ୍ତା ନାହିଁ। ସେହିଭଳି ସେଠାରେ ଜାମୁ ଗଛଗୁଡ଼ିକ ସୁରକ୍ଷା ଦିଆଯାଇ ମହୁଚାଷ କରାଗଲେ ଗ୍ରାମର ମହିଳାମାନେ ସ୍ବାବଲମ୍ବୀ ହୋଇପାରନ୍ତେ। ପ୍ରଶାସନ ଦୃଷ୍ଟିଦେଇ ଅବକ୍ଷୟମୁଖୀ ହେବାକୁ ଯାଉଥିବା ବୃହତ୍‌ ଜାମୁ ଜଙ୍ଗଲର ସୁରକ୍ଷା କରିବା ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ କୁହନ୍ତି ବନ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ଗଛର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ କରାଯାଇ ନ ଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri