ନଷ୍ଟ ହେଉଛି ହେଲିପ୍ୟାଡ୍‌, ଗଦା ହେଉଛି ଚିପ୍ସ, ବାଲି

ସୋନପୁର,୧୪।୧୧(ନି.ପ୍ର.) – ସୁବର୍ଣ୍ଣପୁର ସହରର ରାମେଶ୍ୱର ନିକଟରେ ନିର୍ମିତ ହୋଇଥିବା ୩ଟି ହେଲିପ୍ୟାଡ୍‌ ଏବେ ନଷ୍ଟ ହେବାକୁ ବସିଛି । ହେଲିପ୍ୟାଡ୍‌ରେ ଚିପ୍ସ ଓ ବାଲି ଗଛିତ କରି ରଖାଯାଉଛି । ଚିପ୍ସ ବୋଝେଇ ଟିପର ଯିବା ଆସିବା ଫଳରେ ଏହା ନଷ୍ଟ ହେଉଛି। ସେହିପରି ଭାରିଯାନ ଚଳାଚଳ ଯୋଗୁଁ କୁଷ୍ଠାଶ୍ରମକୁ ଯାଇଥିବା ମ୍ୟୁନିସିପାଲିଟି ରାସ୍ତା ମଧ୍ୟ ଭାଙ୍ଗିରୁଜି ଗଲାଣି। ମାତ୍ର ଜିଲା ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ। ପ୍ରକାଶ ଯେ, ଗତ ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ବାୟୁସେନାର ୩ଟି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଆସିଥିଲେ। ହେଲିକପ୍ଟର ଅବତରଣ ପାଇଁ ୩୦ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ୩ଟି ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରିଥିଲା। ଲକ୍ଷ୍ୟ ଥିଲା ଭବିଷ୍ୟତରେ କୌଣସି ଭିଆଇପି ଜିଲା ଗସ୍ତ କଲେ ଏହି ହେଲିପ୍ୟାଡ ବ୍ୟବହାର କରି ପାରିବେ। କିନ୍ତୁ ଏହାର ସରକ୍ଷା ପାଇଁ କାହାରି ଦୃଷ୍ଟିନାହିଁ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଅସିତ କୁମାର ବଡପଣ୍ଡା କୁହନ୍ତି, ଏହି ପ୍ରକଳ୍ପ ଆମେ ନିର୍ମାଣ କରିଛୁ । କିନ୍ତୁ ସ୍ଥାନଟି ରାଜସ୍ବ ବିଭାଗର। ଚିପ୍ସ ଓ ବାଲି ଜମା କରୁଥିବା ଠିକାଦାର ରାଜସ୍ବ ବିଭାଗ ନିକଟରୁ ଅନୁମତି ଆଣିଛନ୍ତି କି ନାହିଁ ତହସିଲଦାର କହିପାରିବେ କହି ନିଜ ବିଭାଗର ଦାୟିତ୍ୱକୁ ଏଡାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୋନପୁର ତହସିଲଦାର ଅରବିନ୍ଦ ବେହେରା କୁହନ୍ତି, ମୋ ପାଖରେ ଏହି ଖବର ନଥିଲା। ସଦର ଆରଆଇଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

ଓଡ଼ିଶାରେ ସରକାର ଗଢ଼ିବ ଭାଜପା: ଜୟନାରାୟଣ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ଦଳ ପୁଣିଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri