Posted inଖେଳ

ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍‌ନେଶ, ମନୋରଞ୍ଜନ, ସ୍ପୋଟର୍‌ସ, ରାଜନୀତି, ସ୍ବାସ୍ଥ୍ୟ ଓ ବିଜ୍ଞାନ କ୍ଷେତ୍ରରେ ସକ୍ରିୟଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ଦୂତୀ ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ଅଛନ୍ତି। ଭାରତର ପ୍ରଥମ ମହିଳା ସ୍ପ୍ରିଣ୍ଟରଭାବେ ସେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ହାଇପରଆଣ୍ଡ୍ରୋଜେନିଜମ୍‌ ନିୟମ ବିରୋଧରେ ଲଢ଼େଇ କରି ସେ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଭାରତର ପ୍ରଥମ ମହିଳା ଆଥଲେଟ୍‌ଭାବେ ସେ ସମଲିଙ୍ଗୀ ସମ୍ପର୍କରେଥିବା ପ୍ରକାଶ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ନିକଟରେ ଭୋଗ୍‌ ଇଣ୍ଡିଆ ମାଗାଜିନ ପକ୍ଷରୁ ତାଙ୍କୁ ‘ସ୍ପୋଟର୍‌ସ ପର୍ଶନ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବାରୁ ଦୂତୀ ଟୁଇଟ୍‌ କରି ଖୁସି ଜାହିର କରିଛନ୍ତି। ଲୋକଙ୍କ ଅଧିକାର, ସମାନତା ଓ ସ୍ବାଭିମାନ ପାଇଁ ମୋର ଲଢ଼େଇ ଜାରି ରହିବ ବୋଲି ଦୂତୀ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧମ୍ରେନ୍ଦ୍ର ପ୍ରଧାନ ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

https://www.facebook.com/DharitriNews/videos/574330683381351/


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri