ଲୋକସେବା ଭବନର କନ୍‌ଭେନଶନ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ କନ୍‌ଭେନ୍‌ଶନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି କନ୍‌ଭେନ୍‌ଶନ ସେଣ୍ଟର ନିର୍ମାଣ ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କନ୍‌ଭେନ୍‌ଶନ ସେଣ୍ଟରକୁ ସ୍ବତନ୍ତ୍ର ଭାବେ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି।
ଏହି ଦ୍ୱିତଳ ପ୍ରାସାଦର ତଳ ମହଲାରେ ୪୦୦ ଆସନବିଶିଷ୍ଟ ବୃହତ୍‌ ସମ୍ମିଳନୀ ପ୍ରକୋଷ୍ଠ ରହିଛି। ଏଥିରେ ୩୭ ଫୁଟ୍‌ ଲମ୍ବ ଓ ୨୪ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏକ ବୃହତ୍‌ ଭିଡିଓ ୱାଲ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏଥିରେ ପ୍ରତ୍ୟେକ ଧାଡ଼ିରେ ମାଇକ୍ରୋଫୋନ୍‌ ସଂଯୋଗ କରାଯାଇଛି। ଅନୁରୂପ ଭାବରେ, ତଳ ମହଲାରେ ୮୦ରୁ ୯୦ ଆସନବିଶିଷ୍ଟ ବାଂକ୍ବେଟ୍‌ ହଲ୍‌, ୬୦ ଆସନବିଶିଷ୍ଟ ବ୍ରେକ୍‌ଆଉଟ୍‌ ସ୍ପେଶ୍‌ ଓ ସୁସଜ୍ଜିତ ଭିଆଇପି ଲାଉଞ୍ଜର ବ୍ୟବସ୍ଥା କରାଯାଇଛି। କନ୍‌ଭେନ୍‌ଶନ୍‌ ସେଣ୍ଟରର ପ୍ରଥମ ମହଲାରେ ୧୦୦ ଆସନବିଶିଷ୍ଟ ଏକ ସମ୍ମିଳନୀ କକ୍ଷ ସମେତ ୩୦ ଏବଂ ୧୫ ଜଣ ବସିବା ଭଳି ୨ଟି ପୃଥକ୍‌ ପୃଥକ୍‌ କ୍ଷୁଦ୍ର ସମ୍ମିଳନୀ କକ୍ଷ ରହିଛି। ଏହି ସେଣ୍ଟରରେ ୨ ଗ୍ରୀନ୍‌ ରୁମ୍‌, କଣ୍ଟ୍ରୋଲ ରୁମ୍‌, ମେଡିକାଲ ରୁମ୍‌, ରେକର୍ଡ ରୁମ୍‌, ପ୍ରେସ୍‌ ଲାଉଞ୍ଜ ସହିତ ଅଫିସ୍‌ ଏବଂ ଖବରଦାତାଙ୍କୁ ସୂଚନା ପାଇଁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି। ଦୁଇଟି ଲିଫ୍ଟ ରହିଥିବା ବେଳେ ସୁଦୃଢ଼ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସେଣ୍ଟରରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ଭିତର ଏବଂ ବାହାର ପାର୍ଶ୍ୱରେ ସବୁଜବଳୟ ଏବଂ ଲ୍ୟାଣ୍ଡସ୍କେପିଂ ବ୍ୟବସ୍ଥା କରାଯାଇଛି। ର଼୍ୟାମ୍ପ୍‌ ଓ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କ୍ରମେ କନ୍‌୍‌ଭେନ୍‌ଶନ୍‌ ସେଣ୍ଟରକୁ ଭିନ୍ନକ୍ଷମ ଅନୁକୂଳ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ ଗୋଟିଏ ଉନ୍ନତମାନର କନଭେନ୍‌ଶନ୍‌ ସେଣ୍ଟର ଅଭାବ ରହିଥିଲା, ଯାହା ଏହାର ଉଦ୍‌ଘାଟନ ପରେ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିବା ଏହି ସେଣ୍ଟରକୁ ରାଜ୍ୟ କନଭେନ୍‌ଶନ୍‌ ସେଣ୍ଟର କୁହାଯାଉଛି। ସଚିବାଳୟ, କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗର ବିଭିନ୍ନ କାର୍ଯ୍ୟକ୍ରମ ଏଥିରେ ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର, ଓଡ଼ିଶା ପର୍ଯ୍ୟଟନ ଏବଂ ସ୍ମାର୍ଟ ସିଟି, ଭୁବନେଶ୍ୱର ଉପରେ ପ୍ରଦର୍ଶିତ ତିନୋଟି ଭିଡିଓ ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri