Home Left

ଦ୍ୱିତୀୟ ଦିନିକିଆ ଆଜି: ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ; ୩ ନମ୍ବରରେ ବ୍ୟାଟିଂ କରିବେ କୋହଲି

ରାଜକୋଟ,୧୭।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇରେ ପ୍ରଥମ ଦିନିକିଆରେ ୧୦ ଉଇକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି…

ଟେଲିକମ୍‌ କମ୍ପାନୀ ପଇଠ କରିବେ ୧.୪୭ ଲକ୍ଷ କୋଟି ବକେୟା

ନୂଆଦିଲ୍ଲୀ,୧୭-୧: ବୈଧାନିକ ଦେୟ ବାବଦ ବକେୟା ୧.୪୭ ଲକ୍ଷ କୋଟି ଟଙ୍କା ଚଳିତ ମାସ ୨୩ ସୁଦ୍ଧା ସରକାରଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନର୍ବିଚାର ଲାଗି ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ…

୧୫ ହଜାର ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭-୧: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ସ୍ବରୂପ ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାରା ଦେଶରେ ୧୫ ହଜାର ନୂଆ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ କେଉଁ ସ୍ଥାନଗୁଡିକରେ ଶାଖା ଖୋଲାଯାଇପାରିବ ତାର ଏକ ରିପୋର୍ଟ କେନ୍ଦ୍ର ସରକାର ବ୍ୟାଙ୍କଗୁଡିକୁ ପ୍ରଦାନ…

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍‌ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀରେ ସଫଳ…

ସ୍ବାସ୍ଥ୍ୟ ଉପକାରୀ ଜିରା

ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି। ଯାହା…

ଓଜନ ନିୟନ୍ତ୍ରଣ କରେ ସାଗୁଦାନା

ସାଗୁଦାନା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ…

ପୃଥକ୍‌ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୬।୧(ଡି.ଏନ୍‌.ଏ): ଗୋଟିଏ ପଟେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇ ଜନସଚେତନତା କରାଯାଉଥିବାବେଳେ ଅନ୍ୟପଟେ ଦୁର୍ଘଟଣା ବଢୁଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ଟି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ଆହତ ହେବାସହ ଜଣେ…

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ ଦେଖି…

ରାଜକୋଟ୍‌ରେ ଭଲ ନାହିଁ ଭାରତର ରେକର୍ଡ

ରାଜକୋଟ,୧୬।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଗ୍ରାଉଣ୍ଡରେ ଘରୋଇ ଭାରତର ରେକର୍ଡ ଭଲ ନାହିଁ। ଏଠାରେ ଗତ ଦୁଇଟି ମ୍ୟାଚ୍‌ ଖେଳି ଭାରତ ପରାସ୍ତ ହୋଇଥିଲା। ୨୦୧୩ରେ ଏଠାରେ ଭାରତ ଇଂଲଣ୍ଡଠାରୁ ଏକ ରୋମାଞ୍ଚକ ମ୍ୟାଚ୍‌ରେ ମାତ୍ର ୯ ରନରେ…

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି। ସେ ଝାଡ଼ଖଣ୍ଡ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଏଥିସହ ଭେଟେରାନ ଉଇକେଟକିପର…

ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ବାଲିଆପାଳ,୧୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଅସ୍ତି ପଞ୍ଚାୟତର ବଢ଼ାପାଲ୍‌ ଗ୍ରାମରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ବିଦ୍ୟାଳୟକୁ ଥିବା ଚଲା ରାସ୍ତାକୁ ଜମି…

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଣ୍ଟେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?