ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଣ୍ଟେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯାଉ ବୋଲି ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ଏଥିପାଇଁ ଯୁବଗୋଷ୍ଠୀ ଦସ୍ତଖତ ଅଭିଯାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ଶେଷରେ ସେମାନେ ଘଣ୍ଟେଶ୍ୱରଠାରୁ ଚାଲି ଚାଲି ତିହିଡ଼ି ରାସ୍ତା ଦେଇ ଭଦ୍ରକରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ନିକଟରେ ଡାକ୍ତର ନିଯୁକ୍ତି ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ ଡାକ୍ତର ନିଯୁକ୍ତି କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲି ଚାଲି ଆସି ଭଦ୍ରକରେ ଦାବିପତ୍ର ଦେବା ଘଟଣା ଲୋକଙ୍କ ମନକୁ ଆନ୍ଦୋଳିତ କରିଛି। ରାଜ୍ୟ ସରକାର ୫-ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପାଇଁ ଲୋକେ ଚାଲି ଚାଲି ପ୍ରଶାସନକୁ ଦାବିପତ୍ର ଦେବା ଘଟଣା ଜିଲାର ରୁଗ୍‌ଣ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହି ପଦଯାତ୍ରାରେ ଘଣ୍ଟେଶ୍ୱରର ହରିଶ୍ଚନ୍ଦ୍ର ମହାଳିକ, ସ୍ବପ୍ନେଶ୍ୱର ସାହୁ, ଶରତ ସେନାପତି, କାହ୍ନୁକିଶୋର ସାହୁ, ସିଦ୍ଧାର୍ଥ ଶଙ୍କର ନାୟକ, ବିଟୁ ଗୋଚ୍ଛାୟତ, ପୀତାମ୍ବର ମାଝୀ, ଅଭୟ ଦାସ, ମୁନା ପଟ୍ଟନାୟକ, ଅଭୟ ମହାକୁଡ଼ ଓ ନିଶିକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ। ଏହି ଗୋଷ୍ଠୀଙ୍କୁ ପ୍ରତି ଛକ ଓ ବଜାରରେ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ସେମାନେ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri