୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ
ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ…
ଅପହୃତ ୧୯ ଭାରତୀୟ ମୁକୁଳିଲେ
ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୫ରେ ଏମ୍ଟି ଡ୍ୟୁକ୍ ନାମକ…
ମାର୍କେଟ ବିଲ୍ଡିଂ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଗିରଫ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ ତଥା ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି(୨୪) ଓରଫ ଚିଣ୍ଟୁ ଓ ତାଙ୍କ ୫ ସହଯୋଗୀଙ୍କୁ…
ସିଏଏ ଅନାବଶ୍ୟକ, କିନ୍ତୁ …
ଦୁବାଇ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି। ତେବେ ଏଭଳି ଆଇନର ଆବଶ୍ୟକତା ନ ଥିଲା ବୋଲି ସେ ମତ ଦେଇଛନ୍ତି। ସିଏଏ…
ଚିଲିକାରେ ଗଣା ହେଲେ ଡଲଫିନ୍
ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର, ଆଞ୍ଚଳିକ ମୋଟରବୋଟ ସଂଘର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି ଗଣନା କାର୍ଯ୍ୟ…
କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ନିଶ୍ଚିତ ହେବ ବୋଲି କହିଲେ ପ୍ରଦୀପ
ଭୁବନେଶ୍ୱର,୨୦।୧(ବ୍ୟୁରୋ): କଂଗ୍ରେସରେ ସଭାପତି ପଦରେ ପରିବର୍ତ୍ତନକୁ ନେଇ ବାଦ ବିବାଦ ଲାଗି ରହିଛି। ଏହାସହ ଛାତ୍ର, ଯୁବ ସଭାପତି ପଦକୁ ନେଇ ମଧ୍ୟ ସମାନସ୍ଥିତି ରହିଛି। ଏଭଳି ବିବାଦ ଚାଲିଥିବା ବେଳେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଗତ ଶୁକ୍ରବାର ବାଉନ୍ସର ପ୍ରବେଶ…
କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଏନ୍ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ
କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଏନ୍ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଏନ୍ଜିଟିଙ୍କ ପକ୍ଷରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ୩ ସପ୍ତାହ ମଧ୍ୟରେ…
ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକ ଉଦ୍ଧାର
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ କାମ ଆଶାରେ ଠିକା ସଂସ୍ଥା ଦ୍ୱାରା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଦୈନିକ ୧୪ରୁ ୧୫ ଘଣ୍ଟା କାମ କରିବା ସହ ନିମ୍ନମାନର ଖାଦ୍ୟ ଗ୍ରହଣ କରୁଥିଲେ। ସ୍ବାସ୍ଥ୍ୟହାନି…
ଶିରିଡ଼ି ବନ୍ଦକୁ ଶିବସେନା ଏମ୍ପିଙ୍କ ସମର୍ଥନ
ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର ଖୋଲାରହିବା ସହ ପୂଜା ନୀତି ଚାଲିଥିଲା। ଶିରିଡ଼ି ବନ୍ଦକୁ ଶିବସେନାର ଜଣେ ଏମ୍ପି ସମର୍ଥନ…
ମୁଣ୍ଡାରୀ ସମ୍ପ୍ରଦାୟର ବୁରୁବଙ୍ଗା ମହୋତ୍ସବ
ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା ମହୋତ୍ସବ’ ଶନିବାର ଆରମ୍ଭ ହୋଇଛି। ପ୍ରାରମ୍ଭରେ ମୁଣ୍ଡାରୀ ସମ୍ପ୍ରଦାୟର ପାହାନ୍ ଗମ୍କେ(ପୁରୋହିତ) ବସନ୍ତ କୁମାର…
ଆରମ୍ଭ ହେଲା ଇ-ଚେକ୍ଗେଟ୍ ବ୍ୟବସ୍ଥା: ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ଲୋକେ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍ ଫୋନ୍ ଆପ୍ଲିକେଶନ (ଆପ୍) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ…
ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ
ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ସେମାନେ ହେଲେ ଓଡ଼ଗାଁ ଥାନା ଜାମୁସାହି ଗ୍ରାମର ନକୁଳ…

