ଆରମ୍ଭ ହେଲା ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା: ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ଲୋକେ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍‌ ଫୋନ୍‌ ଆପ୍ଲିକେଶନ (ଆପ୍‌) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍‌। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍‌ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ ଚାଲାଣ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଯୋଜନା ଓ ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ରବିବାର ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ଠାରେ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବ ଓ ଇ-ଚେକ୍‌ଗେଟ୍‌ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରି ମନ୍ତ୍ରୀ କହିଲେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା କମିଛି। ଜରିମାନା ଅଧିକ ହେଉଥିବା କେତେକ ଲୋକେ କହୁଛନ୍ତି। କିନ୍ତୁ ଜଣେ ଟ୍ରାଫିକ ନିୟମ ମାନିଲେ ଜରିମାନା କାହିଁକି ଦେବେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନିକଟରେ କେନ୍ଦ୍ରୀୟ ବୈଠକରେ ମଧ୍ୟ ଅନ୍ୟ ରାଜ୍ୟର ମନ୍ତ୍ରୀମାନେ ଏହାକୁ ବିରୋଧ କରିଥିଲେ। କିନ୍ତୁ ମୁଁ ଏହାକୁ ସମର୍ଥନ କରିଥିଲି। ଜରିମାନା ଅଧିକ ହେବାରୁ ବେପରୁଆ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାକୁ ୧୦ଥର ଭାବିବେ। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ଏହାକୁ ଆମେ ଚଳିତବର୍ଷ ସଡ଼କ ଦୁର୍ଘଟଣା ୫୦ପ୍ରତିଶତ କମାଇବା ପାଇଁ ଚେଷ୍ଟା କରିବା। ଏଥିପାଇଁ ଟ୍ରାଫିକ ନିୟମ କଡାକଡି କରାଯିବାର ଆବଶ୍ୟକତା ରହିଛି। ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହେବ। ରାମେଶ୍ୱରରୁ ଚଣ୍ଡିଖୋଲ ରାସ୍ତାରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ କରାଯିବ। ରାସ୍ତାରେ ଅତ୍ୟାଧୁନିକ କ୍ୟାମେରା ଲାଗିବ। ଏହା ସାହାଯ୍ୟରେ ବେପରୁଆ ଗାଡ଼ିଚାଳକଙ୍କୁ ଚିହ୍ନଟ ପରେ ଜରିମାନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଲେ, ଚଳିତବର୍ଷ ୯୦ ପ୍ରତିଶତ ଲୋକ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସଚେତନ ହୋଇଛନ୍ତି। ଆମ ଦେଶରେ ବର୍ଷକୁ ହାରାହାରି ୧ଲକ୍ଷ ୫୦ ହଜାର ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବାବେଳେ ଓଡିଶାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ୧୦୦ଟି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଜାତୀୟ ସ୍ତରରେ ୩୧ ରହିଥିବାବେଳେ ଓଡ଼ିଶାରେ ୪୭ ରହିଛି। ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୩୮ ହଜାର ଲୋକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ଏହାର ୭୦ ପ୍ରତିଶତ ଯୁବବର୍ଗ ଅଟନ୍ତି। ୪୨ ପ୍ରତିଶତ ମୃତ୍ୟୁ କେବଳ ଜାତୀୟ ରାଜପଥଗୁଡିକରେ ଘଟିଛି। ପୁଣି ୩୫ ପ୍ରତିଶତ ୨ଚକିଆ ଗାଡ଼ି ଚାଳକ ବା ଆରୋହୀ ରହିଛନ୍ତି। ଅଧିକାଂଶ ବିନା ହେଲ୍‌ମେଟ୍‌ରେ ଯାତ୍ରା ଯୋଗୁ ଘଟିଛି। ଦ୍ରୁତଗତି ଓ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁ ୬୦ ପ୍ରତିଶତ ଦୁର୍ଘଟଣା ଘଟିଥିବା ରିପୋର୍ଟ କହୁଛି। ଗତ ୩ ମାସରେ ପ୍ରାୟ ୯ ହଜାର ମଦୁଆ ଗାଡ଼ି ଚାଳକ ଗିରଫ ହୋଇଛନ୍ତି। ଗତବର୍ଷ ୧୭ହଜାର ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଆପାତତଃ ୪ଲକ୍ଷ ୭୫ ହଜାର ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଇ-ଚାଲାଣ କରାଯାଇଛି। ଏହାସହ ରାଜ୍ୟରେ ୪୩୫ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇ ତାହାର ନିରାକରଣ କରାଯାଇଥିବା ପଣ୍ଡା ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଆଇଜି (ସିଆଇଡି) ଅମିତେନ୍ଦ୍ର ନାଥ ସିହ୍ନା, ଆର୍‌ଟିଓ-୧ ଓ ଆର୍‌ଟିଓ-୨ ଉପସ୍ଥିତ ଥିଲେ।
ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା କ’ଣ?
ପୂର୍ବରୁ ବାହାର ରାଜ୍ୟର ଗାଡ଼ି ଓଡିଶାକୁ ଆସିଲେ ସେମାନେ ପ୍ରଥମେ ପ୍ରବେଶ କରିଥିବା ଜିଲାର ଆର୍‌ଟିଓ ଅଫିସ୍‌ରେ ଗାଡ଼ି ପ୍ରବେଶ କାଗଜପତ୍ର କରିଥାନ୍ତି। କିନ୍ତୁ ଏବେ ଇ-ଚେକ୍‌ଗେଟ୍‌ ହେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଛି। ଗାଡ଼ି ଚାଳକମାନେ ଆର୍‌ଟିଓ ଅଫିସ ନ ଯାଇ ଅନ୍‌ଲାଇନ୍‌ରେ ଟଙ୍କା ଜମା କରି ପ୍ରବେଶ କାଗଜପତ୍ର ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri