ଜେଲରେ ଆଇଏଏସ୍ ଅଫିସର ବିଜୟ ଅସୁସ୍ଥ
ଭୁବନେଶ୍ୱର, ୭।୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ସୋମବାର ସକାଳେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଜେଲ୍ ପରିସର ହସ୍ପିଟାଲର ୧ ନମ୍ବର…
ଓଲଟିଲା ବସ୍: ୮ ଆହତ
ଯାଜପୁର ଅଫିସ୍, ୭।୧: ଯାଜପୁର ଜିଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ସକାଳ ୭ଟା ସମୟରେ ମା’ ମଙ୍ଗଳା ଯାତ୍ରୀବାହୀ ବସ୍ ଓଲଟି ପଡିବା ଫଳରେ ୮ଜଣ ଯାତ୍ରୀ ଗୁରୁତର ଆହତ…
ଭିତରକନିକା ଜାତୀୟ ଉଦ୍ୟାନ: ୧୯ରେ ଡଲଫିନ୍ ଗଣନା
ରାଜନଗର, ୭।୧ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍ ଗଣନା କରାଯିବ। ୧୮ ତାରିଖରେ ଡଲଫିନ ଗଣନା ପାଇଁ ତାଲିମ ପ୍ରଦାନ କରାଯିବ ଓ ୧୯ ତାରିଖ ସକାଳୁ ଡଲ୍ଫିନ ଗଣନା…
୫୦ ହଜାର ଟଙ୍କା ଲୁଟ୍
ରାଜନଗର, ୭।୧ (ଡି.ଏନ.ଏ.) : ରାଜନଗର ବଜାର ଉପରୁ ଜଣେ ବୃଦ୍ଧଙ୍କ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମହାକାଳପଡା ଥାନା ଅଧୀନ ଭୋପାଳ ଗ୍ରାମର ମୁରଲୀଧର ରାଉତ(୮୦) ରାଜନଗର ଷ୍ଟେଟ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠାଇ ରାଜନଗର ବଜାରକୁ…
ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଗୁରୁତର
ପରଜଙ୍ଗ, ୭।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ପଙ୍ଗାତିରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ…
ତୁଟୁନି ରାଘପୁର ଗ୍ରାମ ସମସ୍ୟା : ଜିଲାପାଳଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ
କେନ୍ଦ୍ରାପଡ଼ା ଅଫିସ୍, ୭।୧: ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ରାଘପୁର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୧୯ ତାରିଖରେ ଅନଶନ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସମାଧାନ…
ବିପାଶାଙ୍କୁ ପୂରିଲା ୪୧: ଜନ୍ ଆବ୍ରାହମ୍ଙ୍କ ସହିତ ୯ ବର୍ଷ ଲିଭ୍ଇନ୍ରେ ରହିବା ପରେ କରନ ସିଂ ଗ୍ରୋଭରଙ୍କୁ କରିଥିଲେ ବିବାହ…
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁ ମଙ୍ଗଳବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ…
ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ
ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍ପେଟ୍ସ ଲିମିଡେଟ୍(ପିପିଏଲ୍) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ ପକ୍ଷରୁ ମିଳିଥିବା ପକ୍ଷୀଗଣନା ରିପୋର୍ଟ ଅନୁସାରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଏସବୁ ଜଳାଶୟରେ…
ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ
କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ…
ଜଗତ୍ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି
ଜଗତ୍ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ…
ଓଏଏସ୍ ପରୀକ୍ଷା ଫଳ ପ୍ରକାଶିତ :ଦେବାଶିଷ ପଣ୍ଡା ଟପ୍ପର
କଟକ ଅଫିସ, ୭ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ୍ ୨୧୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଡିସେମ୍ବର ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନ୍ତିମ…
କୋର୍ଟରେ ହାଜର ହେଲେ ଚିନ୍ମୟାନନ୍ଦ
ଶାହଜାହାନପୁର,୭ା୧(ପି.ଟି.)-ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସୋମବାର ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଚିନ୍ମୟାନନ୍ଦଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓମ୍ବୀରଙ୍କ ଅଦାଲତରେ…
Archives


