Home Left

୮ରେ ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ସଓ୍ବୋ, ଏଆଇସିସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସିର ଦେଶବ୍ୟାପୀ ପ୍ରାୟ ୨୫…

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି ପାରୋଲରେ ଛାଡ଼ିଛନ୍ତି। ତାଙ୍କ ମା’ ଅସୁସ୍ଥ ରହିବା ଓ ପାରିବାରିକ ଅବୁଝାମଣା ସୃଷ୍ଟିହେବାରୁ କୋର୍ଟ…

୧୩ରୁ ସାବରିମାଲା ମାମଲାର ଶୁଣାଣି

ନୂଆଦିଲ୍ଲୀ,୭ା୧(ପି.ଟି.): କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ୧୩ରୁ ଆରମ୍ଭ ହେଉଛି। ସୁପ୍ରିମକୋର୍ଟର ୯ ଜଣିଆ ପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ବିଜ୍ଞପ୍ତି…

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାଳନା କରିଥିଲା। ଯାଦବପୁର ବିଶ୍ୱବିଦ୍ୟାଳୟ (ଜେୟୁ)ର ଛାତ୍ରୀଛାତ୍ର, ଏସ୍‌ଏଫଆଇ…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି):ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ…

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏହି ଦୁଇ ଦଳ ପୋଡ଼ାଜଳା କରି ପାପ କରିଛନ୍ତି ବୋଲି ସେ ଏକ…

ବୁଧବାର ଭାରତ ବନ୍ଦ: କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ,୭ା୧: ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଆଗାମୀ ୮ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରାୟ ୨୫ କୋଟି ଲୋକ ଏଥିରେ ଭାଗ ନେବେ ବୋଲି କୁହାଯାଇଛି।…

ତୈଳ ଦର ପ୍ରଭାବ: ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭ା୧(ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ବଢ଼ି ଚାଲିଛି। ଏହାର ପ୍ରଭାବ ବସ୍‌ ଭଡ଼ାଠାରୁ ଆରମ୍ଭ କରି ପରିବହନ କ୍ଷେତ୍ରରେ ମଧ୍ୟ ଦେଖାଦେଇଛି। ତୈଳଦର ବୃଦ୍ଧି ହୋଇଥିବାରୁ…

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା ରୁଜୁ କରିଛି। ଅଧିକାଂଶ ସଂସ୍ଥା ଚେନ୍ନାଇ ବାସିନ୍ଦାଙ୍କ ମାଲିକାନାରେ ରହିଛି। ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର…

୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରୁପା ରାୟ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା…

ମହାନଦୀରେ ପ୍ରଶିକ୍ଷଣ ନେବେ ଏନଡିଆର୍‌ଏଫ୍‌ କର୍ମଚାରୀ :ଏମଓୟୁ ସ୍ବାକ୍ଷରିତ

କଟକ ଅଫିସ,୭ା୧- ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ)ର କର୍ମଚାରୀ ଆସି କଟକରେ ପ୍ରଶିକ୍ଷଣ ନେବେ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟର ଏନଡିଆର୍‌ଏଫ୍‌ କର୍ମଚାରୀମାନେ ମହାନଦୀରେ ପ୍ରଶିକ୍ଷଣ ହାସଲ କରିବେ। ମହାନଦୀର ବିପଦପୂର୍ଣ୍ଣ ସ୍ଥାନ ସମେତ ଧବଳେଶ୍ୱର ସେତୁ ନିକଟରେ ସେମାନଙ୍କୁ…

ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ ଇରାନ ଆଣବିକ ବୋମା ପ୍ରସ୍ତୁତ କରିବା ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଇରାକ ମାଟିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri