‘ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର’
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପଛୁଆବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍ ୨୦୨୦ ସୋମବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ସରକାରଙ୍କ ନିଷ୍ପତ୍ତିକ୍ରମେ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ କମିଶନ…
୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ ସଂସ୍ଥାଗୁଡିକ ପାଇଁ ୫୦୨୮୨.୫୦ କୋଟି ଟଙ୍କା ଆକଳନ କରିଛନ୍ତି। ଏଥିମଧ୍ୟରୁ ୨୦୭୭୧.୬୪ କୋଟି ଟଙ୍କା…
ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ
ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ ୫ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।…
କପିଳାସ ଜାଗରଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ
ଢେଙ୍କାନାଳ ଅଫିସ, ୧୮।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତି ପର୍ବ ଯୋଜନା ଅନୁଯାୟୀ ଆଗେଇ ଚାଲିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୀଠର ଉନ୍ନତୀକରଣ କାର୍ଯ୍ୟ ଯୁଦ୍ଧକାଳୀନ…
ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି
ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି ଓ ମଣ୍ଡିର ଅବ୍ୟବସ୍ଥା ଯୋଗୁ ଧାନର ଅଭାବୀ ବିକ୍ରି ହେଉଥିବା ଚାଷୀମାନେ କହିଛନ୍ତି। ସମବାୟ…
ଯୁବତୀଙ୍କୁ ଟ୍ରେନ୍ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା
ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କୁ ଯେପରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ ତାହା…
ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ
ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩୦ ଖଣ୍ଡ ଓ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ୨୧ ଖଣ୍ଡ କାଠ ସଂଗ୍ରହ…
ଆଡମିଟ୍ କାର୍ଡ ନ ପାଇ ଛାତ୍ରୀ ନିରାଶ
ଜଗତ୍ସିଂହପୁର ଅଫିସ୍, ୧୮ା୨: ରାତି ପାହିଲେ ମାଟ୍ରିକ ପରୀକ୍ଷା। କିନ୍ତୁ ଜଗତ୍ସିଂହପୁର ଜିଲାର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଏହି ପରୀକ୍ଷା ଦେବାର ବଞ୍ଚତ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଥିଲା। ସୌଭାଗ୍ୟ ଛାତ୍ରଙ୍କୁ ଆଡମିଟ୍ କାର୍ଡ ମିଳିଯାଇଥିବା ବେଳେ ଛାତ୍ରୀ…
କଲେଜ ବାର୍ଷିକ ଉତ୍ସବକୁ ନେଇ ଛାତ୍ର ଗୋଷ୍ଠୀ ଛକାପଞ୍ଝା
ନାଉଗାଁ,୧୮ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ କଲେଜ ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗୋଟିଏ ଛାତ୍ର ଗୋଷ୍ଠୀ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଉତ୍ସବ ବନ୍ଦ କରିବାକୁ ଦାବିକରି…
ପାଣି ପାଇଁ ରାସ୍ତାରୋକୋ
ବାରିପଦା ଅଫିସ, ୧୮ା୨- ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଜଳକଷ୍ଟ ସମସ୍ୟା ଦେଖାଗଲାଣି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକମାନେ ପାଣି…
ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର
ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍ ଜଣାଶୁଣା। ଥରେ ଯଦି କେହି ଏହି ଗ୍ରାମକୁ ଆସେ ଏକର ଏକର ଜମିରେ ସବୁଜିମା ଦୃଶ୍ୟ ଉପରୁ ତା’ର ନଜର…
ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ
ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍ ବିଲ୍ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି। ଗୋଟିଏ…
Archives


