ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ
ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର ଲୋକଙ୍କଠାରୁ ୨୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ପାଖରୁ ସିଧାସଳଖ ଅର୍ଥ…
ମହିଳାଙ୍କୁ ହତ୍ୟା ଧମକ
ଗୋପାଳପୁର,୨୬ା୨: କାନ୍ଥକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ଗୋପାଳପୁର ଥାନାରେ ବୁଧବାର ଅଭିଯୋଗ ହୋଇଛି। ପ୍ରକାଶ ଯେ, ଘର କାନ୍ଥକୁ ନେଇ ଗୋପାଳପୁର ଏନ୍ଏସି ଅଞ୍ଚଳ ନୂଆସାହିର ପ୍ରିୟଙ୍କା…
ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ
ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ହାତରେ…
ଶହୀଦ ରତନଲାଲଙ୍କ ପରିବାରଙ୍କୁ ମିଳିବ ୧ କୋଟି, ଜଣେ ସଦସ୍ୟଙ୍କୁ ଚାକିରି: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ କେତେକ ଲୋକ ଆହତ ହୋଇ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପଟେ ହିଂସା ନିୟନ୍ତ୍ରଣ ସମୟରେ ଆକ୍ରମଣର…
ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍: ହୋଟେଲରେ ଫସିଲେ ଶତାଧିକ ଲୋକ
ମାଦ୍ରିଦ୍,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍ ସଂକ୍ରମଣ ଏବେ ବିଭିନ୍ନ ଦେଶକୁ ବ୍ୟାପୁଛି। ସ୍ପେନରେ କରୋନା ଭାଇରସ୍ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ…
ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ
ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ ଟ୍ରକ…
ରଣଜୀତଙ୍କୁ ୧ ସ୍ବର୍ଣ୍ଣ, ୧ ରୌପ୍ୟ: କିଟ୍କୁ ୩ ପଦକ
ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି): ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍ ପ୍ରତିଯୋଗୀ। ଏଥିସହିତ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଣଜୀତ ନାୟକ…
ଆଇସିସି ମହିଳା ଟି୨୦ ବିଶ୍ୱକପ୍: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ
ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ…
ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ
ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଚୋରାମଦ ବିକ୍ରି ହେବା ଫଳରେ…
ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ
ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଛି। ଏହି ହିଂସାରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।…
ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ
ତେହେରାନ୍,୨୬।୨: ଚାଇନାର କରୋନା ଭାଇରସ୍ ଏବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। ଏହା କବଳରୁ ଇରାନ ମଧ୍ୟ ବର୍ତ୍ତି ପାରିନାହିଁ। ଏପର୍ଯ୍ୟନ୍ତ ଇରାନରେ ଏହି ରୋଗରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମଣଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି।…
ଆସନ୍ତା ବର୍ଷ ୭ ଜିଲାରେ କଦଳୀଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ: ମନ୍ତ୍ରୀ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଫଳ, ଅଣ୍ଡା, ମାଂସ, କଦଳୀ ସବୁ ଆନ୍ଧ୍ରରୁ ଆସୁଛି। ୨୦ ଲକ୍ଷ ମେଟ୍ରିକ ଟନ୍ କଦଳୀର ଚାହିଦା ଥିବା ବେଳେ ୧୫ ଲକ୍ଷ ଆନ୍ଧ୍ରରୁ ଆସୁଛି। ଫଳମୂଳ ତଥା ପନିପରିବା ଚାଷକୁ ସରକାର ପୋତ୍ସାହନ ଦେଉନାହାନ୍ତି। ଖାଲି ଲେଖି ପଢ଼ିଦେଲେ…
Archives


