ଶପଥ ଗ୍ରହଣ ପରେ ମନଖୋଲି କଥା ହେବେ ଗୋଗୋଇ
ନୂଆଦିଲ୍ଲୀ,୧୭।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା (କ)ରେ ପ୍ରଦତ୍ତ…
କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା
ଦାରିଙ୍ଗବାଡି,୧୭।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ଭିଡ…
ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ
ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ ଷ୍ଟେଶନରୁ ଭିଡ କମାଇବା ପାଇଁ ବିଭିନ୍ନ ରାଜ୍ୟରେ ନୂଆ ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରର ବିଭିନ୍ନ…
ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ
ଇସ୍ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୩ ହୋଇଥିବା ବେଳେ ଆଗକୁ ଆହୁରି ସଂଖ୍ୟା ବୃଦ୍ଧି ପାଇବ…
ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତର ପ୍ରଦେଶ ସରକାର
ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକଭବନରେ ଆୟୋଜିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ କଥା ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ…
ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ
ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର ଦ୍ୱାରସ୍ଥ ହୋଇ କହିଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ। ତାଙ୍କ ଓକିଲଙ୍କ…
ଉତ୍ତରପ୍ରଦେଶରେ ୧୫ କରୋନା ରୋଗୀ
ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶରେ କରୋନା ଭାଇରସ୍କୁ ନେଇ ଲଗାତର ସ୍ବାସ୍ଥ୍ୟବିଭାଗ ବୁଲେଟିନ୍ ଜାରି କରୁଛି। ମଙ୍ଗଳବାର ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନୋଏଡାରେ ୨ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଥିବା ନେଇ ସରକାରଙ୍କ ପକ୍ଷରୁ…
କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର
ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେଶନରେ ରଖାଯାଇଥିବା ଜଣାପଡିଛି। ଅଭିନେତା ନିଜେ ଟୁଇଟ୍…
ରାଜନଗର ନୂତନ ତହସିଲଦାର ଭୋଳାନାଥ ସେଠୀ
ରାଜନଗର,୧୭।୩(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲଦାର ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୋଳାନାଥ ସେଠୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ତହସିଲଦାର ଦ୍ୱିବେନ୍ଦୁ କୁମାର ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ରାଜନଗର ବାର ଆସୋସିଏଶନ ପକ୍ଷରୁ ସ୍ବାଗତ…
କେଳୁଣି ମୁହାଣ ନିକଟରେ ଜାହାଜର ସଫି
କୋଣାର୍କ,୧୭।୩(ଡି.ଏନ୍.ଏ): ପୁରୀ ଜିଲା କେଳୁଣି ମୁହାଣ ନିକଟ କେଉଟଜଙ୍ଗା ଗ୍ରାମ ନିକଟ ସମୁଦ୍ର କୂଳରେ ମଙ୍ଗଳବାର ଭୋରୁ ଏକ ଜାହାଜର ସଫି ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ କୋଣାର୍କ ଥାନାକୁ ଖବର ଦେଇଥିଲେ। ଖବରପାଇ ଥାନାର ଏକଟିମ୍ ଯାଇ ତାହାକୁ…
ଚନ୍ଦ୍ରଭାଗା ସମୁଦ୍ରକୂଳ ପର୍ଯ୍ୟଟକ ମୁକ୍ତ
କୋଣାର୍କ,୧୭।୩(ଡି.ଏନ୍.ଏ): ପୁରୀ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପର୍ଯ୍ୟଟକ ମୁକ୍ତ କରାଯାଇଛି। ସକାଳେ ଗୋପ ତହସିଲଦାର ଓ କୋଣାର୍କ ଥାନାଧିକାରୀ ମିଳିତ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପର୍ଯ୍ୟଟକ ମୁକ୍ତ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା…
ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ
ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ବା କୋଭିଡ-୧୯ର ଚିକିତ୍ସା ପାଇଁ ଗବେଷକମାନେ ଦିନରାତି ଏକ…
Archives


