Home Left

ମହାରାଷ୍ଟ୍ରରେ ୧,୦୦୦ରୁ ଅଧିକ ପୋଲିସ କରୋନା ପଜିଟିଭ୍‌: ୮ ମୃତ

ମୁମ୍ବାଇ,୧୪।୫: ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟର ୧,୦୦୧ ପୋଲିସଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛିି। ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ…

କରୋନା ପରେ ଆସୁଛି ନୂଆ ମହାମାରୀ: ଆମାଜନ ଜଙ୍ଗଲରେ ଜୁନୋଟିକ୍‌ ସଂକ୍ରମଣ ଆଶଙ୍କା

ଓ୍ବାଶିଂଟନ,୧୪।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସମସ୍ତ ଦେଶ ଏକଜୁଟ ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ କରୋନା ପରେପରେ ଆମାଜନର ଜଙ୍ଗଲରେ ଏକ ନୂଆ ମାରାତ୍ମକ ରୋଗ ଦେଖାଯିବାର ଆଶଙ୍କା ରହିଛି।…

ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌: ଓହ୍ଲାଇଲେ ୩ଶହରୁ ଊର୍ଦ୍ଧ୍ୱ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୪।୫- ବଲାଙ୍ଗୀର ରେଳ ଷ୍ଟେଶନରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଛି। ଏହି ଟ୍ରେନ୍‌ରେ ୩ ଶହରୁ ଊଦ୍ଧର୍‌ବ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କ ସୁବିଧାଜନକ ଆଗମନ ଓ…

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଏହାକୁ ହ୍ୟାକ୍‌ କରିଛନ୍ତି। ଏବେ ଭାରତରେ ଏହାକୁ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିବା…

ଲକ୍‌ଡାଉନରେ ଭିତରେ ଏହି ଅଭିନେତାଙ୍କ ହେଲା ନିର୍ବନ୍ଧ: ଅନ୍‌ଲାଇନ୍‌ରେ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିଯୋଗୁ ବ୍ୟବସାୟ, ବିଭିନ୍ନ ପ୍ରକାରର କାର୍ଯ୍ୟପନ୍ଥା, ଫିଲ୍ମ ଶୁଟିଂ, ରିଲିଜ ଉପରେ ବହୁ ପ୍ରଭାବ ପଡ଼ିଛି। ଏଥିସହ କେତେକଙ୍କ ବିବାହ ସ୍ଥଗିତ ହୋଇଯାଇଥିବା ବେଳେ ଆଉ କେତେକ ଅନ୍‌ଲାଇନ୍‌ରେ…

ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ ବୟସ ୬୦ ଓ ୩୫ ବୋଲି ଜଣାପଡ଼ିଛି। ଗତ କିଛିଦିନ ପୂର୍ବରୁ ଦୁଇ ଭାଇ…

ଲକ୍‌ଡାଉନ୍‌ ଯୋଗୁ ବଢୁଛି ଅବସାଦ: ସୃଷ୍ଟି ହେଉଛି ଆତ୍ମହତ୍ୟା ପ୍ରବୃତ୍ତି

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ତେବେ ଏହାର ନକାରାତ୍ମକ ପ୍ରଭାବ ଧୀରେଧୀରେ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଆଗାମୀ…

କେନ୍ଦ୍ରାପଡ଼ାରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୨ ଛୁଇଁଲା

କେନ୍ଦ୍ରାପଡ଼ା ଅଫିସ, ୧୪।୫: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ଅପରାହ୍ନରେ ୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକ ଅଞ୍ଚଳର। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ପଜିଟିଭ୍‌…

ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ ରିଲିଜ୍‌ ବନ୍ଦ ରହିଛି। ସେଥିମଧ୍ୟରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ…

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହି ଘୋଷଣା…

କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଏବେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଉଥିବା…

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ସହରରେ ୧୪୪ ଧାରା ଜାରି କରାଯାଇଛି। ଏହି ଟ୍ରେନ୍‌ରେ ରାୟଗଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri