Home Left

ବାଲିଆପାଳ ବିଡିଓଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବିଡିଓଙ୍କ ଅଶାଳୀନ ବ୍ୟବହାର: ଅଡିଓ ଭାଇରାଲ

ଛେଣ୍ଡିପଦା,୧୪ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବିଡିଓଙ୍କ ମହିଳା ଶ୍ରମିକମାନଙ୍କୁ ଅଶାଳୀନ ବ୍ୟବହାର ନେଇ ଗୁରୁବାର ଅଡିଓ ଭାଇରାଲ ହୋଇଛି। ଘଟଣାରୁ ପ୍ରକାଶ, ବୁଧବାର ଭୁବେନେଶ୍ବରରୁ କିଛି ମହିଳା ଶ୍ରମିକଙ୍କୁ ଅନୁଗୋଳ ଅଣାଯାଇଥିଲା। ଉକ୍ତ ଶ୍ରମିକମାନେ ବଅଁରପାଳ ଓ ତାଲଚେର ଅଞ୍ଚଳର…

ଗଞ୍ଜାମର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ହାସ୍ୟ ଶିବିର

ଛତ୍ରପୁର, ୧୪।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ପାଇଁ ହାସ୍ୟ ଶିବିରର ଆୟୋଜନ କରାଯାଉଛି। ଏହାଫଳରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ମନ ସ୍ଥିର ରହିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ ରହିପାରୁଥିବା କୁହାଯାଇଛି। ଏହାଛଡ଼ା ପ୍ରବାସୀମାନେ ଯୋଗଠାରୁ…

ଲକ୍‌ଡାଉନ ୪.୦: ନିୟମରେ କୋହଳ ପାଇଁ ଜନତାଙ୍କ ମତ ଲୋଡିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: କରୋନା ଯୁଦ୍ଧରେ ଲଢିବା ପାଇଁ ଲକ୍‌ଡାଉନ ୪.୦ ଲାଗୁ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି କହିଲେ ଚଳେ। ହେଲେ ଏହି ସମୟରେ ନିୟମରେ କେତେ କୋହଳ କରାଯିବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୁରାତନ ଛାତ୍ରସଂଘର ବିରୋଧ

ଦିଗପହଣ୍ଡି,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ସମେତ ସହରର ସଚେତନ ଜନସାଧାରଣ ବିରୋଧ କରିଛନ୍ତି। ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡିଗ୍ରୀ କଲେଜ ଭାବେ ସୁନାମ ଅର୍ଜନ କରିଥିବା ଖେମୁଣ୍ଡି…

ଲକ୍‌ଡାଉନ ୪.୦ ପରେ ‘ଓ୍ବାର୍କ ଫ୍ରମ ହୋମ’ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାରଙ୍କ ୭୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସର ସଂକ୍ରମଣ ବହୁ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚ୍‌ଓ ଆହୁରି ମଧ୍ୟ କହିଛି କରୋନା କେବେବି ବିଶ୍ୱରୁ ମୂଳପୋଛ ନ ହୋଇପାରେ। ଏହାସହ ଗୋଟିଏ…

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ…

ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା: ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୁରୁବାର ଏହାକୁ ନିନ୍ଦା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ବାଲିଆପାଳ ବିଡିଓ…

ବିନା ଗୋଡ଼ରେ ଜନ୍ମନେଲା ଶିଶୁପୁତ୍ର

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଡ୍ରା ପଞ୍ଚାୟତର ଟିକରବାଜୁ ଗ୍ରାମର ସାନନ୍ତି ମଲ୍ଲିକ ସନ୍ତାନ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୁଅଟିଏ ଦେଖିବାକୁ ଖୁବ୍‌ ସୁନ୍ଦର୍‌ ଗୋଲଗାଲ୍‌…

ବର୍ଷକ ପାଇଁ ଦରମାର ୩୦ ପ୍ରତିଶତ ଛାଡ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିଏମ୍‌ କେୟାର୍ସ ଫଣ୍ଡକୁ ତାଙ୍କର ଗୋଟିଏ ମାସର ଦରମା ଦାନ କରିଥିଲେ। ଏବେ ସେ ଗୋଟିଏ ବର୍ଷ ପାଇଁ ନିଜ ଦରମାର ୩୦ ପ୍ରତିଶତ…

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କହିଛନ୍ତି। ଏହି ଯୋଜନାରେ ବୁଧବାର ୨୫ ଲକ୍ଷ…

ଆୟୁର୍ବେଦ ମାଧ୍ୟମରେ ହେବ କରୋନାର ଚିକିତ୍ସା !

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଦିନକୁ ଦିନ ଏହା କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକମ୍ର କରିଥିବା ବେଳେ ଏହାର ସଠିକ୍‌ ଚିକିତ୍ସା…

ମେ ୩୧ ପୂର୍ବରୁ ଦିନକୁ ହେବ ଲକ୍ଷେ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଜାରି ରହିଛି। ଆସନ୍ତା ମେ ୩୧ ପୂର୍ବରୁ ଦିନକୁ ଲକ୍ଷେ କରୋନା ଟେଷ୍ଟ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଦେଶରେ ଗୁରୁବାର କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri