ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରାୟତଃ ସାପଙ୍କ ପ୍ରତି ବେଙ୍ଗମାନଙ୍କଙ୍କ ଭୟ ଥାଏ। ଅନେକ ସମୟରେ ସାପ ବେଙ୍ଗକୁ ଖାଇ ଦିଏ। ବେଙ୍ଗ ସାପଠାରୁ ବଞ୍ଚିବା ପାଇଁ ଲୁୁଚି ଯାଏ। ମାତ୍ର ଏହି ଭିଡ଼ିଓରେ ସାପଠୁ ବଞ୍ଚିବା ପାଇଁ ବେଙ୍ଗ ଚତୁରତାର ସହ ସାପ ପିଠିରେ ବସି ଯାଉଛି। ପରେ ସାପ ଜାଣି ନପାରି ଚାଲିବାକୁ ଲାଗୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି ଯେ, ଶତ୍ରୁଠାରୁ ବଞ୍ଚିବାର କୌଶଳ । ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Being close to your enemy can be a survival technique… pic.twitter.com/P5nl78zVjf
— Susanta Nanda IFS (@susantananda3) August 20, 2020