Posted inଜାତୀୟ

ମାଟି ତଳେ ପୋତି ହୋଇଛି ଶହଶହ ଗାଡ଼ିମୋଟର

ଜୟପୁର,୨୦ା୮: ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଲୋକେ ବାରହୀନସ୍ତା ଭୋଗ କରୁଛନ୍ତି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କେଉଁଠି ଘର, ତ ଆଉ କେଉଁଠି ମନ୍ଦିର ଏପିରିକି ଶହଶହ ଗାଡ଼ିମୋଟର ମାଟିତଳେ ପୋତି ହୋଇପଡ଼ିଛି। ଜୟପୁରରେ ଗତ ୧୪ ତାରିଖରେ ୩ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ୫ ଦିନ ଧରି ଲାଗି ରହିଥିଲା। ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ମାଟି ଧସି ଗାଡ଼ିମୋଟର ସବୁ ପୋତି ହୋଇଯାଇଥିଲା। ବର୍ଷା ଛାଡ଼ିଯିବା ପରେ ଲୋକେ ଏବେ ଗାଡ଼ିମୋଟର ସବୁ ମାଟିତଳୁ ଖୋଳି ବାହାର କରୁଛନ୍ତି। ମାତ୍ର ଏହି ଗାଡ଼ିଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଫଳରେ ଗାଡ଼ିଚାଳକମାନେ ରୋଜଗାର ହରାଇଛନ୍ତି। ଘରେ ଖାଇବାକୁ ନାହିଁ।


ଗାଡ଼ିଚାଳକ ରାମ ଯାଦବ କୁହନ୍ତି, ସେ ବିହାରରୁ ଜୟପୁର ପର୍ଯ୍ୟନ୍ତ ଅଟୋ ଚଳାଉଥିଲେ। ଏହି ରୋଜଗାରରେ ସେ ତିନୋଟି ଅଟୋ କିଣିଥିଲେ। ବର୍ତ୍ତମାନ ବର୍ଷା ୩ଟି ଅଟୋକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ସେହିପରି ମୁକେଶ ମୀନା କୁହନ୍ତି, ତାଙ୍କ ଘର ମାଟିତଳେ ସମ୍ପୂର୍ଣ୍ଣ ପୋତି ହୋଇପଡ଼ିଛି। ଶୋଇବା ଘର ଏବଂ ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ମାଟିତଳେ ରହିଛି। ସେ ଗୋଟିଏ ପରେ ଗୋଟିଏ ଜିନିଷ ବାହାର କରିବାରେ ବ୍ୟସ୍ତ ଅଛନ୍ତି। ଯଦି ସ୍ବେଚ୍ଛାସେବୀ ସଂଗଠନ ଆସି ସେମାନଙ୍କୁ ଖାଇବାକୁ ଦିଅନ୍ତି, ତେବେ ପରିବାର କୌଣସି ପ୍ରକାରେ ବଞ୍ଚିଯାଇପାରନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପହଞ୍ଚିବା ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିଦେଲେ ସମାଜବାଦୀ ପାର୍ଟି କର୍ମୀ!

ଲକ୍ଷ୍ନୌ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକ୍ଷ୍ନୌରୁ ଗାଜିପୁର ଯାଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହା...

ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ

ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ...

କାରଗିଲ ସହ ଯୋଡି ହେବ କଶ୍ମୀର: ଜୋଜିଲା ଟନେଲର ଉଦ୍‌ଘାଟନ କଲେ ଗଡକରୀ

ନୂଆଦିଲ୍ଲୀ,୧୫ ।୧୦: ଲଦ୍ଦାଖର କାରଗିଲ ଅଞ୍ଚଳକୁ କଶ୍ମୀର ଘାଟିସହ ଯୋଡୁଥିବା ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରାଯାଇଛି । ଏଥିପାଇଁ ହୋଇଥିବା ବିସ୍ଫୋଣର...

ପ୍ରତି ନିର୍ବାଚନରେ ଅଗ୍ନି ପରୀକ୍ଷା ଦେଇଥାନ୍ତି ନିର୍ବାଚନ ଆୟୋଗ…

ବେଙ୍ଗାଲୁରୁ,୧୨।୩ : ସାଧାରଣ ଲୋକେ ନିର୍ବାଚନ ଫଳାଫଳକୁ ବିଶ୍ୱାସ କରନ୍ତି, କିନ୍ତୁ ପ୍ରତ୍ୟେକ ନିର୍ବାଚନରେ ଭାରତର ନିର୍ବାଚନ ଆୟୋଗ ଅଗ୍ନିପରୀକ୍ଷା ଦେଇଥାନ୍ତି। ମୁକ୍ତ ଏବଂ ନିରପେକ୍ଷ...

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି...

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି...

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା...

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ

ନୂଆଦିଲ୍ଲୀ, ୫।୩:ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସେବା ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ...

Advertisement
Archives

Model This Week