Home Left

୨୪ ଘଣ୍ଟାରେ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬।୬: କରୋନା ମହାମାରୀ ଯୋଗୁ ଭାରତରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୧ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୯୦୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୮୦…

ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍‌ ଚିହ୍ନଟ

ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ବ୍ରିଟେନ ଫେରନ୍ତା ବୋଲି ସୂଚନା ମିଳିଛି। ଆଗକୁ…

ଥରିଲା ତାଜିକିସ୍ତାନ

ଦୁଶାନ୍‌ବେ, ୧୬।୬:  ତାଜିକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ ୭ଟାରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ଦୁଶାନ୍‌ବେର ୩୪୧ ପୂର୍ବ-ଦକ୍ଷିଣ-ପୂର୍ବରେ ଥିଲା…

ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା ଜମି ଅଭାବରୁ ଅଟକିଛି। ଫଳରେ ପ୍ରବାସୀ ନିର୍ମାଣ ଶ୍ରମିକ ଘର ନ ପାଇ ହନ୍ତସନ୍ତ…

ମାସ୍କ, ପିପିଇ କିଣା ନେଇ ଶ୍ୱେତପତ୍ର ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ରାଜ୍ୟ ସରକାର ମାସ୍କ, ପିପିଇ, ଅନ୍ୟାନ୍ୟ କୋଭିଡ-୧୯ ସଂକ୍ରାନ୍ତୀୟ ଜିନିଷ କେଉଁଠାରୁ କିଣାଯାଇଛି ଏବଂ ଏହାର ଦାମ୍‌ କେତେ ତାହା ପ୍ରକାଶ…

ବରାହ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୬।୬: ଦୂରଦର୍ଶନ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କ ସୋମବାର ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କଟକ ତୁଳସୀପୁରସ୍ଥିତ ବାସଭବନରେ ପହଞ୍ଚତ୍ ଅନେକ…

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଖବର ସହି ପାରିଲେନି ଭାଉଜ, ମାନସିକ ଅବସାଦରେ ମୃତ୍ୟୁ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌। ତାଙ୍କ ହଠାତ୍‌ ମୃତ୍ୟୁରେ ପରିବାରବର୍ଗ ମଧ୍ୟ ହତବାକ୍‌ ହୋଇଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜଙ୍କ ମୃତ୍ୟୁ ଘଟିଛି। ସୁଶାନ୍ତ ସିଂ ରାଜପୁତ ବିହାରର ପୁର୍ନିଆ ଜିଲାର ମାଲଡିହା…

ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରାଯାଇଛି। ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରା ନିଷ୍ପତ୍ତି ନ୍ୟସ୍ତ କରିଥିବାବେଳେ ଭାରତୀୟ ବିକାଶ ପରିଷଦ…

ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ

ପୁରୀ ଅଫିସ,୧୬।୬: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦିରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁଦିଅଁଙ୍କ ଗୁପ୍ତ ସେବା। ଶ୍ରୀଅଙ୍ଗ ସେବକ ଦଇତାପତି ସେବାରେ ଲାଗିଛନ୍ତି। ଫୁଲୁରି ତେଲ ଏବଂ ଓଷୁଅ ଲାଗି…

ନେପାଳ ସୀମା ବିବାଦ ପଛରେ ଚାଇନା

ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍‌ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର ଘରୋଇ ରାଜନୈତିକ ହଟଚମଟ, ବର୍ଦ୍ଧିତ ଉଚ୍ଚାକାଂକ୍ଷା ରହିଛି। ଚାଇନାର ଆର୍ଥତ୍କ ସହାୟତା ଏହାକୁ ଇନ୍ଧନ…

‘ଓଡ଼ିଶୀ ସଙ୍ଗୀତ’କୁ କେବେ ମିଳିବ ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଜୁନ୍‌ ୭ ଓଡିଶା ଓ ଓଡ଼ିଆଙ୍କ ପାଇଁ ଥିଲା ଏକ ଐତିହାସିକ ଦିବସ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବାପରେ ପ୍ରତି ଓଡ଼ିଆଙ୍କ ମନରେ ଖୁସି ଓ ଆନନ୍ଦର ଲହରୀ…

ଚାରି ମହଲାରୁ ୨ପିଲାଙ୍କୁ ଫିଙ୍ଗିଦେଲେ: ଜଣେ ମୃତ

କୋଲକାତା,୧୬ା୬(ଆଇଏଏନ୍‌ଏସ୍‌): କୋଲକାତାର ବୁରାବଜାର ଅଞ୍ଚଳରେ ଏକ ବୀଭତ୍ସ ତଥା ହୃଦୟ ବିଦାରକ ଘଟଣା ଘଟିଛି। ପୂର୍ବ ଶତ୍ରୁତା କାରଣରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ରବିବାର ରାତିରେ ପଡୋଶୀଙ୍କ ଦୁଇ ଶିଶୁଙ୍କୁ ୪ ମହଲା ବିଲ୍ଡିଂରୁ ତଳକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri