Posted inଜାତୀୟ

ପୋଲିସ ଠେଲାପେଲାରେ ତଳେ ପଡ଼ିଲେ ରାହୁଲ

ନୂଆଦିଲ୍ଲୀ, ୨।୧୦:ଉତ୍ତରପ୍ରଦେଶ ହାଥ୍‌ରାସରେ ହୋଇଥିବା ଗଣବଳାତ୍କାର ଘଟଣାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଧାବାଟରେ ଫେରିବାକୁ ପଡ଼ିଛି। ରାହୁଲ୍‌ ଏବଂ ପ୍ରିୟଙ୍କା ନିଜର ଦଳୀୟ କର୍ମୀଙ୍କ ସହ ଦିଲ୍ଲୀ-ନଏଡ଼ା ମୁଖ୍ୟରାସ୍ତାରେ ହାଥ୍‌ରାସ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ବଡ଼ ଜନସମାଗମଭଳି ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇଥିଲା। ଫଳରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଉଭୟ ରାହୁଲ କିମ୍ବା ପ୍ରିୟଙ୍କା ଭେଟି ପାରି ନାହାନ୍ତି। ଅପରପକ୍ଷରେ ପୋଲିସ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରି କି ଠେଲାପେଲାରେ ରାହୁଲ ତଳେ ପଡ଼ିଯାଇଥିଲେ। ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ରାହୁଲ୍‌ଙ୍କୁ ଜାଣିଶୁଣି ଧକ୍କା ମାରି ତଳେ ପକାଇ ଦେଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ରାହୁଲ ଏବଂ ପ୍ରିୟଙ୍କାଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାରକୁ ନେଇ ଅନ୍ୟ ବିରୋଧୀଦଳଗୁଡ଼ିକ ମଧ୍ୟ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଏସ୍‌ପି ନେତ୍ରୀ ମାୟାବତୀ ଏବଂ ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ଏଭଳି ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି।
ଗୁରୁବାର ରାହୁଲ୍‌ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ହାଥ୍‌ରାସ ଯାଉଥିଲେ। ତେବେ ସେଠାରେ କୌଣସି ପ୍ରକାର ଜନସମାଗମ ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ଉଭୟଙ୍କ ଗାଡ଼ିକୁ ଅଧା ବାଟରେ ଅଟକାଇଥିଲା। ପରେ ଉଭୟ ରାହୁଲ୍‌ ଏବଂ ପ୍ରିୟଙ୍କା ଚାଲିଚାଲି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ବାହାରିଥିଲେ। ଅଧାବାଟରେ ପୋଲିସ ସେମାନଙ୍କୁ ଅଟକାଇବାରୁ ପୀଡ଼ିତାଙ୍କ ପରିବାରକୁ ସେ ଏକା ଭେଟିବାକୁ ଚାହୁଁଛନ୍ତି ବୋଲି ରାହୁଲ୍‌ ପୋଲିସକୁ କହିଥିଲେ। ହେଲେ ପୋଲିସ କିଛି ଶୁଣି ନ ଥିଲା। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଠେଲାପେଲାରେ ରାହୁଲ୍‌ ତଳେ ପଡ଼ିଯାଇଥିଲେ। ଏପରି କି ପ୍ରିୟଙ୍କାଙ୍କୁ ମଧ୍ୟ ଠେଲାପେଲା କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ରାହୁଲ୍‌ ଏବଂ ପ୍ରିୟଙ୍କାଙ୍କୁ କିଛି ସମୟ ଅଟକ ରଖି ନୂଆଦିଲ୍ଲୀ ଫେରାଇ ଦେଇଥିଲା। କଂଗ୍ରେସ ନେତା ରଣଦୀପ ସୁର୍ଜଓ୍ବୋଲା ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରିବା ସହ ରାହୁଲ ଏବଂ ପ୍ରିୟଙ୍କା ଏକାକୀ ଚାଲିକି ଯିବାକୁ କହିବା ପରେ ଯୋଗୀ ଆଦିତ୍ୟନାଥ କାହିଁକି ଡରିଗଲେ ବୋଲି ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ଗତ ୧୪ତାରିଖରେ ଜଣେ ଯୁବତୀ ତାଙ୍କ ମା’ଙ୍କ ସହ ବିଲକୁ ଯାଉଥିବାବେଳେ ୪ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତ ମଙ୍ଗଳବାର ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ବିଳମ୍ବିତ ରାତିରେ ପୋଲିସ ଯେଉଁଭଳି ତରବରିଆ ଭାବେ ଅନ୍ତିମ ସଂସ୍କାର କରିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ଜଣିଆ ଏସ୍‌ଆଇଟି ଗଠନ କରିଛନ୍ତି। ଏପରି କି ପୀଡ଼ିତାଙ୍କ ପରିବାର ସହ ଫୋନ ଯୋଗେ ଆଲୋଚନା କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?