Posted inଫୁରସତ

ମଡେଲ୍‌ଙ୍କ ପାଇଁ ଆଖିରେ ଟାଟୁ ବନାଇବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧।୧୦: ପୋଲାଣ୍ଡରେ ଟାଟୁ ଡିଜାଇନରଙ୍କ ଭୁଲ୍‌ ଯୋଗୁ ଜଣେ ମଡେଲ୍‌ଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିଛି। ଏହି ମଡେଲ୍‌ଙ୍କ ନାମ ହେଉଛି ଆଲେକଜାଣ୍ଡ୍ର ସଡୋସ୍କା। ର଼୍ୟାପର୍‌ ପୋପେକଙ୍କ ପରି ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ ସଡୋସ୍କା ନିଜ ଆଖିକୁ କଳା କରିବା ଲାଗି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଟାଟୁ ଡିଜାଇନରଙ୍କ ଭୁଲ ଯୋଗୁ ସେ ସାରା ଜୀବନ ଦୃଷ୍ଟିଶକ୍ତି ହରାଇଛନ୍ତି।


ଟାଟୁଗୁଡ଼ିକ ‘ସ୍କେରଲ୍‌ ଟାଟୁ’ ଭାବେ ଜଣାଶୁଣା। ଏହି ପ୍ରକ୍ରିୟା ସମୟରେ ମଡେଲଙ୍କ ଆଖିରେ ସ୍ୟାହି ଇଞ୍ଜେକସନ ଦିଆଯାଇଥାଏ। ଯାହା ଫଳରେ ଆଖିର ଧଳା ଅଂଶ ମଧ୍ୟ କଳା ଦେଖାଯାଇଥାଏ। ସଡୋସ୍କାଙ୍କ ଆଖିରେ ମଧ୍ୟ ସେହିଭଳି କଳା ସ୍ୟାହିର ଇଞ୍ଜେକସନ ଦିଆଯାଇଥିଲା। ଏହାପରେ ସେ ଆଉ କିଛି ଦେଖିପାରି ନ ଥିଲେ। ସଡୋସ୍କାଙ୍କ ଆଖିରେ ଯନ୍ତ୍ରଣା ହୋଇଥିବାବେଳେ ଟାଟୁ ଡିଜାଇନର ପିଓଟୋର କହିଥିଲେ, ଏହା ସ୍ବାଭାବିକ ଏବଂ ଔଷଧ ଦ୍ୱାରା ଚିକିତ୍ସା କରାଯାଇପାରିବ। ତେବେ ଯାଞ୍ଚରେ ଟାଟୁ ଡିଜାଇନର ପିଓଟରଙ୍କ ଏ ସମ୍ବନ୍ଧରେ ଅଜ୍ଞତା ଥିବା ଜଣାପଡ଼ିଛି। ଆଖିରେ ଏହି ସୂକ୍ଷ୍ମ ଟାଟୁ ପାଇଁ ପିଓଟରଙ୍କ ପାଖରେ ଆବଶ୍ୟକ କୌଶଳ ଓ ତାଲିମର ଅଭାବ ଥିଲା। ଯାହା ଫଳରେ ସଡୋସ୍କା ସାରା ଜୀବନ ପାଇଁ ଦୃଷ୍ଟିଶକ୍ତି ହରାଇଛନ୍ତି। ଡାକ୍ତରମାନେ ଦାବି କରିଛନ୍ତି ଯେ, ସ୍ୟାହି ସଡୋସ୍କାରଙ୍କ ଟିସୁରେ ପହଞ୍ଚି ସାରିଛି। ଯେଉଁଥି ପାଇଁ ସେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇବା ଆଶା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧନପ୍ରାପ୍ତି ସହିତ ପ୍ରେମରେ ସଫଳତା ପାଇଁ କରନ୍ତୁ ଏପରି…

ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ...

ଏମିତି ଗାଁ, ଯେଉଁଠି ଘରର ପ୍ରବେଶ ଦ୍ୱାରରେ ରହିଛି କବର, କାରଣ ଜାଣିଲେ…

କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି। ଆନ୍ଧ୍ରପ୍ରଦେଶର  ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

ଚପଲର ଦାମ ୧୦୦ କୋଟି

ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍‌ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ...

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ...

୭୨ ବର୍ଷର ମଦ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼, ଦାମ୍‌ ରହିଛି ଆକାଶଛୁଆଁ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗାରୁ ମହଙ୍ଗା ମଦ କିଣିବାରେ ସଉକ ରଖିଥାନ୍ତି। ଏପରିକି ଗୋଟିଏ ମଦ ବୋତଲର ଦାମ୍‌ ଏତେ ଯେ,...

ଗୁରୁଜ୍ଞାନ…

ମଣିଷ ଜୀବନର ପ୍ରତି ସ୍ତରରେ ଗୁରୁଙ୍କ ଆବଶ୍ୟକତା ଅଛି । ଗୁରୁ ହିଁ ସାକ୍ଷାତ୍‌ ବ୍ରହ୍ମଃ ଓ ବ୍ରହ୍ମଃ ଆମ ଜୀବନରେ ଅନେକ ରୂପରେ ଆସନ୍ତି...

ପଙ୍କରେ ଫସିଥିବା ଟ୍ରାକ୍ଟରକୁ ଶୁଣ୍ଢରେ ଉପରକୁ ଟାଣି ଆଣିଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଙ୍କ କାଦୁଅରେ ପୋଖରୀରେ ଫସି ରହିଥିବା ଟ୍ରାକ୍ଟରକୁ ଏକ ହାତୀ ଗୋଟିଏ ଝଟ୍‌କାରେ ଉପରକୁ...

Advertisement
Archives

Model This Week