ପୋଲାର୍ଡ, ରୋହିତ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୯୨ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୧।୧୦: ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମୁକାବିଲାରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୧ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଅଧିନାୟକ ରୋହିତ୍‌ ଶର୍ମା ସର୍ବାଧିକ ୭୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିରନ ପୋଲାର୍ଡ (୪୭ ରନ, ୨୦ ବଲ୍‌) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୦ ରନ୍‌, ୧୧ ବଲ୍‌) ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ନିକଟବର୍ତ୍ତୀ ପହଞ୍ଚାଇଥିଲେ। ପଞ୍ଜାବ ପକ୍ଷରୁ ସେଲ୍‌ଡନ କୋଟ୍ରେଲ, ମହମ୍ମଦ ସାମି ଓ କ୍ରିଷ୍ଣାପ୍ପା ଗୋଥାମ୍‌ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଏହି ଅବସରରେ ରୋହିତ୍‌ ଆଇପିଏଲ୍‌ ଇତିହାସରେ ୩ୟ ବ୍ୟାଟ୍ସମ୍ୟାନ ପରେ ୫ ହଜାର ରନ୍‌ ପୂରଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଓ ସୁରେଶ ରାଇନା ଏହି କ୍ଲବରେ ସାମିଲ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ...

ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର...

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ...

କରୋନା ଲାଗି କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ୍‌ ଅଫିସ ୭ ଦିନ ବନ୍ଦ

କୋଲକାତା, ୫।୭- ସ୍ଥାନୀୟ ଐତିହାସିକ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡର ଜଣେ ଅସ୍ଥାୟୀ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ...

ମେଲବୋର୍ନ କ୍ଲବର କୋଚ୍‌ ହେବେ ଜୟସୁରିୟା

ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ...

୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି

ମାଡ୍ରିଡ,୨୯।୪ (ଏଏଫ୍‌ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍‌ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ...

ଜାମାଇକା ହାଇ କମିଶନରଙ୍କ ସହ ଭାରତୀୟ ଦଳର ରାତ୍ରଭୋଜନ

କିଙ୍ଗ୍‌ଷ୍ଟନ(ଜାମାଇକା),୨୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏବେ ଜାମାଇକାରେ ଅଛି। ସେଠାକାର ଭାରତୀୟ ହାଇ କମିଶନର ଏମ୍‌. ସେଭାଲା ନାଏକଙ୍କ ବାସଭବନରେ...

Advertisement
Archives

Model This Week