ମଦ ମୃତ୍ୟୁ ନେଇ ଶିବରାଜଙ୍କ ଚିନ୍ତା ବଢ଼ିଲା
ଭୋପାଳ,୧୨।୧: ମଧ୍ୟପ୍ରଦେଶ ମୋରେନା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବିରୋଧୀ ଏହି ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମୋରେନାର ସୁମାଓ୍ବଲି ଅଞ୍ଚଳରେ…
କୋହଲି ପିତା ହେବା ପରେ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ଏହି କ୍ରିକେଟର୍
ଜାନୁଆରୀ ୧୧ ତାରିଖ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଦ୍ୱିଗୁଣ ଖୁସି ଆଣିଛି। ଗୋଟିଏ ପଟେ ଭାରତୀୟ କ୍ରିକେଟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟକୁ ଚମତ୍କାର ଢଙ୍ଗରେ ଡ୍ର କରିଥିବାବେଳେ ଅନ୍ୟ ପଟେ ମୁମ୍ବାଇରେ ସେହି ଦଳର ଅଧିନାୟକ…
ଡ୍ରଗ୍ସ୍ ମାମଲାରେ ନିଶୁଆ ପାନବାଲା ଗିରଫ
ମୁମ୍ବାଇ,୧୨।୧: ଡ୍ରଗ୍ସ୍ ମାମଲାରେ ମୁମ୍ବାଇର ନିଶୁଆ ପାନବାଲା ରାମକୁମାର ତିଓ୍ବାରିଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅଧା କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଖର ଅଞ୍ଚଳରେ ବାସ କରୁଥିବା ବ୍ରିଟେନ ନାଗରିକ କରନ ସଜନାନିଙ୍କୁ ସେ…
କାର୍ଯ୍ୟରେ ଯୋଗଦେଲେ ଅସିତ
ଭୁବନେଶ୍ୱର,୧୨।୧(ବ୍ୟୁରୋ): ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ରାଜୀବ ଭବନଠାରେ ଡବ୍ଲ୍ୟୁଓଡିସି କାର୍ଯ୍ୟର ସମୀକ୍ଷା କରି କହିଛନ୍ତି,…
ସ୍କୁଲ, କଲେଜରେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ : ମନ୍ତ୍ରୀ
ନୟାଗଡ଼ ଅଫିସ,୧୨।୧: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୋମବାର ନୟାଗଡ଼ ଜିଲା ଗସ୍ତରେ ଆସି ଇଟାମାଟିର ବାମନ ଅବକାଶ ହାଇସ୍କୁଲ ଓ ନାରାୟଣୀ ନୋଡାଲ ଗାଲର୍ସ ସ୍କୁଲ, ରାଜପାଟଣା ନିକଟସ୍ଥ ଆଙ୍କୁଲାଇ ନୋଡାଲ ହାଇସ୍କୁଲ ଏବଂ ନୟାଗଡ଼ ଜୁନିୟର କଲେଜ…
ଲାଞ୍ଚ ନ ଦେବାରୁ ବିଲ୍ ବନ୍ଦ ଅଭିଯୋଗ
କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍ଏସି ପକ୍ଷରୁ ରିଙ୍ଗ୍ରୋଡ୍ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ପରିସର ଏବେ ଜଙ୍ଗଲିଆ ହୋଇଗଲାଣି।…
ମା’ ହେଲେ ଏହି ପ୍ରସିଦ୍ଧ ଖେଳାଳି
ରେସଲର ବବିତା ଫୋଗାଟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ଶେୟାର କରିଥିଲେ। ଫଟୋ ଶେୟାର କରି ହରିୟାଣାର ଚାରଖୀ ଦାଦ୍ରି ଜିଲାର ବଲାଲି ଗାଁରେ ରହୁଥିବା ବବିତା ଏକ ସୁନ୍ଦର ବାର୍ତ୍ତା…
ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସୋମବାର ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷବର୍ଷ ପାଠପଢ଼ା ହେବ। ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ହେବ। ଦୀର୍ଘ ୯ମାସ ପରେ…
୨ ଟନ୍ ସାମଗ୍ରୀ ଜବତ, ୫୦ହଜାର ଜରିମାନା
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜଧାନୀରେ ପୁଣି ଏକ ପଲିଥିନ୍ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସୋମବାର ଆଇଗିଣିଆ ଆଳୁଗଦି ନିକଟ ଏକ ପଲିଥିନ୍ ଗୋଦାମରେ ଚଢ଼ାଉ କରାଯାଇ ବେଆଇନ୍ ପଲିଥିନ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଦକ୍ଷିଣ-ପଶ୍ଚିମ ଜୋନ୍ର ଏନ୍ଫୋର୍ସମେଣ୍ଟ…
ସୋମନାଥ ଭାରତୀ ଗିରଫ
ଆମେଠି, ୧୨।୧(ପି.ଟି.): ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆମ୍ ଆଦ୍ମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ସୋମବାର ଉତ୍ତରପ୍ରଦେଶର ରାଏବରେଲିରୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କ ଉପରକୁ ଜଣେ ଯୁବକ ସ୍ୟାହି ଫିଙ୍ଗିଥିଲେ। ଧମକ ଦେବା ଓ ଗୋଷ୍ଠୀ ମଧ୍ୟରେ…
ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ
କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ‘ଦ ଡନ୍’ ଖବରକାଗଜରେ ପ୍ରକାଶ ପାଇଛି। ହାଇଦ୍ରାବାଦର ଡେକାନଠାରେ ସେ…
୪୦ ବର୍ଷ ପରେ ନ ଥିବ ଆମାଜନ
ବ୍ରାଜିଲିଆ, ୧୨ା୧: ବିଶ୍ୱର ସବୁଠାରୁ ବଡ଼ ଟ୍ରପିକାଲ ଜଙ୍ଗଲ ଆମାଜନ ଏବେ ବିପଦରେ। ବଦଳୁଥିବା ପାଣିପାଗ, ବ୍ୟାପକ ଗଛ କଟା ଯୋଗୁ ଏହି ଜଙ୍ଗଲର ଅସ୍ତିତ୍ୱ ଉପରେ ସଙ୍କଟ ଘନେଇଛି। ଏପରିକି ଆଗାମୀ ୪୦ ବର୍ଷ ପରେ ଆମାଜନ୍ ନିଜର ସତ୍ତା…
Archives


