ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ
ମାଲକାନଗିରି,୮।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍ଏଫ୍କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ କିଛି ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଯବାନମାନଙ୍କ…
ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ୯ରୁ ବନ୍ଦ
ଛତ୍ରପୁର,୮।୧(ଡି.ଏନ୍.ଏ.): ରାଜ୍ୟରେ କରୋନା ଏବଂ ଓମିକ୍ରନ୍ ଭାରିଆଣ୍ଟ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନିକ ରଖି କଟକଣା କଡ଼ାକଡ଼ି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ୯ ତାରିଖରୁ ବନ୍ଦ ରହିବ। ମା’ ତାରାତାରିଣୀ,…
ବ୍ରିଟେନ୍ରୁ ଆମେରିକା ଯାଏ ଥିଲା ନାମ, ଆଜି ଯାଏ କେହି ଭାଙ୍ଗିନି ରେକର୍ଡ
ବମ୍ବେ: ଦର୍ଶକଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସଫଳ ହେବା ଜଣେ ପୋଖତ କଳାକାରର ଲକ୍ଷଣ। ସେଭଳି ଜଣେ କଳାକାର ଥିଲେ ସଇଦ ଜାଫରୀ। ସେ ଜଣେ ଭାରତୀୟ-ବ୍ରିଟିଶ ଅଭିନେତା ଥିଲେ। ରେଡିଓ, ଷ୍ଟେଜ୍, ଟେଲିଭିଜନ ସହ ଫିଲ୍ମରେ ତାଙ୍କର ଦବଦବା…
ତୃତୀୟ ଟେଷ୍ଟକୁ ଫେରିବେ ଅଧିନାୟକ କୋହଲି
ଜୋହନ୍ସବର୍ଗ,୮।୧: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି। ମଙ୍ଗଳବାରଠାରୁ କେପ୍ଟାଉନ୍ରେ ଆରମ୍ଭ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଫେରିବାର ସମ୍ଭାବନା…
ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ସୂଚନା ରହିଛି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ…
ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭ୍
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ତେବେ ଏଥିରୁ ଅଭିନେତା ଏବଂ ଅଭିନେତ୍ରୀ ବାଦ୍ ପଡିନାହାନ୍ତି। ନିକଟରେ ଅଭିନେତ୍ରୀ ତ୍ରିଶା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏବେ ସୁସ୍ଥ…
ଚନ୍ନିଙ୍କ ପାଲଟା ଆକ୍ରମଣ: କିଛି ପଥର ବାଜିନାହିଁ, ଗୁଳି ବି ଚାଲିନାହିଁ…
ଚଣ୍ଡିଗଡ଼, ୮।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଢିଲା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସିଧାସଳଖ ଭାବେ ପାଲଟା ଆକ୍ରମଣ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ…
ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି
ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏ…
୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ,୮।୧: ଓମିକ୍ରନ୍ ଯୋଗୁ ଦେଶରେ କୋଭିଡ୍ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚତ୍ବ ବୋଲି ଏକ ନୂଆ ମଡେଲ୍ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁଙ୍କ ବଡ ପଦକ୍ଷେପ
ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ନିଜେ ଓହରି ଯାଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ ସୂଚନା ଦେଇଛନ୍ତି।…
୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ନୂଆ ସଂକ୍ରମିତ
ନୂଆଦିଲ୍ଲୀ,୮।୧: ଦେଶରେ ଉପରମୁହାଁ ହୋଇଛି କରୋନା ମିଟର। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୪୧ ହଜାର ୩୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର…
ଚିନ୍ତା ବଢାଉଛି କରୋନା,ରାଜ୍ୟରେ ୩୬୭୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଶନିବାର ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୫୩୧ ଜଣ ଲୋକାଲ କେସ…

