କୁଚିଣ୍ଡାରେ କଂଗ୍ରେସ, ଭାଜପାର ୧୨ଘଣ୍ଟିଆ ବନ୍ଦ
କୁଚିଣ୍ଡା,୪।୧୧(ଡି.ଏନ.ଏ.): ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ କଂଗ୍ରେସ ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ବୁଧବାର ଭାଜପା ଓ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର, ଯାନବାହନ ଚଳାଚଳ,…
ଦୀପାବଳି ପାଇଁ ଦିଲ୍ଲୀରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୪ ।୧୧: ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ଏହାକୁ ନେଇ ଦିଲ୍ଲୀ ପୋଲିସ ବି ସଜାଗ ହୋଇଯାଇଛି । ପୋଲିସ ଦ୍ୱାରା ଭିଡ ସ୍ଥାନର ଯାଞ୍ଚ କରାଯିବା ସହ…
ବିଜେଡି ଛାଡ଼ିଲେ ସଞ୍ଜୀବ
ଅନୁଗୋଳ ଅଫିସ,୪।୧୧: ଓଡ଼ିଶା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ଓ ଏକାଧିକଥର ମନ୍ତ୍ରୀ ପଦ ପାଇଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ ବୁଧବାର ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି। ଅନୁଗୋଳଠାରେ ଆୟୋଜିତ ଏକ…
‘ବିଜେଡି, ଭାଜପା ସହ ଯିଏ ସମ୍ପର୍କରେ ଅଛ ସଜାଗ ରୁହ’
ଭୁବନେଶ୍ୱର,୪।୧୧(ବ୍ୟୁରୋ): ଯିଏ କଂଗ୍ରେସରେ ରହି ବିଜେଡି ଏବଂ ଭାଜପା ସହ ସମ୍ପର୍କରେ ଅଛ ସେମାନେ ଆଉ ଏ ଦଳରେ ରୁହନାହିଁ। ସେମାନଙ୍କ ବିଷୟରେ ମୋ ପାଖରେ ତଥ୍ୟ ଅଛି। ଯଦି ନିଜର ଏଭଳି କାର୍ଯ୍ୟରୁ ବିରତ ନ ରୁହ ଆଉ ବରଦାସ୍ତ…
ଶୁଟିଂ ସେଟ୍ରେ ଭୋ ଭୋ ହୋଇ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାରଣ ଜାଣିଲେ…
ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟରେ…
ନୂଆବର୍ଷ ସୁଦ୍ଧା ସବୁ ସ୍କୁଲ ଖୋଲିଯିବ
ଭୁବନେଶ୍ୱର/ସମ୍ବଲପୁର ୪।୧୧(ବ୍ୟୁରୋ): ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଚିନ୍ତା କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର…
ମାର୍କଫେଡ୍ ଦ୍ୱାରା ଚାଷୀଙ୍କୁ ସାର ଯୋଗାହେବ
ଭୁବନେଶ୍ୱର,୪।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ୫-ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍ର ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯାଇଛି। ମାର୍କଫେଡ୍ ଦ୍ୱାରା ରାଜ୍ୟର ଚାଷୀଙ୍କୁ ସାର ଯୋଗାଣ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛ ଓ ପାରଦର୍ଶୀ କରାଯିବା ସହିତ ଠିକ୍…
ୟୁଟ୍ୟୁବ୍ରୁ ମାସିକ ରୋଜଗାର ଲକ୍ଷେ
ବିଭୁ ପ୍ରସାଦ ବେହେରା ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ। ଦୁର୍ମୂଲ୍ୟ ଧାତୁରେ ନୁହେଁ, ଅଦରକାରୀ ବର୍ଜ୍ୟରେ ପ୍ରସ୍ତୁତ ହୋଇଛି ଏଭଳି ସୁନ୍ଦର କଳାକୃତି। ଆଉ…
ଏବେ ବି ଭାରତ ଯାଇପାରିବ ସେମିଫାଇନାଲ: ଜାଣନ୍ତୁ କ’ଣ ରହିଛି ସମୀକରଣ
ଦୁବାଇ,୪।୧୧: ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଏହା ସହ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ରହିଛି। ଏବେ ଭାରତକୁ ଉଭୟ ଅବଶିଷ୍ଟ ମ୍ୟାଚକୁ…
ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୬୨.୬୩ କୋଟି
ଭୁବନେଶ୍ୱର,୪।୧୧(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀଠାରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଟେଣ୍ଡର ଶେଷ ହୋଇଛି। ଏଣିକି ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାମ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି ମୋଟ୍ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହାକୁ ପ୍ରଶାସନିକ ଅନୁମୋଦନ ମିଳିଛି।…
‘୨ ସପ୍ତାହ ମଧ୍ୟରେ ଅସ୍ଥାୟୀ ବାସଗୃହ ନିର୍ମାଣ ଶେଷ କର’
କଟକ ଅଫିସ,୪।୧୧: ରାଜ୍ୟର ବିଭିନ୍ନ କୁଷ୍ଠାଶ୍ରମ ଦୁରବସ୍ଥା ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ବାଲେଶ୍ୱରସ୍ଥିତ ବାମପଦା କୁଷ୍ଠାଶ୍ରମରେ ନିର୍ମାଣାଧୀନ ଅସ୍ଥାୟୀ ବାସଗୃହକୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଶେଷ କର। ଏନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ…
ଦୀପାବଳିରେ ଲୋକଙ୍କୁ ମାଲାମାଲ୍ କରିଦିଏ ଏହି ମନ୍ଦିର, ପୂରାଘଟଣା ଜାଣିଲେ
ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ…
Archives


