Posted inଜାତୀୟ

ନିଃଶ୍ୱାସ ଦେଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଆଗ୍ରା,୧୪।୩: ଦୁନିଆରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ଭାବରେ ବିବେଚନା କରାଯାଏ। ଡାକ୍ତରମାନେ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଆଗ୍ରାରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ନିଃଶ୍ୱାସ ଦେଇ ନବଜାତ ଶିଶୁର ଜୀବନ ରକ୍ଷା କରିଛନ୍ତି।
ଏତମାଦପୁରର କମ୍ୟୁନିଟି ହେଲ୍‌ଥ ସେଣ୍ଟରରେ ନିଯୁକ୍ତ ହୋଇଥିବା ଜଣେ ମହିଳା ଡାକ୍ତର ନବଜାତ ଶିଶୁର ପ୍ରସବ ପରେ ତାଙ୍କ ପାଟିରୁ ନିଶ୍ୱାସ ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ। ନବଜାତ ଶିଶୁକୁ ନିଃଶ୍ୱାସ ଦେଉଥିବା ଭିଡିଓ ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ମହିଳା ଡାକ୍ତରଙ୍କୁ ପ୍ରଶଂସା କରୁଛନ୍ତି।
ସୂଚନାନୁସାରେ, ଏତମାଦପୁରର ବୁର୍ଜ ଗଙ୍ଗୀ ନିବାସୀ ଖୁସବୁଙ୍କୁ ପ୍ରସବ ପାଇଁ ମାର୍ଚ୍ଚ ୨ରେ କମ୍ୟୁନିଟି ହେଲ୍‌ଥ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସାଧାରଣ ପ୍ରସବ ଦ୍ୱାରା ଖୁସବୁ ଏକ ଝିଅକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ସମୟ ପରେ ହଠାତ୍‌ ଶିଶୁର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା। ହସ୍ପିଟାଲର ଡାକ୍ତର ସୁରେଖା ତାଙ୍କର ପରୀକ୍ଷା କରିଥିଲେ, ନବଜାତ ଶିଶୁର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କୁ ଅମ୍ଳଜାନ ଦିଆଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଏହା ପରେ ଡାକ୍ତର ନବଜାତକଙ୍କ ପାଟିରେ ନିଶ୍ୱାସ ଦେବା ଆରମ୍ଭ କଲେ। ସେ ତାଙ୍କୁ ପ୍ରାୟ ସାତ ମିନିଟ ପର୍ଯ୍ୟନ୍ତ ନିଶ୍ୱାସ ଦେବାରେ ଲାଗିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହେଲା। ନବଜାତ ଶିଶୁର ଅବସ୍ଥା ସୁଧୁରିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଏବେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ଦୁଇ ଉପାୟରେ ଆତଙ୍କବାଦ ବୃଦ୍ଧି କରୁଛି ପାକିସ୍ତାନ…

ଶ୍ରୀନଗର, ୨୧।୯ : ଯଦିଓ ପାକିସ୍ତାନ ଭାରତ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇବା ଏବଂ ସାଧାରଣ ଫୋରମରେ ଆତଙ୍କବାଦକୁ ଦୂର କରିବା ବିଷୟରେ କଥାବାର୍ତ୍ତା କରୁଛି,...

କେଜରିଓ୍ବାଲଙ୍କ ଘରେ ଅଟୋ ନେଇ ପହଞ୍ଚିଲେ ଭାଜପା ବିଧାୟକ…

ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଅଟୋ ଦଳ ସହିତ ପହଞ୍ଚିଛନ୍ତି। ଭାଜପା ବିଧାୟକ ରାମବୀର ସିଂ ବିଧୁଡି କହିଛନ୍ତି,...

ଗୋ ଫାଷ୍ଟର ସମସ୍ତ ବିମାନ ମେ’ ୧୯ ପର୍ଯ୍ୟନ୍ତ ରଦ୍ଦ

ନୂଆଦିଲ୍ଲୀ,୧୦।୫: ପରିଚାଳନା ଗତ କାରଣ ପାଇଁ ଗୋ ଫାଷ୍ଟର ସମସ୍ତ ବିମାନ ମେ’ ୧୯, ୨୦୨୩ ପର୍ଯ୍ୟନ୍ତ କ୍ୟାନସେଲ କରି ଦିଆଯାଇଛି। ଗୋ ଫାଷ୍ଟ ତା’ର...

ଭାଜପା କରୁଛି ଗଞ୍ଜା ଲଢ଼େଇ, ଜଣେ ମରିଗଲେ କ’ଣ କରିବ ପ୍ରଶ୍ନ କଲେ ଉଦ୍ଧବ…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ସେ ଉତ୍ତର ଭାରତୀୟ ଫେଡେରେଶନର ନେତାମାନଙ୍କୁ ସମ୍ବୋଧିତ କରି...

ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…

ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି...

ଅପମିଶ୍ରିତ ଔଷଧ ଊତ୍ପାଦନ ନେଇ ସନ୍‌ ଫାର୍ମାକୁ ଆମେରିକାର ତାଗିଦ…

ଅହମଦାବାଦ,୧୪।୧ : ଆମେରିକାର ସ୍ବାସ୍ଥ୍ୟ ନିୟାମକ ଗୁଜରାଟ ଭିତ୍ତିକ କାରଖାନାରେ ଔଷଧ ଦ୍ରବ୍ୟର ମାଇକ୍ରୋବାୟୋଲୋଜିକାଲ ପ୍ରଦୂଷଣକୁ ରୋକିବା ପାଇଁ ପରିକଳ୍ପିତ ଉପଯୁକ୍ତ ଲିଖିତ ପ୍ରଣାଳୀ ପାଳନ...

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ

ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର...

Advertisement
Archives

Model This Week