ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୪
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…
ଭୋଟର ତାଲିକାରେ ଚଞ୍ଚକତା
ଖୋର୍ଦ୍ଧା ଅଫିସ,୩୧ା୧: ମତଦାନ ହେଉଛି ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୌଣସି ମତଦାତା ଯେପରି ମତଦାନରୁ ବଞ୍ଚିତ ନ ହେବେ ସେଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଥାଏ। ନିର୍ବାଚନ ପୂର୍ବରୁ ଭୋଟର ସଂଶୋଧନ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ…
ଶ୍ରୀମନ୍ଦିର ରତ୍ନଅଳଙ୍କାର ଗଣନା ହେଉନି
ପୁରୀ ଅଫିସ,୩୧।୧: ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନ ଅଳଙ୍କାର ଗଣନା ନ ହେବା ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଅଳଙ୍କାର ଗଣନା ପାଇଁ ମତ ପ୍ରକାଶ ପାଇଥିଲା। ଆସନ୍ତା…
ତାଲିବାନକୁ ବାଇଡେନଙ୍କ ଚେତାବନୀ
ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା…
ଧର୍ମଶାଳାରେ ଶିଶୁକନ୍ୟା ବିକ୍ରି ଘଟଣା: ଅଙ୍ଗନୱାଡି କର୍ମୀଙ୍କ ସହ ୫ ଗିରଫ
ଧର୍ମଶାଳା,୩୧ା୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମେତ ମୋଟ୍ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶିଶୁକନ୍ୟାକୁ କିଣିଥିବା ପାରାଦୀପ ରଙ୍ଗିଆଗଡ଼ା ଅଞ୍ଚଳର…
ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ
ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଯାଜପୁର ଜିଲାର ବିଜେଡି ଗଡ଼ ଭାବେ ପରିଚିତ କୋରେଇ…
ରାତିରେ କାଳ ହୋଇ ଆସିଥିଲା ଇ-ବସ
କାନପୁର,୩୧ ।୧: ଉତ୍ତର ପ୍ରଦେଶର ଘଂଟାଘରରୁ ଟାଟାମିଲ ଯାଉଥିବା ଏକ ଇଲେକ୍ଟ୍ରିକ୍ ବସ ରବିବାର ବିଳମ୍ବିତ ରାତିରେ ପ୍ରାୟ ଅଧା ଡଜନରୁ ଅଧିକ ଲୋକଙ୍କ ଉପରେ ମାଡି ଯାଇଛି । ରାସ୍ତା ମଝିରେ ଥିବା ଟ୍ରାଫିକ ବୁଥରେ ପିଟି ହୋଇ ବସଟି…
୫୦ ପରିବାରକୁ କର୍ମ ସଂସ୍ଥାନ ଯୋଗାଇଛନ୍ତି ସୁମନ୍ତ
ରାଜକନିକା, ୩୧ା୧(ଡି.ଏନ.ଏ.): ଉଦ୍ୟମ ଥିଲେ ସଫଳତା ମିଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନମତରା ପଞ୍ଚାୟତର ସୁମନ୍ତ ଦାସ। ଏବେ ସେ ଜଣେ ସଫଳ ଉଦ୍ୟୋଗପତି। ତାଙ୍କ ଚେଷ୍ଟାରେ ବହୁ ପରିବାର ବିଭିନ୍ନ କ୍ଷେତ୍ରରେ କର୍ମ…
ବିଗ୍ ବସ୍ ଜିତିଲେ ତେଜସ୍ବୀ ପ୍ରକାଶ
ମୁମ୍ବାଇ: ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବିଗ୍ ବସ୍-୧୫ ସିଜିନ ବିଜୟିନୀ ହୋଇଛନ୍ତି। ୪ ମାସ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସଲମାନ୍ ଖାନ୍ଙ୍କ ରିଅଲିଟି ଶୋ’ ବିଗ୍ ବସ୍-୧୫ ସିଜିନର ସେ ଅନ୍ୟତମ ପ୍ରମୁଖ ପ୍ରତିଯୋଗୀ ଥିଲେ। ସିରିଏଲ ‘ସ୍ବରାଗିଣୀ’ର ଏହି…
କରୋନା କଟକଣା ମଧ୍ୟରେ ମୋଦି ସମ୍ଭାଳିବେ ଭାଜପାର ପ୍ରଚାର ଦାୟିତ୍ୱ
ନୂଆଦିଲ୍ଲୀ,୩୧ ।୧: କରୋନା ମହାମାରୀ ଯୋଗୁ ନିର୍ବାଚନ ପ୍ରଚାରରେ ରୋକ ଲଗାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମ ଉତ୍ତର ପ୍ରଦେଶରେ ଭର୍ଚୁଆଲ ରାଲି କରିବେ । ବିଗତ ଦିନରେ ଉତ୍ତର ପ୍ରଦେଶରେ ଗୋଟିଏ ପରେ…
‘ଧରିତ୍ରୀ’ ଖବରଦାତା ସଞ୍ଜୀବ ଯୋଷୀଙ୍କ ପରଲୋକ
ଭବାନୀପାଟଣା,୩୧।୧(ସ୍ବ.ପ୍ର.): ‘ଧରିତ୍ରୀ’ର କଳାହାଣ୍ଡି ଜିଲା ପ୍ରତିନିଧି ସଞ୍ଜୀବ କୁମାର ଯୋଷୀଙ୍କ ରବିବାର ସନ୍ଧ୍ୟା ୭ଟା ୪୦ ମିନିଟ୍ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ଯୋଷୀ ‘ଧରିତ୍ରୀ’ରେ…
ରାସ୍ତା ନିର୍ମାଣକୁ ବିରୋଧ
ରଘୁନାଥପୁର,୩୧ା୧(ଡି.ଏନ୍.ଏ.): ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ରାସ୍ତା କାର୍ଯ୍ୟ ଚାଲିଛି। ଶନିବାର ବିନା ସୂଚନା ଫଳକରେ ଚିକିଣିଆ ୯ ନଂ. କେନାଲ ବନ୍ଧ ତେଲିସାହି ରାସ୍ତାକୁ ଜେସିବି ଦ୍ୱାରା ଖୋଳାଯାଇଛି। ଦୀର୍ଘବର୍ଷ ଧରି ପଡି ରହିଥିବା…
Archives


