Posted inଜାତୀୟ

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଚମ୍ପାୱତ,୩୧।୫: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଚାରିଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଙ୍ଗଳବାର ଇଭିଏମ୍‌ରେ ବନ୍ଦ ହେବ। ଏଥିପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ସା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।
ମୁଖ୍ୟମନ୍ତ୍ରୀ ଧାମିଙ୍କ ବ୍ୟତୀତ କଂଗ୍ରେସର ନିର୍ମଳା ଗହତୋଡି, ଏସ୍‌ପି ସମର୍ଥିତ ମନୋଜ କୁମାର ଭଟ୍ଟ ଏବଂ ସ୍ବାଧୀନ ହିମାଂଶୁ ଗଡକୋଟି ଏହି ଆସନରେ ଅଛନ୍ତି। ୯୬୨୧୩ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ଏଥିମଧ୍ୟରେ ୫୦୧୭୧ ପୁରୁଷ ଭୋଟର ଏବଂ ୪୬୦୪୨ ମହିଳା ଭୋଟର ଅଛନ୍ତି। ମତଦାନ ପାଇଁ ୧୫୧ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛ। ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକର ସଂଖ୍ୟା ହେଉଛି ୩୨। ଚମ୍ପାୱତ ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଭୋଟ ଦେବେ ନାହିଁ। ଖାତିମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଧାମିଙ୍କ ନାଁ ରହିଥିବାରୁ ସେ ଏଠାରେ ଭୋଟ ଦେଇପାରିବେ ନାହିଁ।
ଫେବୃୟାରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଉତ୍ତରାଖଣ୍ଡ ବିଧାନସଭାରେ ୭୦ଟି ଆସନ ମଧ୍ୟରୁ ୪୭ଟି ଜିତି ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲା। କିନ୍ତୁ ବିଜୟର ନେତୃତ୍ୱ ନେଇଥିବା ଧାମି ଖାତିମା ଆସନରୁ ହାରିଯାଇଥିଲେ। କିନ୍ତୁ ଭାଜପା ପୁଣି ଥରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତେବେ, ଧାମିଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ ଏବଂ ସେଥିପାଇଁ ତାଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର…

ହାଇଜମ୍ପ ମାରିଲା ସୁନା ଦର: ଏକାଥରକେ ହଜାର ହଜାର ଟଙ୍କା ବଢ଼ିଲା, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୧୩।୫: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ…

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ୱର,୧୩।୫: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ…

ତୁର୍କେଲ ସେତୁ ତୁରନ୍ତ ନିର୍ମାଣ କର ସରକାରଙ୍କୁ ପିସିସି ସଭାପତିଙ୍କ ଚେତାବନୀ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓ ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ।…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri