ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ଯୋଗୁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ ଏନ୍‌ଓସି ବିନା ଶତାଧିକ ଇଟାଭାଟି ପ୍ରସ୍ତୁତ ହେଉଛି। ଶିଶୁ ଶ୍ରମିକ ନିୟୋଜନ, ବାୟୁ ପ୍ରଦୂଷଣ ପ୍ରତି କାହାରି ଧ୍ୟାନ ନାହିଁ। ଏପରି କି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଭାବେ ମାଲିକମାନେ ଇଟାଭାଟି ପ୍ରସ୍ତୁତ କରୁଛନ୍ତି। ଖରା ସହ ଇଟାଭାଟି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଦର୍ଶାଇ ଗତ ୨୭ରେ ହେନ୍ତାଳ ବନ ସୁରକ୍ଷା ସଙ୍ଗଠନ ପକ୍ଷରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି।
ଏ ସମ୍ପର୍କରେ ସଙ୍ଗଠନ ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, ଜିଲାର ନଦୀଶଯ୍ୟା ଏହି ବ୍ୟବସାୟୀଙ୍କ ନଜରରେ ଅଛି। ମାଟି, ବାଲି ପରି ଲଘୁ ଖଣିଜ ସମ୍ପଦ ପ୍ରତ୍ୟହ ଚୋରି ହେଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଇନ ୧୯୮୬, ଅଗ୍ନିଶମ ବିଭାଗ, ଶ୍ରମ ବିଭାଗ, ରାଜସ୍ବ ବିଭାଗ ଆଦି ଏହି ବେଆଇନ ଇଟାଭାଟି ଉପରେ ରୋକ ଲଗାଇ ପାରୁନାହାନ୍ତି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିନା ଅନୁମତିରେ ମାଟି ଇଟା ପ୍ରସ୍ତୁତ କରିବା ଓ ପୋଡ଼ିବା ବେଆଇନ। ଏହାସତ୍ତ୍ୱେ ଶତାଧିକ ଇଟାଭାଟି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଉଛି। ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ଖରା ସହ ଇଟାଭାଟି ତାତି ଲୋକଙ୍କୁ ଅସହ୍ୟ କରୁଛି। ଇଟାଭାଟିର ନିଅଁା, ଧୂଆଁ ଯୋଗୁ ତାତି ବଢୁଛି। ଧୂଅଁା ଯୋଗୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଏସବୁ ମିଶି ସ୍ଥାନୀୟ ଅଞ୍ଚଳରେ ବିଷମୟ ପରିବେଶ ସୃଷ୍ଟି କରୁଛି। ଡେରାବିଶ ବ୍ଲକ ବନ୍ଧପଡ଼ା ଗଁାର ଅକ୍ଷୟ ବେହେରା କହିଛନ୍ତି, କିଛିଦିନ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଏକ ଅଭିଯୋଗପତ୍ର ଦିଆଯାଇଛି। ଅଭିଯୋଗ ମୁତାବକ, ତରଜଙ୍ଗା (ବାଲିଦିଆପାଟଣା)ର ଗୋଚର ଜମିରୁ କେତେଜଣ ବ୍ୟକ୍ତି ମାଟି ଉଠାଇ ଇଟା ପ୍ରସ୍ତୁତ କରିଛନ୍ତି। ଫଳରେ ଏହି ସ୍ଥାନରେ ପ୍ରାୟ ୩ରୁ ୪ ଫୁଟ ଗର୍ତ୍ତ ହୋଇଥିବାରୁ ଗୋଚାରଣରେ ସମସ୍ୟା ହେଉଛି। କେନ୍ଦ୍ରାପଡ଼ାର ଶୁଭେନ୍ଦୁ କୁମାର ଦାସ କୁହନ୍ତି, ଗୋଚର, ଅନାବାଦୀ, ବଗଚର, ନୟନଯୋରି, ନଦୀପଠା ଆଦିରୁ ଇଟାଭାଟି ମାଲିକମାନେ ମାଟି ଉଠାଉଛନ୍ତି। ତହସିଲଦାରଙ୍କ ନଜରକୁ ଏସବୁ ଆସୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ବାଲି, ମାଟି ବାବଦ ରାଜସ୍ବ ରାଜକୋଷକୁ ମିଳୁନାହିଁ। ଇନ୍ଦୁପୁରର ଦେବାଶିଷ ଜେନା କୁହନ୍ତି, ଜିଲା ମଧ୍ୟ ଦେଇ ଯାଇଥିବା ନଦୀର ପଠା ଏବେ ଏପରି ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ପଠା ଆଖପାଖରେ ବାଲିଆ ଦୋରସା ମାଟି ମିଳୁଥିବାରୁ ନଦୀଶଯ୍ୟା ଖଲଖମାରେ ପରିଣତ ହୋଇଛି। ଇଟାଭାଟି ମାଲିକମାନେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଲିକତାର ମେଦିନାପୁର, ବିହାରର ଛାପ୍ରା ଅଞ୍ଚଳର ଲୋକଙ୍କୁ ଏହି କାର୍ଯ୍ୟରେ ଲଗାଉଛନ୍ତି। ଏଥିରେ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଜନୈକ ଇଟାଭାଟି ମାଲିକ କହିଛନ୍ତି, ଘର ନିର୍ମାଣ ପାଇଁ ଫ୍ଲାଇ ଆଶ୍‌ ଇଟା ଫ୍ୟାକ୍ଟ୍ରି ଜିଲାରେ କମ୍‌ ଥିବାରୁ ମାଟିନିର୍ମିତ ପୋଡ଼ା ଇଟାକୁ ସମସ୍ତେ ଆଦର କରୁଛନ୍ତି। ଏହାକୁ କୁଟିରଶିଳ୍ପର ମାନ୍ୟତା ମିଳିଲେ ଯୁବ ଶିଳ୍ପୋଦ୍ୟୋଗୀ ବାହାରିବା ସହ ଶ୍ରମିକଙ୍କ କର୍ମନିଯୁକ୍ତି ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଏନ୍‌ଜିଟିର ବାରଣ ସତ୍ତ୍ୱେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି। ପ୍ରଦୂଷଣ ବୋର୍ଡର ୧୯୮୬ ଆଇନ, ୨୦୦୫ରେ ନଦୀଶଯ୍ୟାର ୫୦୦ ମିଟର ମଧ୍ୟରେ ବାଲିଉଠାକୁ ବନ୍ଦ କରାଯାଇଛି। ଏ ନେଇ ଏକ ଜନସ୍ବାର୍ଥ ମାମଲା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?