ସୁନ୍ଦରଗଡ଼

ଟେନ୍‌ସା ଥାନା ଅଧିକାରୀଙ୍କୁ ତୀରମାଡ, ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ ସ୍ଥାନାନ୍ତର

ସୁନ୍ଦରଗଡ/ଟେନ୍‌ସା/ବଣାଇଁ, ୫।୧ (ଡି.ଏନ୍‌.ଏ)/(ସ୍ବ.ପ୍ର ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍‌ସା ଫାଣ୍ଡି ଅଧିକାରୀ ଙ୍କ ଉପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ତୀର ମାଡହୋଇଛି। ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ପିସିଆର୍‌ ଭ୍ୟାନ୍‌ ଯୋଗେ ଜିରୋ…

ପାକିସ୍ତାନ ଜେଲରୁ ଫେରିଥିବା ନିଖୋଜ ବିର୍ଜୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.): ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିର୍ଜୁ କୁଲୁ (୫୫) ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଅନୁଗୋଳ ଜିଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର…

ସେଲ୍‌ଫି ନେବା ସମୟରେ ନଦୀରେ ଖସି ପଡ଼ିଥିଲେ ଯୁବତୀ: ଆଜି ମିଳିଲା ମୃତଦେହ

ସୁନ୍ଦରଗଡ଼/ବାଲିଶଙ୍କରା,୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟକୁ ରବିବାର ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଥିଲେ। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର…

ବିର୍ଜୁ କୁଲୁଙ୍କ ପତ୍ତା ମିଳୁନି

ସୁନ୍ଦରଗଡ଼,୪।୧(ଡି.ଏନ୍‌.ଏ.) ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ସଜା କାଟିବା ପରେ ଗତ ନଭେମ୍ବରରେ ଜନ୍ମମାଟିକୁ ଫେରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲିର ବିର୍ଜୁ କୁଲୁ (୫୫) ଶନିବାର ରାତିରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ଭଉଣୀ ଟେଡ୍ରାସ…

ସେଲ୍‌ଫି ହେଲା କାଳ, ଇବ୍‌ ନଦୀରେ ଖସିପଡ଼ିଲେ ଯୁବତୀ

ବାଲିଶଙ୍କରା,୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟରେ ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଅଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର ପାଇ…

୨ ଯୁବକଙ୍କୁ ଅପହରଣ: ଥାନାରେ ମାମଲା

ବଡ଼ଗାଁ,୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟ ଡ୍ୟାମଠାରେ ଭୋଜି କରିବାକୁ ଯାଇଥିବା ଝାରମୁଣ୍ଡା ଗ୍ରାମର ୧୦ଜଣ ଯୁବକଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ମାଡ ମାରିବା ସହିତ ଭୂଜାଲିରେ ଆକ୍ରମଣ ହୋଇଛି। ଫଳରେ ୩ଜଣ ଆହତ ହୋଇଥିଲା…

ସରକାରୀ ବସ୍‌କୁ ଧକ୍କା ଦେଲା ସ୍କର୍ପିଓ, ୩ ଗୁରୁତର

ସୁନ୍ଦରଗଡ,୧।୧(ଡି.ଏନ୍‌.ଏ)- ସୁନ୍ଦରଗଡ଼ ସହର ଉପକଣ୍ଠ ରାଣୀବଗିଚା ବାଇପାସ ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସିକା ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ଝାରସୁଗୁଡା ପଟୁ ସହର ମଧ୍ୟକୁ ପ୍ରବେଶ କରୁଥିବା ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା ଫଳରେ…

ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା । ଶୋଇଥିବା ବେଳେ ପୁଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା।…

ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ସରକାରୀ ତହବିଲକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳରେ ମୌଳିକ ଅଧିକାର ଯୋଗାଇଦେବା ପାଇଁ ପ୍ରଶାସନ…

ଚୋରା ଲୁହାପଥର ଟ୍ରକ ସହିତ କାର ଜବତ: ୫ ଗିରଫ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକରୁ ଗୁରୁବାର ଭୋର ଏକ ଚୋରା ଲୁହାପଥର ବୋଝେଇ ଚଉଦ ଚକିଆ ଟ୍ରକ ଓ କାରକୁ ଜବତ କରିବା ସହିତ ୫ଜଣଙ୍କୁ ଲହୁଣୀପଡା ପୋଲିସ ଗିରଫ କରିଛି। କେନ୍ଦୁଝର…

ଶୋଇଥିବାବେଳେ ଜଳିଗଲା କାର୍‌, ଦୁଇଟି ବାଇକ, ସ୍କୁଟି

ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ, ସ୍କୁଟି, ସାଇକେଲ ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ…

ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ଜୀବନ ଗଲା: ୩ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ସବଡେଗା,୨୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଲସରା ଥାନା ଅଧୀନ ସବଡ଼େଗା ରୁନିପଡ଼ାରେ ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିିଛି। ଘଟଣାର ୩ ଦିନ ପରେ ପୋଲିସ ମଙ୍ଗଳବାର ଘର ପଛପଟ କଦଳି ବୁଦା ତଳୁ ଉଦ୍ଧାର କରିଛି ମହିଳାଙ୍କ ମୃତଦେହ। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?