ସୁନ୍ଦରଗଡ଼

୪ ଦଫା ଦାବି ନେଇ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୧୭ା୯(ଡି.ଏନ୍‌.ଏ.): ୪ ଦଫା ଦାବି ନେଇ ଗୁରୁବାର ବନ୍ଦ ଡାକରା ଦେଇଥିବା ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଶୁକ୍ରବାର ସୁନ୍ଦରଗଡ଼ ସହରକୁ ପ୍ରବେଶ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ସହ ୧୦ ନମ୍ବର ରାଜ୍ୟ ରାଜପଥ ରାଉରକେଲା-ସମ୍ବଲପୁର ରାସ୍ତାକୁ ମଧ୍ୟ…

ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ ଗ୍ରାମ ଓ ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ବ୍ରାହ୍ମଣୀ ନଦୀର ୨ଟି ଶାଖା…

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି: ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ

ସୁନ୍ଦରଗଡ,୧୪।୯(ଡି.ଏନ୍‌.ଏ.): ସୁନ୍ଦରଗଡରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଡିଆର୍‌ଡିଏ ଛକଠାରୁ ଏନ୍‌ଟିପିସି ମେଡିକାଲ ପର୍ଯ୍ୟନ୍ତ ଏହି ୫ କିମି ଏହି ମାନବ ଶୃଙ୍ଖଳ…

ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବଣ୍ଟନରେ ସୁନ୍ଦରଗଡ ଦ୍ବିତୀୟ ଜିଲା ପାଲଟିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ…

ହତ୍ୟାର ପ୍ରତିଶୋଧ ନେଲେ ହତ୍ୟାରେ

ରାଉରକେଲା ଅଫିସ,୧୧ା୯: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରିମ୍‌ଝିମ୍‌ ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଯୁବକ ଜିତେନ୍ଦ୍ର ସା ଓରଫ ଗୋରେ (୩୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ଘଟଣାର ତଦନ୍ତ କରି ଶନିବାର ଥାନାରେ…

ସୁନ୍ଦରଗଡ଼ବାସୀଙ୍କ ନୂଆଁଖାଇ: ଏକାଠି ବସି ଖାଇଲେ

ସୁନ୍ଦରଗଡ଼,୧୧।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ନୂଆଁଖାଇ ପର୍ବ ପାଳନ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଓ ଗାଙ୍ଗପୁର ରାଜପରିବାରର ଅଧିଷ୍ଠାତ୍ରୀ ଦେବୀ ଶିଖରବାସିନୀ ଠାରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନବାନ୍ନ ଲାଗିହୋଇଛି। ପରେ ସୁନ୍ଦରଗଡ଼ବାସୀ ଆନନ୍ଦ ଉଲ୍ଲାସରେ ପରିବାର ସହ ମିଶି ଏହି…

ବାଇକ୍‌ ଦୁର୍ଘଟଣାରେ ଗଲା ୨ ଜୀବନ

ବଡ଼ଗାଁ, ୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ କଣ୍ଟିଆମୁରା ଗାଁ ନିକଟ ୧୦ ନମ୍ବର ରାଜପଥରେ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

ମାନସିକ ପୂର୍ଣ୍ଣ ପାଇଁ ଆସିଥିଲେ ମହିଳା: ହାତୀ ନେଇଗଲା ଜୀବନ

ବାଲିଶଙ୍କରା,୩୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଘୋଘର ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ପୂର୍ଣ୍ଣ ପାଇଁ ଆସିଥିବା ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ବିଲେଇବାଇ(୪୫)। ବିଲେଇ ଭୋରୁ ଶୌଚ ହେବାପାଇଁ ଯାଇଥିବା…

ଜୀବନ ଦେବୁ ପଛେ ଜମି ଦେବୁନି

କୁତ୍ରା,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡା ପଞ୍ଚାୟତରେ ଏକ ସିମେଣ୍ଟ ଅଧିକୃତ ଜେଏସ୍‌ଡବ୍ଲ୍ୟୁ କାରଖାନା ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ ଟନରୁ ୩.୦୦ନିୟୁତ ମେଟ୍ରିକ ଟନ୍‌କୁ ବୃଦ୍ଧି କରି ସିମେଣ୍ଟ ଉତ୍ପାଦନ କରିବ। ତେବେ ବାର୍ଷିକ ୦.୨୫୨ ନିୟୁତ…

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୋଲିସ

ରାଉରକେଲା ଅଫିସ୍‌, ୨୩।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସୋମବାର ଅଟକାଇଛି। ଫଳରେ ଅଞ୍ଜଳି ରାଜଗାଙ୍ଗପୁରରେ ଏକ ଜନଶୁଣାଣି କାର୍ଯ୍ୟକ୍ରମକୁ ଯାଇ ପାରିନାହାନ୍ତି। ସୂଚନା ଅନୁସାରେ, ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ…

୭୫ତମ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୁନ୍ଦରଗଡ଼ ଅଫିସ,୧୫।୮: ସୁନ୍ଦରଗଡ଼ରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶଙ୍କରାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପରେ ଆୟୋଜିତ…

ପୁରୀ ଓ ରାଉରକେଲା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବା ପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲାଠାରୁ ଏହି ଟ୍ରେନ୍‌ ଅଗଷ୍ଟ ୨୪ରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଅଗଷ୍ଟ ୨୫ରେ ଛାଡି ରାଉରକେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri